The Topmost

“The eyes believe themselves, the ears believe other people.”

rishikesh's street librery

ଉତ୍ତରାଖଣ୍ଡ ଋଷିକେଶର ପ୍ରଥମ ଷ୍ଟ୍ରିଟ୍‌ ଲାଇବ୍ରେରୀ

ଉତ୍ତରାଖଣ୍ଡର ଋଷିକେଶର ଲକ୍ଷ୍ମଣ ବ୍ରିଜ ନିକଟ ଗଙ୍ଗା କୂଳେ ଭ୍ରମଣ କରୁଥିବା ବେଳେ ଆପଣଙ୍କୁ ଏକ ଖୁଣ୍ଟରେ ଟଙ୍ଗା ହୋଇଥିବା ସୁନ୍ଦର ବକ୍ସ ଦେଖିବାକୁ ମିଳିବ । ସେହି ବକ୍ସରେ ହିନ୍ଦୀ, ଇଂରାଜୀ ସାହିତ୍ୟର ପୁସ୍ତକ ସହ ସ୍କୁଲ ପାଠ୍ୟକ୍ରମ ଏବଂ କିଛି ସାଧାରଣଜ୍ଞାନ ପୁସ୍ତକ ରହିଛି । କେବଳ ସେତିକି ନୁହେଁ ଏହି ବକ୍ସ ଉପରେ ନାମ ମଧ୍ୟ ଲେଖାହୋଇଛି,‘ବସ୍ତାପ୍ୟାକ୍‌ ଆଡ୍‌ଭେଞ୍ଚର୍‌ ତଥା ବସ୍ତାପ୍ୟାକ୍‌ ଷ୍ଟ୍ରିଟ୍‌ ଲାଇବ୍ରେରୀ’ । ତେବେ ଏହା ହେଉଛି ଉତ୍ତରାଖଣ୍ଡର ପ୍ରଥମ ଷ୍ଟ୍ରିଟ୍‌ ଲାଇବ୍ରେରୀ । ଯଦି ବହି ପଢ଼ିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଗୋଟିଏ ବହି ରଖି ଆଉ ଗୋଟେ ବହି ଆଣିପାରିବେ । ତେବେ ଏପରି ଚିନ୍ତାଧାରା ବିଦେଶରୁ ଆସିଛି, ହେଲେ ଭାରତରେ ମଧ୍ୟ ଅନେକ ସ୍ଥାନରେ ଏହାକୁ ସଫଳତାପୂର୍ବକ ପରିଚାଳନା କରାଯାଉଛି ।

rishikesh's street librery
rishikesh’s street librery @thetopmost-01

ଦକ୍ଷିଣ ଭାରତ ଏବଂ ପୂର୍ବୋତ୍ତର ଭାରତରେ କିଛି ସ୍ଥାନରେ ଷ୍ଟ୍ରିଟ୍‌ ଲାଇବ୍ରେରୀ ଖୋଲାଯାଇଥିବା ବେଳେ ଉତ୍ତରାଖଣ୍ଡରେ ମନ୍ତ୍ରମୁU ପରିବେଶ ଏବଂ ଗଙ୍ଗା କୂଳରେ ପ୍ରଥମ ଥର ପାଇଁ ଏହାର ଶୁଭାରମ୍ଭ କରାଯାଇଛି । ‘ବସ୍ତାପ୍ୟାକ୍‌ ଆଡ୍‌ଭେଞ୍ଚର୍‌’କୁ ପରିଚାଳନା କରୁଛନ୍ତି ସ୍ଥାନୀୟ ବାସିନ୍ଦା ଗିରିଜାନ୍ସ ଗୋପାଳନ ଏବଂ ତାଙ୍କର କିଛି ସାଥୀ । ଗୋପାଳନଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି ନିକଟରେ ପଢ଼ିବାର ଇଚ୍ଛାଶକ୍ତି ଥିଲେ ମଧ୍ୟ ଆର୍ଥିକ ଏବଂ ସାମାଜିକ ବାଧାରୁ ସେ ଆଗକୁ ପଢ଼ିପାରେ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏଠାରେ ନିଜ ମନପସନ୍ଦର ପୁସ୍ତକକୁ ମାଗଣାରେ ପଢ଼ିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି, ଏହି ଷ୍ଟ୍ରିଟ୍‌ ଲାଇବ୍ରେରୀ ପାଇଁ କିଛି ଲୋକ ପୁସ୍ତକ ଦାନ କରୁଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥାର କେତେକ ଶିକ୍ଷକ ଏହି ଅଭିଯାନକୁ ସହଯୋଗ କରୁଛନ୍ତି । ସେ ଆଗକୁ ଦୁର୍ଗମ ଏବଂ ବିଚ୍ଛିନାଞ୍ଚଳରେ ଏହି ଅଭିଯାନ ଆରମ୍ଭ କରିବାର ଇଚ୍ଛା ରଖିଛନ୍ତି ।http://thetopmost.in/?p=694

http://thetopmost.in/?p=686

http://thetopmost.in/?p=669