The Topmost

“The eyes believe themselves, the ears believe other people.”

ବଲିଉଡରେ ଦମଦାର ଏଣ୍ଟ୍ରି କରୁଛନ୍ତି ମାନୁଶି ଚିଲର

ଆଜିକାଲି ଅକ୍ଷୟ କୁମାର ଏବଂ ମାନୁଶି ଚିଲାର ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ପୃଥ୍ୱୀରାଜ ବିଷୟରେ ଆଲୋଚନା କରୁଛନ୍ତି । ଏହି ଚଳଚ୍ଚିତ୍ରଟି ର୍ନିଭୀକ-ଶକ୍ତିଶାଳୀ ରାଜା ପୃଥ୍ୱୀରାଜଙ୍କ ଜୀବନ ଏବଂ ବୀରତ୍ୱ ଉପରେ ଆଧାରିତ । ଅକ୍ଷୟ ଏହି ଚଳଚ୍ଚିତ୍ରରେ ସମ୍ରାଟ ପୃଥ୍ୱୀରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ଭାରତର ସୁରକ୍ଷା ପାଇଁ ର୍ନିଦ୍ଦୟ ଆକ୍ରମଣକାରୀ ଶାସକ ମହମ୍ମଦଙ୍କ ବିରୁଦ୍ଧରେ ସାହସର ସହିତ ଲଢିଥିଲେ । ମାନୁଶି ଏହି ଚଳଚ୍ଚିତ୍ରରେ ପୃଥ୍ୱୀରାଜଙ୍କ ପ୍ରେମିକା ରାଜକୁମାରୀ ସାନୋଗିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମାନୁଶି କହିଛନ୍ତି ଯେ ପୃଥ୍ୱୀରାଜ ଫିଲ୍ମର ପ୍ରସ୍ତୁତି ସମୟରେ ତାଙ୍କର ଏକ ଲମ୍ବା ପ୍ରସ୍ତୁତି କାର୍ଯ୍ୟ ଥିଲା ।

ଏହି ସମୟ ମଧ୍ୟରେ ସେ ଘୋଡା ଚଢିବା, ତୀରନ୍ଦାଜ ଏବଂ ଫେନସିଂ ସହିତ ତାଙ୍କର ଶାସ୍ତ୍ରୀୟ ନୃତ୍ୟ ଦକ୍ଷତାକୁ ଶିଖିଛନ୍ତି । ମୋର ନିର୍ଦ୍ଦେଶକ ଡକଫର ଚନ୍ଦ୍ରପ୍ରକାଶ ଜୀ ଚାହୁଁଥିଲେ ଯେ ମୋର ପ୍ରଥମ ସଟ୍‌ ମୋ ପାଇଁ ସ୍ୱତନ୍ତ୍ର ଓ ପରଫେକଫ ହେବା ଆବଶ୍ୟକ । ତାଙ୍କର ସେହି ଉତ୍ସାହଜନକ ଘଟଣା ପାଇଁ ମୁଁ ତାଙ୍କ ପକ୍ଷେ କୃତଜ୍ଞ । ମୁଁ କଠିନ ପରିଶ୍ରମ କରିଛି । ମୁଁ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଏହି ଚଳଚ୍ଚିତ୍ରଟି ମୋର ନୃତ୍ୟ ଦକ୍ଷତାକୁ ବୃଦ୍ଧି କରିବାରେ ସାହାଯ୍ୟ କଲା । କାରଣ ଏହି ଚଳଚ୍ଚିତ୍ରରେ ମୋ ଉପରେ ତିନୋଟି ଗୀତ ଅଛି । ତେବେ ଏହି ଫିଲ୍ମରେ ସମସ୍ତେ ମତେ ବହୁତ ସହଯୋଗ କରିଛନ୍ତି । ସେମାନେ କେହି ବି ଏହା ମୋର ପ୍ରଥମ ଚଳଚ୍ଚିତ୍ର ବୋଲି ଭାବିବାକୁ ଦେଇନାହାଁନ୍ତି । ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ।

https://thetopmost.in/?p=946

https://thetopmost.in/?p=755

https://thetopmost.in/?p=1382