The Topmost

“The eyes believe themselves, the ears believe other people.”

dw

ଉତ୍ତରପ୍ରଦେଶ ଅଫିସରଙ୍କ ଗାଁ

ଉତ୍ତରପ୍ରଦେଶ ଏବଂ ବିହାର ଯୁବକଯୁବତୀଙ୍କ ମଧ୍ୟରେ ୟୁପିଏସସି ପରୀକ୍ଷାକୁ ନେଇ ଅଲଗା ହିଁ କ୍ରେଜ ଦେଖାଯାଇଥାଏ । ଦେଶକୁ ସର୍ବାଧିକ ସିଭିଲ ଅଫିସର ଯୋଗାଉଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ତେବେ ଏହାର ସବୁଠୁ ବଡ଼ ଉଦାହରଣ ହେଇ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାର ଏକ ଛୋଟ ଗାଁ, ଯାହାର ନାମ ମାଧୋପଟ୍ଟୀ । ସାରା ଦେଶରେ ଏହା ଅଫିସରଙ୍କ ଗାଁ ନାଁରେ ବେଶ୍‌ ପରିଚିତ । ରାଜଧାନୀ ଲକ୍ଷ୍ମୌଠାରୁ ୨୫୦ କିମି ଦୂରରେ ଅବସ୍ଥିତ ଏହି ଗାଁର ପ୍ରତି ଘରେ ଜଣେ ବ୍ୟକ୍ତି ଆଇଏସଏସ କିମ୍ବା ଏଇପିଏସ୍‌ ଅଫିସର । କେବଳ ଆଇଏସଏସ କିମ୍ବା ଏଇପିଏସ୍‌ ନୁହେଁ , ଏହି ଗାଁର କେତେକ ଲୋକ ନିଜର ପ୍ରତିଭା ଯୋଗୁଁ ଇସ୍ରୋ ଏବଂ ଇଣ୍ଟରନ୍ୟାସନାଲ ବ୍ୟାଙ୍କରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ଗାଁରେ ଥିବା ୭୫ଟି ଘରୁ ୫୦ ଲୋକ ଅଫିସର । ଗୋଟିଏ ଘରୁ ୪ ଭାଇ ଭଉଣୀ ଆଇଏଏସ ଅଫିସର ହୋଇ ଏହି ଗାଁ ରେକର୍ଡ ମଧ୍ୟ କରିଛି । ରିପୋର୍ଟ ଅନୁଯାୟୀ ଗାଁର ପ୍ରଥମ ସିଭିଲ୍‌ ସର୍ଭେଣ୍ଟା ମୁସ୍ତଫା ହୁସୈନ । ୧୯୧୪ରେ ମୁସ୍ତଫା ୟୁପିଏପ୍‌ସି ପରୀକ୍ଷା ପାସ୍‌ କରି ପିସିଏସରେ ସାମିଲ ହୋଇଥିଲେ । ୧୯୫୨ରେ ହୁସୈନଙ୍କ ପରେ ଇନ୍ଦୁ ପ୍ରକାଶ ଆଇଫିଏସ ଅଫିସର ହୋଇଥିଲେ । ଅଫିସରଙ୍କ ଗାଁ ଭାବେ ନିଆରା ରେକର୍ଡ କରିଥିବା ମାଧୋପଟ୍ଟୀରେ କିମ୍ବା ଏହାର ଦୂରଦୂରାନ୍ତରେ ଗୋଟିଏ ବି କୋଚିଂ ସେଣ୍ଟର ନାହିଁ । ତାପରେ ବି ପିଲାମାନେ କଠିନ ପରିଶ୍ରମ କରି ନିଜ ପ୍ରଚେଷ୍ଟାରେ ଉଚ୍ଚ ପଦପଦବୀ ପାଇବାରେ ସଫଳ ହୋଇପାରିଛନcି ।

https://thetopmost.in/?p=1537

https://thetopmost.in/?p=1738

https://thetopmost.in/?p=660

https://thetopmost.in/?p=2070