ବିଶ୍ୱର ବୟସ୍କା ଗରିଲା
ବିଶ୍ୱର ସବୁଠାରୁ ବୟସ୍କା ଗରିଲା ନିଜର ୬୫ତମ ଜନ୍ମଦିନ ପାଳିଛି । ସାଧାରଣ ଗୋଟିଏ ଗରିଲା ୩୫ରୁ ୪୦ ବର୍ଷ ବଞ୍ଚିଥାଆନ୍ତି । ହେଲେ ଫୋଟୁ ନାମକ ଏହି ଗରିଲାଟି ନିଜ ବୟସଠାରୁ ଦ୍ୱିଗୁଣ ବର୍ଷ ବଞ୍ଚିବାରେ ସକ୍ଷମ ହୋଇପାରିଛି । ବର୍ଲିନ୍ ଜୁରେ ରହୁଥିବା ଫୋଟୁର ଚିଡିଆଖାନା ଅଧିକାରୀ ବେଶ୍ ଧୁମ୍ଧାମରେ ଜନ୍ମଦିନ ପାଳିଛନ୍ତି । ଜନ୍ମଦିନରେ ଫୋଟୁକୁ ଜନ୍ମଦିନ କେକ୍ ମଧ୍ୟ ମିଳିଛି । ତା ମନପସନ୍ଦର ଖାଇବାରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । କେକ୍ଟିକୁ ଭାତ, ବିଭିନ୍ନ ପ୍ରକାର ପନିପରିବା ଓ ଫଳ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଚିଡିଆଖାନାର କର୍ମଚାରୀମାନେ ଫୋଟୁର ଜନ୍ମଦିନ ପାଳି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଫୋଟୁ ସେମାନଙ୍କ ପାଖରେ ୧୯୫୭ ମସିହାରୁ ରହିଛି । ଯେତେବେଳେ ତାକୁ ମାତ୍ର ୨ ବର୍ଷ ବୟସ ହୋଇଥିଲା ସେ ସମୟରୁ ସେ ଏହି ଚିଡିଆଖାନାରେ ରହୁଛି । ତେବେ ଫୋଟୁକୁ ଚୋରାଚାଲାଣକାରୀଙ୍କ ଠାରୁ ଉଦ୍ଧାର କରାଯାଇ ଚିଡିଆଖାନା ଅଣାଯାଇଥିବା ଜଣାପଡିଛି ।

2 thoughts on “World’s aged gorilla celebrated her 65th birthday .”