The Topmost

“The eyes believe themselves, the ears believe other people.”

PETROL

ଅପରାଧରେ ଗଣା ଗାଡିରୁ ତେଲ ସରିବା: ଆଶ୍ଚର୍ଯ୍ୟ ଲାଗିଲେ ବି ସତ

ସାଧାରଣତଃ ଅପରାଧ ତାଲିକାରେ ଚୋରି, ହତ୍ୟା, ଲୁଣwନ, ମାରପିଟ ଭଳି ଭୁଲ ନଜରକୁ ଆସିଥାଏ । ହେଲେ ଗାଡିରୁ ତେଲ ସରିବା ଏକ ଅପରାଧ ବୋଲି କେହି କେବେ ବିଶ୍ୱାସ କରିବେ ନାହିଁ । ଦୁନିଆରେ ଏଭଳି ଏକ ଦେଶ ଅଛି ଯେଉଁଠି ଗାଡିରୁ ତେଲ ସରିଲେ ତାହା ଅପରାଧରେ ଗଣା ହୋଇଥାଏ । ଏହି ତେଲ ସରିବା ଅପରାଧ ପାଇଁ ଗାଡିର ଡ୍ରାଇଭରକୁ ଦଣ୍ଡ ମଧ୍ୟ ମିଳିଥାଏ ।

PETROL
PETROL @thetopmost-01

http://thetopmost.in/?p=686

http://thetopmost.in/?p=680

http://thetopmost.in/?p=669

http://thetopmost.in/?p=660

ଜର୍ମାନୀରେ ରହିଛି ଏଭଳି ଅଜବ ନିୟମ । ଏଠାରେ ଗାଡି ଜୋରରେ ଚଲାଇବା ଅପରାଧ ନୁହେଁ । ହେଲେ ଯଦି ମଝିରାସ୍ତାରେ ଗାଡିରୁ ତେଲ ସରିଯାଏ ତେବେ ତାହା ଅପରାଧ । ଏହି ଅପରାଧ ପାଇଁ ଦଣ୍ଡ ସହ ଜରିମାନା ବି ଦେବାକୁ ହୋଇଥାଏ । ତେଣୁ ଏଠିକାର ବାସିନ୍ଦା ଗାଡିରୁ ତେଲ ନସରିବାପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି । ସେହିଭଳି ଜର୍ମାନୀରେ ଫୋନ ଉଠାଇଲେ ହେଲୋ କୁହନ୍ତି ନାହିଁ ।

PETROL
PETROL @thetopmost-01

ତାଙ୍କୁ ସେଠି ଫୋନ ଉଠାଇବା ସମୟରେ ହେଲୋ ନକହି ନିଜର ନାଁ କହିବାକୁ ହୋଇଥାଏ । ସେହିଭଳି ଆଉ ଏକ ଅଜବ ବିଶ୍ୱାସ ରହିଛି ସେଠିକାର ବାସନ୍ଦାଙ୍କ ମନରେ । ଜନ୍ମଦିନର ଶୁଭେଚ୍ଛା ଆଗୁଆ ଦିଆଯାଇନଥାଏ । ଆଗୁଆ ଶୁଭେଚ୍ଛାକୁ ଏଠାରେ ଅଶୁଭ ମାନନ୍ତି । କେବଳ ଜନ୍ମଦିନରେ ହିଁ ଶୁଭେଚ୍ଛା ଦିଆଯାଇଥାଏ । ତେବେ ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି ଓ ସେମାନଙ୍କ ଦ୍ୱାରା ପ୍ରଣିତ ଅଜବ ନିୟମ ମଧ୍ୟ ରହିଛି । ହେଲେ ଏପରି ନିୟମ ବିଷୟରେ ଶୁଣି ନଥିବେ ନିଶ୍ଚୟ ।

BIRTHDAY WISH
BIRTHDAY WISH @thetopmost-01