The Topmost

“The eyes believe themselves, the ears believe other people.”

chiranjeevi-welcomes-salman-khan

ସଲମାନଙ୍କ କେମିଓ ଷ୍ଟାଇଲ: ଚର୍ଚ୍ଚାରେ ସଲମାନଙ୍କ ଦୋସ୍ତି

ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ଅନେକ ଦମଦାର ପ୍ରୋଜେକଫକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଅନେକ ଫିଲ୍ମରେ ସଲମାନଙ୍କର କେମିଓ ଖବର ବି-ଟାଉନରେ ଚର୍ଚ୍ଚାର ପ୍ରମୁଖ କାରଣ ପାଲଟିଛି । ସଲମାନ ନିଜ ସାଙ୍ଗମାନଙ୍କ ପାଇଁ ଅନେକ ପିଲ୍ମରେ କେମିଓ କରିବାକୁ ଯାଉଥିବା ଜଣାପଡ଼ିଛି । ତେବେ ସଲମାନ କେବଳ ବଲିଉଡ୍‌ରେ ନୁହେଁ ବରଂ ସାଉଥ୍‌ରେ ମଧ୍ୟ କେମିଓ କରୁଥିବା ନଜର ଆସିବେ ।

salman
salman @thetopmost-01

http://thetopmost.in/?p=680

ନିକଟରେ ଅଫିସିଆଲି ଘୋଷଣାରେ ସ୍ପଷ୍ଟ ହୋଇଛି ଯେ ସଲମାନ ଖାନ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବିଙ୍କ ଫିଲ୍ମ ‘ଗଡ୍‌ଫାଦର’ରେ ସ୍କ୍ରିନ୍‌ ସେୟାର କରିବେ । ଏହି ଫିଲ୍ମ ଜରିଆରେ ସଲମାନ ତେଲୁଗୁ ସିନେମାରେ ପାଦ ରଖିବେ । ‘ଗଡ୍‌ଫାଦର’ ଏକ କର୍ମସିଆଲ ଏଣ୍ଟରଟେନମେଣ୍ଟ୍‌, ଯାହାକୁ ମୋହନ ରାଜା ନିର୍ଦ୍ଦେଶନା କରିବେ । ଏହା ମଲୟାଲମ ସୁପରହିଟ୍‌ ଫିଲ୍ମ ‘ଲୁସିଫର୍‌’ର ରିମେକ୍‌ । ଏଥିରେ ସଲମାନ ଚିରଞ୍ଜୀବିଙ୍କ ଏହି ଫିଲ୍ମରେ କେମିଓ କରିବେ । ତେବେ ସଲମାନ ଏବଂ ଚିରଞ୍ଜୀବି ଉଭୟ ଭଲ ବନ୍ଧୁ ।

salman
salman @thetopmost-01

ସର୍ବଦା ନିଜ ବନ୍ଧୁତ୍ୱ ଏବଂ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ସଲମାନ ପୁଣି ଥରେ ଏହା ପ୍ରମାଣିତ କରିଛନ୍ତି । ରିପୋର୍ଟ ଅନୁଯାୟୀ ଭାଇଜାନ ସଲମାନ ଏହି ଫିଲ୍ମ ପାଇଁ ଚିରଞ୍ଜୀବିଙ୍କ ଆଗରେ ଏକ ବିଶେଷ ସର୍ତ୍ତ ରଖିଥିଲେ । ସର୍ତ୍ତ ମୁତାବକ ଗଡ୍‌ଫାଦରରେ କେମିଓ ପାଇଁ ପାରିଶ୍ରାମିକ ନେବା ପାଇଁ ସଲମାନ ସଫା ସଫା ମନା କରିଥିଲେ । ଚିରଞ୍ଜୀବିଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ପାଇଁ ସଲମାନ ଏହି ଫିଲ୍ମ ପାଇଁ ଟଙ୍କାଟିଏ ବି ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ତାପରେ ଚିରଞ୍ଜୀବି ସର୍ତ୍ତ ମାନିବା ପରେ ବଲିଉଡ୍‌ ବେଲଫ ଷ୍ଟାର ସଲମାନ ଫ୍ରିରେ ହିଁ ଫିଲ୍ମ ସାଇନ୍‌ କରିଛନ୍ତି । କୁହାଯାଏ ଯେ ସଲମାନ ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବିଙ୍କ ମଧ୍ୟରେ ଥିବା ବଣ୍ଡିଂ ଫିଲ୍ମଠାରୁ ବହୁତ ଉର୍ଦ୍ଧ୍ୱରେ ।

godfather-salman-
godfather-salman- @thetopmost-01

ସୂଚନା ଅନୁଯାୟୀ ଫିଲ୍ମ ‘ଗଡ୍‌ଫାଦର’ ଏକ ପଲିଟିକାଲ ଆକ୍ସନ ଥ୍ରୀଲର । ଏଥିରେ ମଧ୍ୟ ସଲମାନ ଆକ୍ସନ ଅବତାରରେ ନଜର ଆସିବେ । ଫିଲ୍ମରେ ସଲମାନ ଏବଂ ଚିରଞ୍ଜୀବି ଉଭୟ କିଛି ସିନ୍‌ରେ ଏକତ୍ର ଦେଖାଯିବେ । କେବଳ ସେତିକି ନୁହେଁ ଉଭୟଙ୍କୁ ନେଇ ଏକ ଗୀତ ମଧ୍ୟ କମ୍ପୋଜ୍‌ କରାଯାଇଛି । ସେପଟେ ସଲମାନ ନିଜ ଖାସ ସାଙ୍ଗ ଶାହାରୁଖ ଖାନଙ୍କ ପିଲ୍ମ ପଠାନରେ ମଧ୍ୟ ୧୫ମିନିଟ୍‌ର କେମିଓ କରୁଛନ୍ତି । ଖବର ଅନୁଯାୟୀ ଆଦିତ୍ୟ ଚୋପ୍ରା ସଲମାନଙ୍କୁ ଏହି ଛୋଟ ଭୂମିକା ପାଇଁ ୫୦କୋଟି ଦେବା ପାଇଁ ପ୍ରସ୍ତୁତ ଥିଲେ । ହେଲେ ସଲମାନ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ ସେ ଶାହାରୁଖ ପାଇଁ କିଛି ବି କରିବେ ।

http://thetopmost.in/?p=694

http://thetopmost.in/?p=686

http://thetopmost.in/?p=669

http://thetopmost.in/?p=654