The Topmost

“The eyes believe themselves, the ears believe other people.”

mahan daan of hindu religion

ହିନ୍ଦୁ ଧର୍ମରେ ପାଞ୍ଚ ମହାନ ଦାନ

ହିନ୍ଦୁ ଧର୍ମରେ ଦାନର ମହ‰ ବହୁତ ରହିଛି । ଦାନ ଦେବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ପୂଣ୍ୟ ବଢିଥାଏ ବୋଲି ବିଶ୍ୱାସ ରହିଛି । ଆଜିକାଲି ଲୋକ ମାନେ ଦାନର ଅର୍ଥ କହିଲେ କେବଳ ଟଙ୍କା ବୋଲି ଭାବୁଛନ୍ତି । ହେଲେ ଏଭଳି କିଛି ଦାନ ଅଛି ଯାହା ମହାନ ଦାନରେ ଗଣା ଯାଇଥାଏ । ସେହିଭଳି ପାଞ୍ଚଟି ମହାନଦାନ ବିଷୟରେ..
ଭୂମି ଦାନ- ପୂର୍ବ କାଳରେ ରାଜାଙ୍କ ଦ୍ୱାରା ଯୋଗ୍ୟ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଭୂମି ଦାନ କରାଯାଇଥାଏ । ଭଗବାନ ବିଷ୍ଣୁ ତାଙ୍କ ବାମନ ଅବତାରରେ ଭୂମି ଦାନ ନେଇ ତିନି ପାଦରେ ତିନି ଲୋକକୁ ମାପିଥିଲେ । ତେଣୁ ଭୂମି ଦାନ ହେଉଛି ଶ୍ରେଷ୍ଠ ଦାନ । ଯଦି ବିଦ୍ୟାଳୟ, ଆଶ୍ରମ, ଧର୍ମଶାଳା ଆଦି ଧର୍ମୀୟ ଅନୁଷ୍ଠାନକୁ ଭୂମି ଦାନ କରାଯାଏ ତେବେ ତାହାକୁ ମହାନଦାନ କୁହାଯାଏ ।

bhoomi daan
bhoomi daan @thetopmost-01

http://thetopmost.in/?p=466

http://thetopmost.in/?p=680

http://thetopmost.in/?p=675

http://thetopmost.in/?p=669
ଗୋଦାନ- ଭୂମି ଦାନ ଭଳି ଗୋଦାନର ମଧ୍ୟ ଅନେକ ମହତ୍ୱ ରହିଛି । ପୂରାଣ କଥା ଅନୁଯାୟୀ ଯେଉଁ ବ୍ୟକ୍ତି ଗୋ ଦାନ କରିଥାଏ ତାହାର ପରଲୋକରେ ମଧ୍ୟ କଲ୍ୟାଣ ହୋଇଥାଏ । ଗୋ ଦାନ କରିଥିବା ବ୍ୟକ୍ତି ଓ ତାଙ୍କର ପୂର୍ବପୁରୁଷ ଜୀବନ ଚକ୍ରରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି ।

go-daan
go-daan @thetopmost-01

ଅନ୍ନ ଦାନ- ଅନ୍ନ ଦାନ କରିବା ଏକ ବଡ ପୂଣ୍ୟ କାମ ଅଟେ । ଏହି ଦାନ ଦ୍ୱାରା ଜଣେ କ୍ଷୁଦାର୍ଥର କ୍ଷୁଦା ମେଣ୍ଟାଯାଇଥାଏ । ଅନ୍ନ ଦାନ ଭୋଜନର ଗୁରୁତ୍ୱକୁ ବୁଝାଇଥାଏ । ଏହା କରିବା ଦ୍ୱାରା ନିଜ ମନକୁ ମଧ୍ୟ ଶାନ୍ତି ମିଳିଥାଏ ।

arna daan
arna daan @thetopmost-01

କନ୍ୟା ଦାନ- ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି କନ୍ୟା ଦାନ । ସନାତନ ଧର୍ମରେ କନ୍ୟା ଦାନକୁ ସବୁଠାରୁ ଉପରେ ରଖାଯାଇଥାଏ । ଏହି ଦାନ କରିବା ଦ୍ୱାରା ମାତା ପିତା ଅନେକ ପୂଣ୍ୟ ଅର୍ଜନ କରିଥାଆନ୍ତି ।

kanyadaan
kanyadaan @thetopmost-01

ବିଦ୍ୟା ଦାନ- ବିଦ୍ୟା ଦାନରେ ମଣିଷର ବିଦ୍ୟା ଆହୁରି ବଢିଥାଏ । ଏହି ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ପାଖରେ ବିବେକଶୀଳତା ଓ ବିନୟ ଗୁଣରେ ବୃଦ୍ଧି ଘଟିଥାଏ । ଭାରତୀୟ ସଂସ୍କୃତିରେ ବହୁ ପୂରାତନ କାଳରୁ ଗୁରୁ- ଶିଷ୍ୟ ପରମ୍ପରା ରହିଛି । ଯେଉଁଥିରେ ବିଦ୍ୟାଦାନର ପରମ୍ପରା ରହିଛି । ତେଣୁ ବିଦ୍ୟାଦାନ ମହାନ ଦାନ ।

bidyadaan
bidyadaan @thetopmost-01