କ୍ରୋଧ କେତେ ଲୋକଙ୍କର ଦୁର୍ବଳତା ହୋଇଥାଏ। ନିଜ କ୍ରୋଧ କାରଣରୁ ସେମାନେ ଅନେକ ହଇରାଣ ହୋଇଥାଆନ୍ତି। ସେମାନଙ୍କୁ ଛୋଟଛୋଟ କଥାରେ ରାଗ ଆସିଥାଏ, ଯାହା ସେମାନଙ୍କୁ ଅନେକ ସମସ୍ୟାରେ ପକାଇଥାଏ ା ତେବେ କେତେଜଣ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ଉପାୟ କରିଥାଆନ୍ତି। କିଏ ରାଗ ଆସିଲେ ଖାଦ୍ୟ ଖାଇଥାଏ, କିଏ ପାଣି ପିଏ ଆଉ କିଏ ମନ୍ତ୍ର ଜପିଥାଏ। ତେବେ ବ୍ରାଜିଲରେ କ୍ରୋଧୀ ଲୋକଙ୍କୁ ପାଇଁ ନିଜ କ୍ରୋଧ ରୋକିବାକୁ ଏକ ନିଆରା ଉପାୟ ବାହାରିଛି। ଏଠିକାର ସହରେ ଏକ ଗୋଦାମ ରହିଛି ଯେଉଁଥିରେ କମ୍ପ୍ୟୁଟର, ଟିଭି ଓ ପ୍ରିଣ୍ଟର ଭଳି ଇଲ୍କୋଟ୍ରୋନିକ ଡିଭାଇସ ଓ ଗ୍ୟଜେଟ୍ସ ରଖାଯାଇଛି।
ଏହାସହିତ ଏଠାରେ ବେସ୍ବଲ୍ ବ୍ୟାଟ୍ ଓ ହାତୁଡି ରହିଛି। ଆପଣ ଏହି ହାତୁଡି ଓ ବ୍ୟାଟ ବ୍ୟବହାର କରି ସେଠାରେ ଥିବା ଉପକରଣକୁ ଭାଙ୍ଗି ପାରିବେ। ଏଭଳି କରିବା ଦ୍ୱାରା ଲୋକଙ୍କର କେତେକାଂଶରେ ରାଗ ଶାନ୍ତ ହୋଇପାରିବ। ଏହି ନିଆରା ଗୋଦାମର ନାଁ ଦିଆଯାଇଛି ରେଜ ରୁମ୍। ରେଜ୍ ରୁମକୁ ୪୨ ବର୍ଷୀୟ ବୈ÷ଣ୍ଡିଲି ରୋଡ୍ରି ନିର୍ମାଣ କରିଛନ୍ତି। ଏହି ରୁମ୍ରେ ଭଙ୍ଗାଭଙ୍ଗି କରିବା ପାଇଁ ଗ୍ରାହକଙ୍କୁ ୪.୬୪ ଡଲାର ବା ୩୦୦ଟଙ୍କା ଦେବାକୁ ହୋଇଥାଏ। ଏହି ରୁମ୍କୁ ଯିବା ପୂର୍ବରୁ ବ୍ୟକ୍ତିଙ୍କୁ ସେଫ୍ଟି ସୁଟ୍ ଓ ହେଲମେଟ ପିନ୍ଧିବାକୁ ହୋଇଥାଏ। ଏହାସହ ତାଙ୍କ ରାଗ ପଛର କାରଣକୁ ଗୋଟିଏ ଶବ୍ଦରେ ରୁମ୍ରେ କାନ୍ଥରେ ଲେଖିବାକୁ ହୋଇଥାଏ।

More Stories
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା