ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ବେବି ଫୁଡ୍ ଡାଏଟ୍
ଆଜିକାଲି ସମସ୍ତେ ନିଜ ଲୁକ୍ ଓ ଡାଏଟକୁ ନେଇ ଖୁବ ଯତ୍ନବାନ ହେଉଥିବା ନଜରକୁ ଆସିଛି । ତେବେ ଆପଣ ଜାଣିଛନ୍ତି କି ସେଲିବ୍ରିଟିମାନେ ନିଜକୁ ପ୍ରପର ସେପରେ ଆଣିବାକୁ କେଉଁ ଡାଏଟ୍ ପ୍ଲାନ୍ ଆପଣେଇଛନ୍ତି । ତେବେ ଆପଣ ତ ବେବିଫୁଡ୍ ଡାଏଟ୍ ବିଷୟରେ ଜାଣିଥିବେ । ସେଲିବ୍ରିଟି ନିଜ ଡାଏଟ୍ ପାଇଁ କିଛିବି କରିବାକୁ ପଛାନ୍ତିନି । ତେବେ ସିଲେବ୍ସ୍ ନିଜକୁ ଫିଟ୍ ରଖିବା ପାଇଁ ବେବି ଫୁଡର ବ୍ୟବହାର କରୁଛନ୍ତି । ତାହାଲେ ଆସନ୍ତୁ ଜାଣିବା ଏ ବେବି ଫୁଡ ଡାଏଟ୍ କଣ ।
ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଡାଏଟିଂ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟକୁ କମ୍ ବ୍ୟବହାର କରିବା ପରିବର୍ତ୍ତେ ବେବି ବା ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ବ୍ୟବହାର କରିବା ବହୁତ ଭଲ । ଏହି ଖାଦ୍ୟରେ ଲାଇଟ୍ ଓ ସ୍ପାଇସକୁ ବିଶେଷ ଧ୍ୟାନ ଦିଆଯାଇଥାଏ । ଏଥିରେ ବେଶି ମାତ୍ରାରେ ମିଠା, ରାଗ ବା ମସଲାକୁ ବ୍ୟବହାର କରାଯାଏନାହିଁ । ତେଲ ମସଲା ଇତ୍ୟାଦିର ବ୍ୟବହାର ନହେଉଥିବା କାରଣରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହି ଖାଦ୍ୟକୁ ଆପଣ ସକାଳର ବ୍ରେକଫାଷ୍ଟ, ଲଞ୍ଚ୍ ଓ ଡିନରରେ ମଧ୍ୟ ସାମିଲ କରିପାରିବେ । ଏଥିରେ ପ୍ରୋଟିନ୍, କମ୍ପଲେକ୍ସ ଓ କାର୍ବୋହାଇଡ୍ରେଟସ୍ ବି ପ୍ରଚୁର ପରିମାଣରେ ମିଳେ । ଏହି ଖାଦ୍ୟକୁ ସେବନ ପରେ ଆପଣ ୱାର୍କଆଉଟ କଲେ ମଧ୍ୟ ଥକାପଣ ଅନୁଭବ ହେବନାହିଁ ।
ତେବେ ଏହାକୁ ସମସ୍ତେ ନିଜ ଡାଏଟ୍ ଭାବରେ ସାମିଲ କରିପାରିବେ ନାହିଁ । ଏହି ଡାଏଟକୁ ଆପଣେଇବା ପୂର୍ବରୁ ନିଜ ଡକଫରଙ୍କ ସହିତ ପରାମର୍ଶ ନିଶ୍ଚୟ କରନ୍ତୁ । ଯାହାକୁ ପୂର୍ବରୁ କୌଣସି ରୋଗ ଅଛି, ଗର୍ଭବତୀ ମହିଳା, କ୍ଷୀର ଖୁଆଉଥିବା ମହିଳା ବା ଛୋଟ ଛୁଆ ଏ ଡାଏଟ୍ ଠାରୁ ଦୂରେଇ ରୁହନ୍ତୁ ।
ଏହାର କିଛି ସାଇଡିଫେକଫ ମଧ୍ୟ ରହିଛି । ତେବେ ଆପଣ ଯଦି ଭାବୁଥାନ୍ତି ଏହାର ବ୍ୟବହାର ପରେ ଆପଣଙ୍କ ଶରୀର ସବୁଦିନ ପାଇଁ େୱଟ୍ ଲୁସ କରିବ ତେବେ ଆପଣ ଭୁଲ ଭାବୁଛନ୍ତି । ଯେପର୍ଯ୍ୟନ୍ତ ଡାଏଟ୍ ଚାଲେ ସେବେଯାଏ ଏହା ନିଜ କାମ କରାଇଥାଏ ।
୧- ଏହା ଆପଣଙ୍କ ସାମାନ୍ୟ ଆହାର ଅପେକ୍ଷା ବେଶି ଦାମୀ ହୋଇପାରେ ।
୨- ଯେହେତୁ ଏଥିରେ କମ୍ କ୍ୟାଲୋରୀ ଥାଏ ସେଥିପାଇଁ ଆପଣ ନିଜକୁ ଟିକେ କମ୍ ଏନର୍ଜେଟିକ୍ ଫିଲ୍ କରିବେ ।
୩- ପ୍ରୋଟିନ୍ ଓ ଫାଇବର କମ୍ ଥିବା କାରଣରୁ ଖାଇସାରିବା ପରେ ମଧ୍ୟ ଭୋକ ଲାଗିପାରେ ।
ତେବେ ଆପଣ ଏ ସମସ୍ତ ବିଷୟ ପ୍ରତି ଧ୍ୟାନ ରଖିଲେ ଆପଣ ମଧ୍ୟ ନିଜକୁ ଫିଟ୍ କରିପାରିବେ ।
5 thoughts on “Do you want to loose your weight follow this baby food diet .”