ମହାଯୋଗୀ ରାମାନନ୍ଦଙ୍କର ଅନେକ ଶିଷ୍ୟଥିଲେ । ସେମାନଙ୍କ ମଧ୍ୟରୁ ଗୋରେଖନାଥ ଅନ୍ୟତମ । ରାମାନନ୍ଦ ତାଙ୍କୁ ବହୁତ ଭଲ ପାଉଥିଲେ । ଦିନେ ଗୋରେଖନାଥ ଧ୍ୟାନ କରୁଥିବା ସମୟରେ ରାମାନନ୍ଦ ତାଙ୍କ ପାଖରେ ଉପସ୍ଥିତ ହେଲେ । ଗୁରୁଦେବଙ୍କୁ ହଠାତ ପାଖରେ ଦେଖି ଗୋରେଖନାଥ ଉଠି ତାଙ୍କ ଚରଣ ବନ୍ଦନା କଲେ ଏବଂ କହିଲେ ଗୁରୁଦେବ ମୋର ଧ୍ୟାନ କ୍ଷୁର୍ଣ୍ଣ ହେଲା କାହିଁକି?
ଗୁରୁଦେବ କହିଲେ ବତ୍ସ କାଲି କେତେଜଣ ଯୁବକ ତୁଷାର୍ତ୍ତ ହୋଇ ଆମ କୂପ ପାଖରେ ପହଞ୍ଚିଲେ । ସେଠାରେ ଥିବା ପିତ୍ତଳ ମାଠିଆରେ ଦଉଡ଼ି ବାନ୍ଧି କୂଅରେ ପକାଇଲେ । ପାଣି କାଢିବା ପାଇଁ କୂଅଟି ଗଭୀର ଥିଲା । ତେଣୁ ତାଙ୍କୁ ପରିଶ୍ରମ କରିବାକୁ ପଡ଼ିଲା । କିନ୍ତୁ ମାଠିଆ କୂଅ ଉପରକୁ ଆଣିଲା ବେଳକୁ ତାହା ଖୋଲିଗଲା । ଏହା ଦେଖି ଅନ୍ୟ ଯୁବକମାନେ ହସିବାକୁ ଲାଗିଲେ । ମୁଁ ଦେଖିଲି ଯେ, ମାଠିଆଟି ନାମକୁ ମାତ୍ର । କିନ୍ତୁ ତା ଭିତରେ ଅନେକ ଛିଦ୍ର । ମାଠିଆଟି କୂଅ ଭିତରକୁ ଗଲା ମାତ୍ର ଉଠିଲା ବେଳକୁ ସେଥିରେ କିଛି ନଥିଲା ।
ବତ୍ସ, ସାଧକ ମାନଙ୍କ ମଧ୍ୟରେ ଦଶା ଠିକ୍ ଏହିପରି । ମନରେ ଛିଦ୍ର ଥିଲେ ସିଦ୍ଧି ମିଳେନାହିଁ । ନିଜ ମନ ଭିତରେ ଥିବା ଦୋଷ, ଦୁର୍ବଳତା ଓ ଦୁର୍ଗୁଣ ସବୁକୁ ତ୍ୟାଗ କରିପାରିଲେ, ସିଦ୍ଧି ଲାଭ କରିବା ସହଜ । ଭଗବାନ କାହା ଉପରେ କେବେହେଲେ ଅସ;ୁଷ୍ଟ ହୁଅନ୍ତିନାହିଁ ବରଂ ସହାୟତା କରିଥାଆନ୍ତି । ଠିକ୍ ଯେପରି କୂଅ ସର୍ବଦା ପାଣି ଦେବାକୁ ପ୍ରସ୍ତୁତ ଥାଏ । କେବେବି ନିରାଶ କରେନାହିଁ । ତେବେ ସାଧକର ମନ ସର୍ବଦା ର୍ନିମଳ ଥିବା ଆବଶ୍ୟକ । ଆଉ ସେଥିପାଇଁ ତମର ତପ ଭାଙ୍ଗିଗଲା । ତେବେ ଆଗକୁ ଚେଷ୍ଟା କର ଯେ କିପରି ମନ ଏକାଗ୍ର ଚିତ୍ତରେ କାର୍ଯ୍ୟସିଦ୍ଧିର ସାଧନା କରିବ ।
More Stories
ସନ୍ଧ୍ୟା ବେଳେ ଭୁଲରେ ବି କରନ୍ତୁନି ଏପରି କାମ
ନୂଆ ବର୍ଷରେ ଘରୁ ଫିଙ୍ଗନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ ଦରିଦ୍ର
ଏହି 4 ରାଶି ସୁନା ପିନ୍ଧିଲେ ଚମକିବ ଭାଗ୍ୟ