The Topmost

“The eyes believe themselves, the ears believe other people.”

Muslim family donates land worth Rs. 2.5 crore to build world's largest Hindu temple in Bihar

ହିନ୍ଦୁ ମନ୍ଦିର ପାଇଁ ୨.୫ କୋଟିର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

http://thetopmost.in/?p=749

ଭାରତରେ ସାମ୍ପ୍ରଦାୟିକତା ସଦଭାବନାର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ଏଭଳି ଅନେକ ଉଦାହରଣ ରହିଛି, ଯାହା ଭାରତକୁ ଏକ ସାର୍ବଭୌମିକ ଦେଶର ପରିଚୟ ପ୍ରଦାନ କରିଥାଏ । ସେହିଭଳି ଏକ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ବିହାରର ଜଣେ ମୁସଲିମ୍‌ ପରିବାର ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଅଢେଇ କୋଟି ଟଙ୍କାର ଜମି ଦାନ କରିଛନ୍ତି ।

http://thetopmost.in/?p=743

ବିହାରରେ ହେବାକୁ ଯାଉଥିବା ଭିରାଟ୍‌ ରାମାୟଣ ମନ୍ଦିର ପାଇଁ ଏହି ଦାନ ସେମାନେ ଦେଇଛନ୍ତି । ପରିବାରର ମୁଖ୍ୟ ଇସ୍ତିଆକ୍‌ ଅହମଦ୍‌ ଖାନ୍‌ ପେଶାରେ ଜଣେ ବ୍ୟବସାୟୀ । ମନ୍ଦିର ନିର୍ମାଣ ହେଉଥିବା ଗ୍ରାମର ଅଧିକାଂଶ ଯାଗା ଏହି ମୁସଲିମ୍‌ ପରିବାର ନାମରେ ରହିଛି । ତେଣୁ ମନ୍ଦିର ପାଇଁ ଜମିଦାନ କରିବା ତାଙ୍କ କର୍ତ୍ତବ୍ୟ ବୋଲି ଇସ୍ତିଆକ୍‌ ପ୍ରକାଶ କରିଛନ୍ତି । ଏହା ତାଙ୍କ ପରିବାରର ପରମ୍ପରା ବୋଲି ସେ ପ୍ରକାଶ କରିଛନ୍ତି ।

 Hindu temple in Bihar
Hindu temple in Bihar @thetopmost-01

http://thetopmost.in/?p=731

ଇସ୍ତିଆକ୍‌ ସମୁଦାୟ ୨୩ କଥା ବା ୭୧ ଡିସିମିଲ୍‌ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ । କେବଳ ମନ୍ଦିର ନୁହେଁ ପୂର୍ବରୁ ଏହି ପରିବାର ରାସ୍ତା ପାଇଁ ମଧ୍ୟ ନିଜ ଜମି ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ପୂରା ପରିବାର ଅନ୍ୟ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ପରିବାରକୁ ଦେଖିବା ପରେ ଅନ୍ୟପରିବାର ମଧ୍ୟ ମନ୍ଦିର ନିର୍ମାଣ ପାଇଁ ନିଜନିଜର ଜମି ପ୍ରଦାନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିର ନିମନ୍ତେ ପାଖାପାଖି ୧୦୦ ଏକର ଜମିଗ୍ରହଣ ସରିଛି ।

http://thetopmost.in/?p=735

ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୧୨୫ ଏକରର ଜମି ଦରକାର । ତେବେ ଏହି ମନ୍ଦିରଟି ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର ହେବ ବୋଲି ଆକଳନ କରାଯାଉଛି । କାମ୍ବୋଡିଆରେ ଥିବା ଅଙ୍ଗକୋର୍‌ ୱାଟ୍‌ କମ୍ଲେକ୍ସର ଉଚ୍ଚତାକୁ ମଧ୍ୟ ଏହା କାଟିବ ବୋଲି ଜଣାପଡିଛି । ଏହି କମ୍ଲେକ୍ସର ଉଚ୍ଚତା ୨୧୫ ଫୁଟ ରହିଥିବା ବେଳେ ମନ୍ଦିରର ଉଚ୍ଚତା ୨୭୦ ଫୁଟ ହେବ ବୋଲି ସୂଚନା ମିଳିଛି । ମନ୍ଦିରଟି ଦେବକୀ ନଦୀ କୂଳରେ ନିର୍ମାଣ କରାଯିବ । ମନ୍ଦିରରେ ସମୁଦାୟ ୧୮ଟି ଛୋଟ ମନ୍ଦିର ରହିବ । ଏହାର ଉଚ୍ଚତା ଭଳି ଏଥିରେ ଅନ୍ୟ ଏକ ସ୍ୱତନ୍ତ୍ରତା ରହିବ । ଏଠାରେ ଗଢାହେବାକୁ ଥିବା ଶିବ ମନ୍ଦିରରେ ବିଶ୍ୱର ସବୁଠାରୁ ବଡ ଶିବଲିଙ୍ଗ ସ୍ଥାନ ପାଇବେ । ଅନେକ ସ୍ୱତନ୍ତ୍ରତାରେ ଏହି ମନ୍ଦିର ଭରି ରହିଛି ।

Muslim family donates land worth Rs. 2.5 crore to build world's largest Hindu temple in Bihar
Muslim family donates land worth Rs. 2.5 crore to build world’s largest Hindu temple in Bihar @thetopmost-01

https://www.indiatoday.in/india/story/muslim-family-donates-land-to-build-world-largest-hindu-temple-in-bihar-1927867-2022-03-22