କିଏ ବଞ୍ଚିବ କେତେ ଦିନ
ବିଭିନ୍ନ ପ୍ରକାର ଗବେଷଣାରୁ ଅନେକ ସମୟରେ ଏଭଳି ତଥ୍ୟ ମିଳିଥାଏ, ଯାହା ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଗବେଷଣାର ତଥ୍ୟ ଅନୁସାରେ ଗୋଟିଏ ଜୀବନ୍ତ ଶରୀରରେ ଜେନେଟିକ୍ କୋଡ୍ ଯେତେ ଧିରେ ପରିବର୍ତ୍ତନ ହୁଏ ଏହାର ଜୀବନ୍ତ ରହିବାର ସମୟ ମଧ୍ୟ ସେତେ ବଢିଥାଏ । ଏହି ଗବେଷଣାରେ ବୟସାଧୀକ କାରଣରୁ ଶରୀରରେ ହେଉଥିବା ଜେନେଟିକ୍ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି । ଇଂଲଣ୍ଡର େୱଲକମ୍ ସାଙ୍ଗର ଇନ୍ଷ୍ଟିଚୁ୍ୟଟ୍ ଏ ନେଇ ଗବେଷଣା କରିଛି । ଏଠିକାର ଗବେଷକ ମାନେ ୧୬ଟି ଜୀବନ୍ତ ପ୍ରଜାତି ଯଥା ମଣିଷ, ମୂଷା, ସିଂହ, ବାଘ, ଜିରାଫ, କ୍ୟାନସର ସହ ସବୁଠାରୁ ଅଧିକ ଲଢିପାରୁଥିବା ମୋଲ୍ ପ୍ରଜାତିର ମୂଷା ଆଦିଙ୍କୁ ନେଇ ଗବେଷଣା କରିଛନ୍ତି । ଏହି ଗବେଷଣାର ତଥ୍ୟ ଅନୁସାରେ ସ୍ତନ୍ୟପାୟୀ ପ୍ରାଣୀମାନେ ଅନ୍ୟ ପ୍ରାଣୀଙ୍କଠାରୁ ଅଧିକ ଦିନ ବଞ୍ଚିଥାଆନ୍ତି । ଏହା କେବଳ ଜେନେଟିକ୍ ପରିବର୍ତ୍ତନ କାରଣରୁ ସମ୍ଭବ ହୋଇଥାଏ । ଜେନେଟିକ୍ ପରିବର୍ତ୍ତନ ଅର୍ଥାତ ସୋମାଟିକ୍ ମୁ୍ୟଟେସନ୍ ଗୋଟିଏ ଜୀବନ୍ତ ସେଲ୍ରେ ଜୀବନ ସାରା ହୋଇଥାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବା ବେଳେ, ବର୍ଷେ ଭିତରେ ଗୋଟିଏ ମଣିଷ ଶରୀରରେ ପ୍ରାୟ ୨୦ରୁ ୫୦ଟି ମୁ୍ୟଟେସନ୍ ହୋଇଥାଏ । ଏହି ମୁ୍ୟଟେସନ୍ କୌଣସି କ୍ଷତିକାରକ ନଥାଏ । ହେଲେ ଏଥିରୁ କିଛିଟା ଅନ୍ୟ ସେଲ୍ ପାଇଁ କ୍ଷତିକାରକ ସାଜିଥାଏ । ସେହିଭଳି ଏହି ଗବେଷଣାରୁ ଅନେକ ତଥ୍ୟ ହାସଲ ହୋଇଛି । ତଥ୍ୟ ଅନୁସାରେ ସୋମାଟିକ୍ ମୁ୍ୟଟେସନ୍ କମିଲେ ପ୍ରଜାତି ଗୁଡିକର ବୟସସୀମା ବଢିଥାଏ ।
“The eyes believe themselves, the ears believe other people.”
More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ