‘ୟଶ୍ ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍’
ବ୍ଲକବଷ୍ଟର କନ୍ନଡ ଫିଲ୍ମ ‘କେଜିଏଫ୍ ଚାପଫର ୨’ ବକ୍ସ ଅଫିସ ମାମଲାରେ ସିନେ ଇତିହାସରେ ରେକର୍ଡ କରିବାରେ ଲାଗିଛି । ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏବଂ ବିଦେଶରେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ କେଜିଏଫ୍କୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କନ୍ନଡ ସୁପରଷ୍ଟାର ରକିଂ ଷ୍ଟାର୍ ୟଶ୍ଙ୍କ ଆକ୍ସନ, ଡାଏଲଗ୍ ଏବଂ ଅଭିନୟକୁ ତାଙ୍କର ପ୍ରଶଂସକଙ୍କ ସହ ଫିଲ୍ମ ତାରକା ମଧ୍ୟ ପ୍ରଶଂସା କରୁଛନ୍ତି । ଏହାରି ମଧ୍ୟରେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ମଧ୍ୟ ସାମିଲ ହୋଇଛନ୍ତି, ଯିଏ ୟଶ୍ଙ୍କୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି । ଏପରିକି ତାଙ୍କୁ ଏଙ୍ଗ୍ରି ୟଙ୍ଗ୍ ମ୍ୟାନ କହିଛନ୍ତି । ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କେଜିଏଫ୍-୨ର ପୋଷ୍ଟର ସେୟାର କରି କହିଛନ୍ତି ଯେ ଯଶ୍ କେଜିଏଫ୍ର ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍, ଯାହାଙ୍କୁ ଭାରତୀୟ ସିନେମାରେ ଦୀର୍ଘ ବର୍ଷ ଧରି ଦେଖିବାକୁ ମିଳିନଥିଲା । କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ୭୦ ଓ ୮୦ ଦଶକର ଅମିତାଭ ବଚ୍ଚନଙ୍କ ସ୍ଥାନକୁ ୟଶ୍ ପୂରଣ କରିଛନ୍ତି । ଅମିତାଭ ସେସମୟରେ ଡନ୍, ଦିୱାର୍, ଶକ୍ତି ଏବଂ ଅଗ୍ନିପଥ ପରି ଫିଲ୍ମରେ କାମ କରି ଏଙ୍ଗ୍ରି ୟଙ୍ଗ୍ ମ୍ୟାନ୍ର ଟାଇଟଲକୁ ନିଜ ନାମରେ କରିଥିଲେ । ସେହିପରି କଙ୍ଗନା ଆଉ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୟଶ୍ଙ୍କ ବ୍ୟତୀତ ରାମ ଚରଣ, ଜୁନିଅର ଏନଟିଆର ଏବଂ ଅଲ୍ଲì ଅର୍ଜୁନଙ୍କ ଫଟୋ ରହିଛି । କଙ୍ଗନା ଏହି ଷ୍ଟୋରୀରେ ଲେଖିଛନ୍ତି ଯେ ‘ସାଉଥ୍ ସୁପରଷ୍ଟାରମାନେ ନିଜ ସଂସ୍କୃତି ସହ ଜଡ଼ିତ । ସେମାନଙ୍କର ଟ୍ୟାଲେଣ୍ଟ୍ ଏବଂ କଠିନ ପରିଶ୍ରମ ବ୍ୟତୀତ ସେମାନଙ୍କର ସତ୍ୟତା ହିଁ ଦର୍ଶକଙ୍କୁ ଆକର୍ଷିତ କରିଥାଏ ।’ ଏହାପୂର୍ବରୁ ୟଶଙ୍କୁ୍ ଏକ ଇଣ୍ଟରଭୁ୍ୟରେ ଅମିତାଭ ବଚ୍ଚନଙ୍କ ଫିଲ୍ମର ରିମେକ୍କୁ ଚୟନ କରିବା ଉପରେ ପ୍ରଶ୍ନ ପଚରାଯାଇଥିଲା । ଏହାକୁ ନେଇ ସେ କହିଥିଲେ ଯେ ‘ବ୍ୟକ୍ତିଗତ ଭାବେ ତାଙ୍କୁ ରିମେକ୍ ପସନ୍ଦ ନୁହେଁ ଏବଂ ଫିଲ୍ମରେ ଅମିତାଭ ବଚ୍ଚନଙ୍କ କାମ କ୍ଲାସିକ । ତେଣୁ ତାଙ୍କୁ ଲାଗୁନାହିଁ ଯେ ସେ ଅମିତାଭ ବଚ୍ଚନଙ୍କ ପରି କିଛି କରିପାରିବେ ।’ କଙ୍ଗନାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ କଙ୍ଗନା ରିୟାଲିଟି ଶୋ ଲକ୍ ଅପ୍ରେ ବ୍ୟସ୍ତ ଥିବା ବେଳେ ଖୁବଶୀଘ୍ର ଆକ୍ସନ-ଥ୍ରୀଲର ଫିଲ୍ମ ଧାକଡ଼ରେ ନଜର ଆସିବେ । ଏହି ଫିଲ୍ମରେ କଙ୍ଗନାଙ୍କ ସହ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ସିନେମାଘରେ ୨୦ ମେ’ରେ ମୁକ୍ତିଲାଭ କରିବ ।
“The eyes believe themselves, the ears believe other people.”
4 thoughts on “South super star KGF chapter 2 hero Yash”