The Topmost

“The eyes believe themselves, the ears believe other people.”

how to apply sunscreen lotion to your face

 How to apply sunscreen lotion to your face.

ସନ୍‌ସ୍କ୍ରିନ୍‌ ଟିପ
ଗ୍ରୀଷ୍ମଦିନେ ହେଉ କି ଶୀତଦିନେ ଆଜିକାଲି ଯୁବତୀମାନେ ତ୍ୱଚାରେ ସନ୍‌ସ୍କ୍ରିନ ଲଗାଇବାକୁ ପସନ୍ଦ କରୁଛନ୍ତି । ସନ୍‌ବର୍ନ ଏବଂ ଟ୍ୟାନ୍‌କୁ ଦୂର କରିବା ପାଇଁ ବିୟୁଟି ଏକ୍ସପର୍ଟମାନେ ମଧ୍ୟ ଦିନକୁ ଦୁଇ ଥର ସନସ୍କ୍ରିନ ବ୍ୟବହାର କରିବାର ପରାମର୍ଶ ଦେଉଛନ୍ତି । ହେଲେ ସଠିକ୍‌ ଉପାୟରେ ବ୍ୟବହାର କଲେ ହିଁ ଏଥିରୁ ଅଧିକ ଲାଭ ମିଳିଥାଏ । ନଚେତ୍‌ ବ୍ରଣ, କଳାଦାଗ ପରି ସମସ୍ୟା ଦେଖାଯିବ । କେବଳ ସନ୍‌ସ୍କ୍ରିନ ଲଗାଇଦେଲେ ତ୍ୱଚା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌ । ତେଣୁ ସନସ୍କ୍ରିନ ଲଗାଇବାର ଅଧଘଣ୍ଟା ପରେ ହିଁ ଘରୁ ବାହାରନ୍ତୁ । ସେହିପରି ନିଜର ସ୍କିନ ଟାଇପ ହିସାବରେ ହିଁ ସନସ୍କ୍ରିନ ଚୟନ କରନ୍ତୁ । ଯଦି ଆପଣଙ୍କ ତ୍ୱଚା ତୈଳଯୁକ୍ତ, ତାହେଲେ ଜେଲ୍‌ ସନ୍‌ସ୍କ୍ରିନକୁ ଭୁଲରେ ବି ଲଗାନ୍ତୁ ନାହିଁ । ଏଥିପାଇଁ ଆପଣଙ୍କୁ ମେଟ୍‌ ଫିନିଶ୍‌ ସନ୍‌ସ୍କ୍ରିନ କ୍ରିମ୍‌ ବ୍ୟବହାର କରନ୍ତୁ । ସବୁଠୁ ବଡ଼ କଥା, ସନସ୍କ୍ରିନ ଉପରେ ଦିଆଯାଇଥିବା ଏସପିଏଫ୍‌ ସ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିୟୁଟି ଏକ୍ସପର୍ଟଙ୍କ ଅନୁଯାୟୀ ସମର୍‌ ସ୍କିନ କେୟାର ସମୟରେ ଅଧିକ ଏସପିଏଫ୍‌ ଥିବା କ୍ରିମକୁ ଚୟନ କରନ୍ତୁ । ଏହାସହ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶରେ ହିଁ ଉପଯୁକ୍ତ ଏସପିଏଫ୍‌ ସନସ୍କ୍ରିନକୁ ନିଜ ରୁଟିନରେ ସାମିଲ କରନ୍ତୁ ।

 how to apply sunscreen lotion to your face
 how to apply sunscreen lotion to your face @thetopmost-01

https://thetopmost.in/?p=1413

https://thetopmost.in/?p=1410

https://thetopmost.in/?p=1402

https://thetopmost.in/?p=1416