The Topmost

“The eyes believe themselves, the ears believe other people.”

healthy detox drink for summer

Try these detox drink, it will reduce your fat .

ଆପଣ ନିଜ ଓଜନ କମାଇବାକୁ ଚାହାନ୍ତି କି, ଟ୍ରାୟ କରନ୍ତୁ ଏହି ଡିଟକ୍ସ ଡ୍ରିଙ୍କ୍‌
ଆଜିକାଲି ମୋଟାପଣ ପ୍ରାୟ ଏକ କମନ୍‌ ସମସ୍ୟା ହୋଇଗଲାଣି । ସବୁଠି ସମସ୍ତେ ନିଜର ମୋଟାପାକୁ ନେଇ ଚିନ୍ତାରେ । ତେବେ ଏଥିପାଇଁ ନିଜକୁ ଫିଟ୍‌ ରଖିବାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । କିଏ କିଛି ଡାଏଟ୍‌ ପ୍ଲାନ୍‌ ଫଲୋ କରେ ତ କିଏ ଡିଟକ୍ସ ଡ୍ରିଙ୍କ ଉପରେ ଗୁରୁତ୍ୱ ଦେଇଥାଏ । ତେବେ ଆଜି ଆମେ ଜାଣିବା ଏପରି କିଛି ଡିଟକ୍ସ ଡ୍ରିଙ୍କ ବିଷୟରେ ଯାହା ଖୁବଶିଘ୍ର ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହେବ । ତେବେ ଓଜନ କମାଇବା ପାଇଁ ଆପଣ ବିଭିନ୍ନ ପ୍ରକାରର ଡିଟକ୍ସ ଡ୍ରିଙ୍କ ଆପଣେଇ ପାରିବେ । ଏହି ଡାଏଟ୍‌ ବା ଡିଟକ୍ସ ଡ୍ରିଙ୍କ ଆପଣଙ୍କ ଶରୀରର ଟକ୍ସିନ୍‌ କୁ ବାହାରକୁ ବାହର କରିବାରେ ବିଶେଷ ଉପଯୋଗୀ ହୋଇଥାଏ ।


ଗରମ ଦିନରେ ଲୋକେ ବିଶେଷ ଭାବରେ ହେଲଦି ଓ ଥଣ୍ଡା ପାନୀୟ ସେବନ କରନ୍ତି । ଏଥିରେ ନଡିଆ ପାଣି, ଆଖୁରସ ଓ ସତୁ ପରି ଜୁସ୍‌ ସବୁ ସାମିଲ୍‌ ରହିଛି । ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟେଡ ରଖିବାରେ ସାହାଯ୍ୟ କରେ । ତେବେ ଏହି ଗରମ ଦିନରେ ଯଦି ଆପଣ କିଛି ନୂଆ ଡ୍ରିଙ୍କ ନିଜ ଟେଷ୍ଟ ଚେଞ୍ଜ ପାଇଁ ବ୍ୟବହାର କରିବାକୁ ଚାହାନ୍ତି ତେବେ ଆପଣ ଲେମ୍ବୁ, ପୁଦିନା ଓ କାକୁଡିକୁ ନେଇ ଏକ ଡିଟକ୍ସ ଡ୍ରିଙ୍କ ବନେଇ ପାରିବେ । ତେବେ ଏହି ଡ୍ରିଙ୍କ ଯେ କେବଳ ଆପଣଙ୍କ ଟେଷ୍ଟ ବଦଳେଇବ ତାହା ନୁହେଁ ବରଂ ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟେଡ୍‌ ରଖିବା ସହ େୱଟ୍‌ ଲସ୍‌ ଓ ଶରୀରରେ ପୋଷକ ତତ୍ତ୍ୱ ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ ।

detox drink
detox drink @thetopmost-01

ଲେମନ୍‌ ସ୍ଲାଇସ୍‌ ଡ୍ରିଙ୍କ
ଏହାକୁ ବନେଇବା ପାଇଁ ଗୋଟେ କାକୁଡିକୁ ପତଳା ସ୍ଲାଇସରେ କାଟନ୍ତୁ । ସେଥିରେ କିଛି ପତଳା ଲେମ୍ବୁର ସ୍ଲାଇସ ଓ ପୁଦିନା ପତ୍ର ପକେଇ ଗୋଟେ ବଡ ଜାରରେ ପାଣିରେ ରଖି ତାକୁ ରାତିରେ ଫ୍ରିଜରେ ରଖିଦିଅନ୍ତୁ । ଆଉ ସକାଳୁ ଏହାର ସେବନ କରନ୍ତୁ ।

detox drink
detox drink @thetopmost-01

ଡାଳଚିନି, ସେଉ ଡ୍ରିଙ୍କ
ସେହିପରି ସେଉ ଆଉ ଡାଳଚିନିର କମ୍ବିନେଶନ୍‌ ଶରୀରର ଓଜନ ହ୍ରାସ ପାଇଁ ବହୁତ ଉପଯୋଗି । ଏହାକୁ ବନେଇବା ପାଇଁ ସେଉ ଓ ଲେମ୍ବୁକୁ ପତଳା ସ୍ଲାଇସରେ କାଟି ନିଅନ୍ତୁ । ଗୋଟେ ପାତ୍ରରେ ସେଉର ସ୍ଲାଇସ୍‌, ଡାଳଚିନି, ପୁଦିନା, ଅଦା ଓ ଲେମ୍ବୁ ସ୍ଲାଇସକୁ ପକେଇ ଦିଅନ୍ତୁ । ଏଥିରେ ପାଣି ମିଶେଇ ଏହାକୁ ୬ରୁ ୭ ଘଣ୍ଟା ସେମିତି ଛାଡି ଦିଅନ୍ତୁ । ତାପରେ ତାକୁ ଭଲରେ ଛାଣି ସେଥିରେ ମହୁ ମିଶାଇ ଏହାର ସେବନ କରନ୍ତୁ । ଏହାକୁ ଆପଣ ଖାଲି ପେଟରେ ପିଅନ୍ତୁ । ଏହା ଓଜନ ହ୍ରାସ କରିବାରେ ବହୁତ ଉପଯୋଗି ।

detox drink
detox drink @thetopmost-01

ଚିଆସିଡ୍‌ ଡ୍ରିଙ୍କ୍‌
ଚିଆସିଡ୍‌ ଫାଇବରରେ ଭରପୁର ଥାଏ । ଏହା ଏକ ସୁପର ଫୁଡ୍‌ ଭାବରେ କାମ କରେ । ଗୋଟେ ଚାମଚ ଚିଆ ସିଡକୁ ଗୋଟେ ବଟଲ ପାଣିରେ ଭିଜାନ୍ତୁ । ସେଥିରେ ଲେମ୍ବୁର ସ୍ଲାଇଡ୍‌ ପକେଇ ୧ ଘଣ୍ଟା ରଖନ୍ତୁ । ତାପରେ ତାକୁ ପିଅନ୍ତୁ । ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଅଟେ । ଏହା ଶରୀରରୁ ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ ହଟାଇବାରେ ସାହାଯ୍ୟ କରେ ।

detox drink
detox drink @thetopmost-01

ମେଥି ଦାନା ଓ ଧନିଆ ଡ୍ରିଙ୍କ
ରାତିରେ ଏକ ଚାମଚ ମେଥି ଦାନାକୁ ପାଣିରେ ଭିଜାନ୍ତୁ । ଏହାକୁ ରାତିରେ ଭିଜେଇ ତାକୁ ଛାଣନ୍ତୁ । ତା ପରେ ସେ ପାଣିରେ କିଛି ଲେମ୍ବୁରସ ମିଶାଇ ତାକୁ ପିଅନ୍ତୁ । ସେହିପରି ଧନିଆକୁ ମଧ୍ୟ ରାତିରେ ଭିଜାଇ ତାର ପାଣିକୁ ଆପଣ ସକାଳେ ପିଅନ୍ତୁ । ଏହା ଓଡନ ହ୍ରାସ କରିବାରେ ସହାୟକ ହୋଇଥାଏ ।

https://thetopmost.in/?p=1576

https://thetopmost.in/?p=1557

https://thetopmost.in/?p=1547

https://thetopmost.in/?p=1526

https://thetopmost.in/?p=1583