The Topmost

“The eyes believe themselves, the ears believe other people.”

guest

Wedding reception outside in the backyard. Bride and groom with a family dancing.

Different rule for wedding guest .

ଅତିଥିଙ୍କ ପାଇଁ ଅଜବ ସର୍ତ୍ତ
ଇଂଲଣ୍ଡର ଜଣେ ୨୨ ବର୍ଷୀୟା ଟିକ୍‌ଟକ୍‌ ୟୁଜର୍‌ ତାଙ୍କ ବିବାହର ଅତିଥିଙ୍କ ପାଇଁ କଡ଼ା ନିୟମର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ୧୩ଟି ଅଜବ ସର୍ତ୍ତ ପାଇଁ ସେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ରିପୋର୍ଟ ଅନୁଯାୟୀ ପ୍ଲେମାଉଥ୍‌ର ରହୁଥିବା କେନେଡୀ ମାର୍କ୍ସ ନାମକ ଜଣେ ଯୁବତୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ବେଶ୍‌ ଲୋକପ୍ରିୟ । ଏହି ଟିକଟକ୍‌ରେ ସେ ତାଙ୍କ ବିବାହ ଏବଂ ସେସମ୍ବନ୍ଧୀୟ ଜଡ଼ିତ ଅଜବ ନିୟମକୁ ସେୟାର କରିଛନ୍ତି । ସୂଚନା ଅନୁଯାୟୀ କେନେଡୀ ତାଙ୍କ ୨ ବର୍ଷ ପୁରୁଣା ବୟଫ୍ରେଣ୍ଡ୍‌ଙ୍କ ସହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମାତ୍ର ୮ ବର୍ଷ ବୟସରୁ ସେ ତାଙ୍କ ବିବାହକୁ ଅତି ଜାକଜମକରେ ଆୟୋଜନ କରିବା ପାଇଁ ଇଚ୍ଛା ରଖିଛନ୍ତି । ତେଣୁ ଏଥିପାଇଁ ସେ ୧୩ଟି ସର୍ତ୍ତ ତଥା ନିୟମର ତାଲିକା ପ୍ରସ୍ତୁତ କରିଛନ୍ତି । ସର୍ତ୍ତ ଅନୁଯାୟୀ, ବିବାହରେ ତାଙ୍କ (କେନେଡୀ) ବ୍ୟତୀତ କେହି ବି ଧଳା ଡ୍ରେସ୍‌ ପିନ୍ଧିବେ ନାହିଁ । ଅତିଥିମାନେ କେହି ତାଙ୍କ ସନ୍ତାନଙ୍କୁ ଆଣିବେ ନାହିଁ କି ଅନ୍ୟ କାହାକୁ ଆଣିବେ ନାହିଁ, ଏକୁଟିଆ ଆସିବେ । ମାଇକ୍ରୋଫୋନ୍‌, ମୋବାଇଲ ଫୋନ୍‌ର ବ୍ୟବହାର କେହି କରିପାରିବେ ନାହିଁ । କେନେଡୀଙ୍କୁ କେହି ବି ଚିନ୍ତାରେ ପକାଇବେ ନାହିଁ, ତାଙ୍କ ମା’ଙ୍କ ସହ କଥା ହେବେ । ସବୁଠୁ ବଡ଼ କଥା ବୋରିଂ ଲୋକ ବିବାହକୁ ଆସିବେ ନାହିଁ । ତାଙ୍କୁ ଓ ତାଙ୍କ ସ୍ୱାମୀକୁ ଚିହ୍ନି ନଥିବା ବ୍ୟକ୍ତି ମଧ୍ୟ ନଆସିବାକୁ ସର୍ତ୍ତ ରଖିଛନ୍ତି । ଏପରିକି କେନେଡୀଙ୍କ ପୂର୍ବରୁ କେହି ବି ଫଟୋ ଉଠାଇପାରିବେ ନାହିଁ କି କେହି ନୃତ୍ୟ କରିବେ ନାହିିଁ । ତେବେ ଏହି ଆଚମ୍ବିତ କରୁଥିବା ସର୍ତ୍ତକୁ ଦେଖି କେନେଡୀଙ୍କୁ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଉଛି ।

https://thetopmost.in/?p=1588

https://thetopmost.in/?p=1583

https://thetopmost.in/?p=1434

https://thetopmost.in/?p=1640