The Topmost

“The eyes believe themselves, the ears believe other people.”

pallabi joshi

‘ଦ କାଶ୍ମୀର ଫାଇଲ୍ସ’ରେ ଦମଦାର ଅଭିନୟରେ ମନ ମୋହୁଛନ୍ତି ପଲ୍ଲବୀ

Pallavi_Joshi
Pallavi_Joshi @thetopmost-01

ଆଜିକାଲି ସାରା ଦେଶରେ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଶିରୋନାମା ପାଲଟିଛି । ପ୍ରତିଟି କଳାକାର ନିଜର ନିପୁଣ ଅଭିନୟ ଦ୍ୱାରା ଫିଲ୍ମକୁ ଜୀବନ୍ତ କରିବାରେ ସକ୍ଷମ ହୋଇଛନ୍ତି । ହେଲେ ଏଥିରେ ଜଣେ କଳାକାର ଏପରି ବି ଅଛନ୍ତି, ଯିଏ ପ୍ରାରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛନ୍ତି । ସେ ହେଉଛନ୍ତି, ଫିଲ୍ମରେ ରାଧିକା ମେନନଙ୍କ ଚରିତ୍ରରେ ନଜର ଆସିଥିବା ପଲ୍ଲବୀ ଯୋଶୀ । ସେ ୧୯୭୯ରେ ସିନେ ଦୁନିଆରେ ପ୍ରବେଶ କରିଥିଲେ । ହେଲେ ‘ଦ ତାଶାକନ୍ଦ ଫାଇଲ୍ସ’ ପାଇଁ ସର୍ବଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ପରେ ହିଁ ପରିଚିତ ହୋଇଥିଲେ । ଏହାପରେ ପଲ୍ଲବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ପାଲଟିଥିଲେ । ଫିଲ୍ମ ଦ କାଶ୍ମୀର ଫାଇଲ୍ସର ଲୋକପ୍ରିୟ ଗୀତ ‘ହମ୍‌ ଦେଖେଁଗେ’ ସେ ହିଁ ଗାଇଛନ୍ତି । ୪ ଏପ୍ରିଲ ୧୯୬୯ରେ ମୁମ୍ବାଇରେ ଜନ୍ମିତା ପଲ୍ଲବୀ ଯୋଶୀ ବାଲ୍ୟ କଳାକାର ଭାବେ ନିଜ ପେଶାଗତ ଜୀବନୀ ଆରମ୍ଭ କରିଥିଲେ । ନାଗ ମେରେ ସାଥୀ, ରକ୍ଷାବନ୍ଧନ, ଆଦମୀ ସଡକ କା ଏବଂ ହେମା ମାଳିନୀଙ୍କ ଫିଲ୍ମ ଡ୍ରିମ୍‌ ଗର୍ଲ ପରି ଫିଲ୍ମରେ ଜଣେ ଶିଶୁ କଳାକାର ଭାବେ କାମ କରିଥିଲେ ।

Pallavi_Joshi
Pallavi_Joshi @thetopmost-01

http://thetopmost.in/?p=755

http://thetopmost.in/?p=749

http://thetopmost.in/?p=743

http://thetopmost.in/?p=731

http://thetopmost.in/?p=721

ତେବେ ଫିଲ୍ମି ଦୁନିଆରେ ତାଙ୍କର ପ୍ରବେଶ ୧୯୭୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ଦାଦାରୁ ହୋଇଥିଲା, ଯେଉଁଥିରେ ସେ ଜଣେ ଦିବ୍ୟାଙ୍ଗ ଝିଅର ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ରୁକମାବତୀ କି ହବେଲୀ, ସୁରଜ କା ସାତୱା ଘୋଡା, ତୃଷାଗ୍ନି, ବଞ୍ଚିତ୍‌ ଏବଂ ରିହାଇ ସମେତ ଅନେକ ଫିଲ୍ମରେ ନଜର ଆସିଥିଲେ । ଏହାସହ ପଲ୍ଲବୀ କର୍ମସିଆଲ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ଫିଲ୍ମ ସହ ସେ ତଲାଶ, ୱ ଛୋକରୀ, ଇମତେହାନ, ଆରୋହନ, ୟେ କହାଁ ଆ ଗଏ ହମ୍‌, ଜୁସ୍ତଜୁ ଏବଂ କହାନା ହୈ କୁଛ ମୁଝକୋ ପରି ଟିଭି ସିରିଜ୍‌ରେ ଅଭିନୟ କରିଛନ୍ତି । ସେହିପରି ୧୯୮୮ରେ ମଧ୍ୟ ଫିଲ୍ମ ଅନ୍ଧ-ଯୁଦ୍ଧରେ ସେ ପୁଣି ଥରେ ଏକ ଦିବ୍ୟାଙ୍ଗ ଝିଅର ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ଏଥିପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ସହାୟିକା ରୋଲ୍‌ର ପୁରସ୍କାର ଜିତିଥିଲେ । କେବଳ ସେତିକି ନୁହେଁ ‘ଦ ମେକିଂ ଅଫ୍‌ ମହାତ୍ମା’ରେ ତାଙ୍କର ବଳିଷ୍ଠ ଅଭିନୟ ପାଇଁ ସ୍ପେଶାଲ ଜୁରୀ ଆୱାର୍ଡ ଏବଂ ଏକ୍ସେଲେନ୍ସ ଇନ୍‌ ସିନେମା ଆୱାର୍ଡ ମିଳିଥିଲା । ପଲ୍ଲବୀ କେବଳ ଅଭିନୟରେ ସୀମିତ ନରହି ମନୋରଞ୍ଜନ ଦୁନିଆରେ ଅନ୍ୟ କାମ ମଧ୍ୟ କରିଛନ୍ତି, ଯେଉଁଥିଲେ ଆଙ୍କରିଂ ଏବଂ ଶୋ ହୋଷ୍ଟ କରିବା ସାମିଲ ରହିଛି । ଜିଟିଭର ଲୋକପ୍ରିୟ ଶୋ ‘ଜି ଅନ୍ତାକ୍ଷରୀ’ରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସାମିଲ ଥିଲେ ।

https://twitter.com/KashmirFiles/status/1506525072588038146

କେବଳ ହିନ୍ଦୀ ଫିଲ୍ମ ନୁହେଁ ମରାଠୀ, ମଲାୟଲାମ ଏବଂ କନ୍ନଡ ଫିଲ୍ମରେ କାମ କରିଛନ୍ତି ଏବଂ ମରାଠୀ ସିରିଏଲର ପ୍ରଯୋଜନା ଦେଇଛନ୍ତି । ୧୯୯୭ରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ପଲ୍ଲବୀ ବିବାହ କରିଛନ୍ତି । ଉଭୟ ୩ ବର୍ଷ ଡେଟ୍‌ କରିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି ।