The Topmost

“The eyes believe themselves, the ears believe other people.”

skin care

Tips for healthy beautiful skin in Summer .

ସମର ସ୍କିନ୍‌ କେଆର୍‌ ଟିପ୍‌
ଗ୍ରୀଷ୍ମ ଋତୁରେ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନୁହେଁ, ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ । ଏବଂ ଏହାର ପ୍ରକତ କାରଣ ବଢୁଥିବା ତାପମାତ୍ରା ଆପଣଙ୍କ ତ୍ୱଚାର ଜଳୀୟ ଅଂଶକୁ ଶୁଖାଇଦିଏ । କେବଳ ଏତିକି ନୁହେଁ, ସୂର୍ଯ୍ୟକିରଣ, ଉତ୍ତାପ ରଶ୍ମି କାରଣରୁ ତ୍ୱଚାରେ ପିମ୍ପଲ୍‌, ଡେଡ୍‌ ସ୍କିନ୍‌, ରିଙ୍କଲ୍‌ ଏବଂ ଲାଲ ରଙ୍ଗ ଭଳି ଅନେକ ସମସ୍ୟା ପ୍ରତିଦିନ ଦେଖାଯାଏ । ଏକାସାଙ୍ଗରେ, ଏସବୁକୁ ଏଡ଼ାଇବା ପାଇଁ ମହିଳାମାନେ ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ ବ୍ୟବହାର କରନ୍ତି, ଯେଉଁଥିରୁ ସେମାନେ ଉପଶମ ମଧ୍ୟ ପାଇଥାନ୍ତି । କିନ୍ତୁ ଏଥିରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ । ହେଲେ ଏହି ମହଙ୍ଗା ଉପଚାର ଆପେକ୍ଷା ଏହି ସମସ୍ୟାର ମୁକାବିଲା ପାଇଁ ଶସ୍ତା ସମାଧାନ ମଧ୍ୟ ଅଛି । ଆୟୁର୍ବେଦରେ ଏହି ଉପଚାରଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେବେ ଏହି ଗ୍ରୀଷ୍ମ ଋତୁରେ କିପରି ନିଜର ତ୍ୱଚାର ଯତ୍ନ ନେଇପାରିବେ ଆସନ୍ତୁ ଜାଣିବା ।

ବିଶେଷଜ୍ଞମାନେ କହିଛନ୍ତି ଯେ ପୁରାତନ କାଳରେ ମହିଳାମାନେ ସକାଳେ ଥଣ୍ଡା ପାଣିରେ ମୁହଁ ଧୋଇଥାନ୍ତି । ତେଲିଆ ଚର୍ମରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତି ସହଜ ଉପାୟ । ଅବଶ୍ୟ, ଆଜିର ସମୟରେ କେବଳ ଏତିକି କରିବା ଯଥେଷ୍ଟ ନୁହେଁ । ଏହା ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ କରିବା ଉଚିତ୍ । ଏଣୁ ସ୍କିନ୍‌ କେଆର ସାଙ୍ଗକୁ ସକାଳୁ ମୁହଁ ଧୋଇବା ଏକ ଭଲ ଅଭ୍ୟାସ ।

Tips for healthy beautiful skin in Summer .
Tips for healthy beautiful skin in Summer . @thetopmost-01

ବ୍ରଣ ସମସ୍ୟାର ଉପଶମ ପାଇଁ ହଳଦି, ଲେମ୍ବୁ ଏବଂ କଦଳୀ ଭଳି ଜିନିଷ ବ୍ୟବହାର କରାଯାଇପାରିବ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଏକ ଫେସ୍ ମାସ୍କ ତିଆରି କରି ମଧ୍ୟ ପ୍ରୟୋଗ କରିପାରିବେ । କିମ୍ବା ଆପଣ ଏହି ଜିନିଷଗୁଡ଼ିକୁ ଚେହେରାରେ ଅନ୍ୟ ଉପାୟରେ ମଧ୍ୟ ପ୍ରୟୋଗ କରିପାରିବେ ।

Tips for healthy beautiful skin in Summer .
Tips for healthy beautiful skin in Summer . @thetopmost-01

ଦାଗ, ରିଙ୍କଲ କିମ୍ବା ଅନ୍ୟାନ୍ୟ ପ୍ରକାରର ସମସ୍ୟା ପ୍ରାୟତ ମହିଳାଙ୍କ ମଧ୍ୟରେ ଦେଖାଯାଏ । ଏହି କାରଣରୁ, ବ୍ରଣର ଲାଲ ରଙ୍ଗ ମଧ୍ୟ ଆରମ୍ଭ ହୁଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ସେଇ ଜାଗାରେ କାକୁଡି ଖଣ୍ଡ କିମ୍ବା ତାଜା କ୍ଷୀରର କୋଲ୍ଡ କ୍ରିମ୍ ଲଗାଇ ପାରିବେ । ଏହା ବ୍ୟତୀତ ରାତିରେ ଶୋଇବା ପୂର୍ବରୁ ଘିକୁ ମଧ୍ୟ ପ୍ରୟୋଗ କରାଯାଇପାରେ ।

Tips for healthy beautiful skin in Summer .
Tips for healthy beautiful skin in Summer . @thetopmost-01

ଆୟୁର୍ବେଦିକ ସହିତ ଖରାରୁ ରକ୍ଷା ପାଇବାର ଏକ ରାମବାଣ ହେଉଛି ସନ୍‌ ସ୍କ୍ରିନ୍‌ ଲୋଶନ୍‌ । ବିଶେଷଜ୍ଞଙ୍କ ଅନୁଯାୟୀ, ସନସ୍କ୍ରିନ୍‌ ସବୁବେଳେ ପ୍ରୟୋଗ କରାଯିବା ଉଚିତ୍ । ଯଦି ଆପଣ ଘରେ ଅଛନ୍ତି, ତେବେବି ଏହାକୁ ପ୍ରୟୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ ଏତିକି ନୁହେଁ, ୪ ରୁ ୫ ଘଣ୍ଟା ଅନ୍ତରାୟରେ ସନସ୍କ୍ରିନ୍‌ ପ୍ରୟୋଗ କରିବା ନିହାତି ଜରୁରୀ ।

Tips for healthy beautiful skin in Summer .
Tips for healthy beautiful skin in Summer . @thetopmost-01

https://thetopmost.in/?p=1413

https://thetopmost.in/?p=1410

https://thetopmost.in/?p=1402

https://thetopmost.in/?p=1374

https://thetopmost.in/?p=1416