ଘରେ ରଖନ୍ତୁ ଏହି ସବୁ ଜିନିଷ, ଖୁବ୍ ଶୀଘ୍ର ହୋଇପାରନ୍ତି ଭାଗ୍ୟଶାଳୀ
ଆମ ଭାରତରେ ବିଶେଷ ଭାବରେ ବିଭିନ୍ନ ପୂଜା ବିଧି ଓ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରାଯାଏ । କିନ୍ତୁ ଭାରତ ବ୍ୟତିତ ଅନ୍ୟ କେତେକ ଦେଶ ମଧ୍ୟ ରହିଛି ଯେଉଁଠାରେ ଏହି ବାସ୍ତୁ ଶାସ୍ତ୍ରକୁ ବିଶେଷ ମାନ୍ୟତା ଦିଆଯାଏ । ତେବେ ସେହି ଦେଶମାନଙ୍କ ମଧ୍ୟରୁ ଚୀନ୍ ମଧ୍ୟ ରହିଛି । ଏପରି କିଛି ବିଶ୍ୱସ ରହିଛି ଯେ ଘରେ ସେହି ଜିନିଷକୁ ରଖାଗଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ । ଏପରି ଗୋଟେ ଯାଗା ଅଛି ଫେଗସୁଇକୁ କାର୍ଯ୍ୟସିଦ୍ଧି ପାଇଁ ଗ୍ରହଣ କରାଯାଏ । ଫେଗସୁଇ ଉପାୟ ଦ୍ୱାରା ବାସ୍ତୁ ଦୋଷ ସମ୍ପୂର୍ଣ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି । ଏହା ମଧ୍ୟ ବିଶ୍ୱାସ ରହିଛି ଫେଗସୁଇ ଉପାୟରେ ଘରେ ସେଇ ଜିନିଷଗୁଡିକୁ ରଖିଲେ ଘରର ସମସ୍ତ ମଙ୍ଗଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଜିନିଷଗୁଡିକର ମହତ୍ୱ ।
ପାରାମିଡ- ଘରେ ଅର୍ଥର ଆବଶ୍ୟକତା ଓ ଧନର ଅଭାବ ନରହିବା ପାଇଁ ପିରାମିଡ ରୂପକ ଶୋପିସକୁ ଘରେ ରଖିଲେ ଶୁଭ ହୋଇଥାଏ । ଫେଗସୁଇର ପିରାମିଡକୁ ଘରର ପୂର୍ବ ଦିଗ ଓ ଅଫିର ସାମ୍ନା ଟେବୁଲରେ ରଖିଲେ ଏହା ଶୁଭ ଫଳ ଦେଇଥାଏ ।
କ୍ରିଷ୍ଟାଲ୍ ଲ୍ୟାମ୍ପ- ଫେଗସୁଇ ଶାସ୍ତ୍ର ଅନୁଯାଇ ଯଦି କ୍ରିଷ୍ଟାଲ ଲ୍ୟାମ୍ପକୁ ପ୍ରତିଦିନ ସନ୍ଧ୍ୟାରେ ୨ରୁ ୩ ଘଣ୍ଟା ଜଳାଯାଏ ତେବେ ଆୟରେ ବୃଦ୍ଧି ହେବ । ଏହି ଲ୍ୟାମ୍ପକୁ ଘରର ଉତ୍ତର-ପୂର୍ବ ଦିଗରେ ରଖାଯିବାର ବିଧି ରହିଛି ।
ତିନି ଗୋଡିଆ ବେଙ୍ଗ- ଯଦି ଆପଣ ଆପଣଙ୍କ ଆମଦାନୀକୁ ବଢାଇବାକୁ ଚାହାଁନ୍ତି ତେବେ ଆପଣ ଏହି ଫେଗସୁଇର ତିନି ଗୋଡିଆ ବେଙ୍ଗକୁ ଘରେ ରଖନ୍ତୁ ।
ୱିଣ୍ଡ ଚାଇମ୍- ଏହାକୁ ଆପଣ ଘରର ଯେକୌଣସି ଯାଗାରେ ଲଗାଇ ପାରିବେ । କିନ୍ତୁ ଏହାକୁ କବାଟ ବା ଝରକା ଦ୍ୱାରବନ୍ଧ ପାଖରେ ଲଗାଇବା ଶୁଭ ଅଟେ । କାରଣ ବାହାରର ପବନ ଦ୍ୱାରା ସେଥିରୁ ନିର୍ଗତ ଧ୍ୱନି ଘରର ସକାରତ୍ମକତାକୁ ବଜାୟ ରଖେ ।
ଲ।ଫିଙ୍ଗ୍ ବୁଦ୍ଧା- ଏ ବିଷୟରେ ଆମେ ଅଳ୍ପ ବହୁତେ ଜାଣିଛେ । ଏହାକୁ ଘରେ କିମ୍ବା ଅଫିସରେ ରଖିବା ଦ୍ୱାରା ଏହା ସମୃଦ୍ଧି ଆମିଥାଏ ।
ଧାତୁର କଇଁଛ- ଏବେ ପ୍ରାୟତ ଲୋକ ଘରେ କ୍ରିଷcାଲ କଇଁଛ ରଖିଥିବା ଆପଣ ଦେଖିଥିବେ । କିନ୍ତୁ ଫେଗସୁଇ ଶାସ୍ତ୍ର ଅନୁସାରେ ଘରେ ଧାତୁର କଇଁଛ ଆପଣଙ୍କ ଘରକୁ ଶୁଭ ସମୟ ଏ ସମୃଦ୍ଧି ଆଣିବାରେ ସହାୟକ ହୋଇଥାଏ ।
11 thoughts on “These fegadui things will make you rich and fortunate .”