The Topmost

“The eyes believe themselves, the ears believe other people.”

Pradeep-Mehra

ସୋସିଆଲ ମିଡିଆ ଦ୍ୱାରା ଦେଲେ ସୋସିଆଲ ମେସେଜ

ଆଜିକାଲି ସୋସିଆଲ ମିଡିଆ ଅନେକ ଘଟଣାର ମୁକସାଖୀ ପାଲଟୁଛି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମସ୍ତଙ୍କର ପ୍ରେରଣା ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପିଲା ଦୌଡୁଥିବାର ନଜର ଆସିଛନ୍ତି । ପ୍ରଥମରୁ ସମସ୍ତଙ୍କୁ ଏହା ଏକ ସାଧାରଣ ଭିଡିଓ ଭଳି ଲାଗିପାରେ । ହେଲେ ପିଲାଟିର ଦୌଡିବାର କାରଣ ଜାଣିଲେ ଏହା ଅନେକଙ୍କୁ ଜୀବନରେ ପ୍ରଭାବିତ କରିବ ।

https://twitter.com/vinodkapri/status/1505813315007959041

ମାତ୍ର ୧୯ ବର୍ଷ ବୟସରେ ସେ ଦେଖାଇଛନ୍ତି କିଛି କରିବାର ଅଦ୍ୟମ ଇଚ୍ଛା ଶକ୍ତି । ତାଙ୍କ ବୟସର ପିଲା ସାଙ୍ଗସାଥୀଙ୍କ ଗହଣରେ ସମୟ କାଟୁଥିବା ବେଳେ ୧୯ବର୍ଷୀୟ ପ୍ରଦୀପ ଜୀବନର ଗୁରୁତ୍ୱତାକୁ ବୁଝି ପାରିଛନ୍ତି । ତାଙ୍କର ଇଚ୍ଛା ଭାରତୀୟ ସେନାରେ ଯୋଗଦେବା ପାଇଁ,ହେଲେ ପରିବାର ପୋଷଣ ପାଇଁ ତାଙ୍କୁ ଚାକିରି କରିବାକୁ ପଡୁଛି । ଏହି କାରଣରୁ ତାଙ୍କୁ ସେନା ପାଇଁ ପ୍ରସ୍ତୁତ ହେବାପାଇଁ ସମୟ ମିଳୁନାହିଁ । ତେବେ ଇଚ୍ଛା ଥିଲେ ଉପାୟ ଆପେଆପେ ଆସିଥାଏ । ଏହାକୁ ସତ କରି ଦେଖାଇଛନ୍ତି ପ୍ରଦୀପ । ସେ କାର୍ଯ୍ୟରୁ ଫେରିବା ସମୟରେ ତାଙ୍କ ଘରଠାରୁ ଅଫିସ୍‌ ଦୌଡିଦୌଡି ଫେରିଥାଆନ୍ତି ।

Pradeep-Mehra
Pradeep-Mehra @thetopmost-01

https://twitter.com/vinodkapri/status/1505906056362602497

ଯାହା ଫଳରେ ତାଙ୍କର ସେନାପାଇଁ ପ୍ରସ୍ତୁତି ଅଧୁରା ରୁହେ ନାହିଁ । ଉତ୍ତରାଖଣ୍ଡର ପ୍ରଦୀପ ଦିଲ୍ଲୀରେ ମ୍ୟାକ୍‌ଡୋନାଲïରେ କାର୍ଯ୍ୟରତ । ସେ ପ୍ରତିଦିନ ୧୦ କିମି ଦୌଡିଥାଆନ୍ତି । କେବଳ ନିଜ ସ୍ୱପ୍ନ ନୁହେଁ ଘରର ବୋଝ ମଧ୍ୟ ରହିଛି ଏହି ଛୋଟ କାନ୍ଧରେ । ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଇଣ୍ଟରନେଟ୍‌ ୟୁଜରମାନେ ପ୍ରଦୀପଙ୍କର ଇଚ୍ଛାଶକ୍ତି ସହ କିଛି କରିବାର ସ୍ପୃହାକୁ ବେଶ୍‌ ପସନ୍ଦ କରିଛନ୍ତି ।

http://thetopmost.in/?p=700

http://thetopmost.in/?p=694

http://thetopmost.in/?p=680

http://thetopmost.in/?p=675