The Topmost

“The eyes believe themselves, the ears believe other people.”

fgerd

An advance technology cycle can’t be theft .

ଚୋରି ହେବନି ସାଇକେଲ୍‌
ସାଇକେଲ ଚୋରି ହେବା ଏକ ସାଧାରଣ ପ୍ରସଙ୍ଗ । ଏହାକୁ ଦୃଷ୍ଟିରେ ରଖି ଆସାମର ଜଣେ ଛାତ୍ର ଏପରି ଏକ ସାଇକେଲ୍‌ ପ୍ରସ୍ତୁତ କରିଛନ୍ତି, ଯାହା ସହଜରେ ଚୋରି ହୋଇପାରିବ ନାହିଁ । ଏଥିରେ ଏପରି ଅନେକ ବୈଶିଷ୍ଟ୍ୟ ରହିଛି ଯେ ଚୋର ଯେତେ ଚେଷ୍ଟା କଲେ ମଧ୍ୟ ଏଥିରେ ସଫଳ ହୋଇପାରିବ ନାହିଁ । ଆଜିକାଲି ସୋସିଆଲ ମିଡିଆରେ ଏହି ସାଇକେଲକୁ ନେଇ ଖୁବ ଚର୍ଚ୍ଚା କରାଯାଇଛି । ଏଥିରେ ଆଣ୍ଟି ଥେଫଫ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ରିପୋର୍ଟ ଅନୁଯାୟୀ ଏହି ସାଇକେଲ୍‌ ଲାପଟପ୍‌ ବ୍ୟାଟେରୀରେ ଚାଲିଥାଏ । ଏହାସହ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରାଯାଇପାରିବ, ଯାହାଦ୍ୱାରା ସାଇକେଲ୍‌ ଚୋରି ହୋଇଗଲେ ସତ୍ତେ୍ୱ ଚିହ୍ନଟ ହୋଇପାରିବ । ତେବେ ଏହି ସ୍ୱତନ୍ତ୍ର ସାଇକେଲକୁ ନିର୍ମାଣ କରିଥିବା ଯୁବକଙ୍କ ନାମ ସମ୍ରାଟ ନାଥ । ସେ ଏବେ ଆଇଟିଆଇରୁ ଅଧ୍ୟୟନ କରୁଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ଏଥିରେ ଏକ ଆପ୍ଲିକେସନ ସେଟ୍‌ କରିଛନ୍ତି ।

ଯଦି ଏହାକୁ କେହି ଚୋରି କରିବାକୁ ଚେଷ୍ଟା କରେ, ତାହେଲେ ଏହାର ବାର୍ତ୍ତା ତୁରନ୍ତ ମୋବାଇଲକୁ ଆସିଯିବ । କେବଳ ସେତିକି ନୁହେଁ ଫିଙ୍ଗର୍‌ ପ୍ରିଣ୍ଟ୍‌ ଫିଚର ମାଧ୍ୟମରେ ଚୋରକୁ ଚିହ୍ନଟ କରିବାରେ ସହଜ ହେବ । ଏହି ସାଇକେଲ ବିଦୁ୍ୟତଚାଳିତ ମଧ୍ୟ, ଗୋଟିଏ ଥରେ ଚାର୍ଜ କଲେ ୬୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରେ । ଏହାର ଘଣ୍ଟା ପ୍ରତି ବେଗ ୪୦କିଲୋମିଟର ରହିଛି । ଏହି ସାଇକେଲରେ ସମ୍ରାଟ ଖାସ୍‌ ଲିଥିୟନ ବ୍ୟାଟେରୀର ପ୍ରୟୋଗ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସମ୍ରାଟ କହିଛନ୍ତି ଯେ ସେ ୨୦୧୬ରୁ ଏପରି ଏକ ବାଇକ୍‌ ତିଆରି କରିବାକୁ କଳ୍ପନା କରିଥିଲେ । ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଏହି ପରିକଳ୍ପନାକୁ ପୂରଣ କରିବା ପାଇଁ ତାଙ୍କୁ ୫-୬ ବର୍ଷ ଲାଗିଯାଇଥିଲା । ପ୍ରଥମେ ସମ୍ରାଟ ଏକ ସାଧାରଣ ସାଇକେଲ କିଣିଥିଲେ । ଏଥିରେ ୨୫ ହଜାର ଟଙ୍କା ଖର୍ଚ୍ଚ କରି ଏହି ସ୍ୱତନ୍ତ୍ର ଇ-ସାଇକେଲ ପ୍ରସ୍ତୁତ କରିଛନ୍ତି ।

https://thetopmost.in/?p=1482

https://thetopmost.in/?p=1413

https://thetopmost.in/?p=1434

https://thetopmost.in/?p=1526