The Topmost

“The eyes believe themselves, the ears believe other people.”

The most Expensive guitar.

The most Expensive guitar.

ମହଙ୍ଗା ଗିଟାର
ଦୁନିଆରେ ମହଙ୍ଗା ଜିନିଷର ଅଭାବ ନାହିଁ । ବଡ଼ ବଡ଼ ସହରରେ ଘର ଏବଂ କାର୍‌ ଦାମ ପ୍ରାୟ ଲକ୍ଷରୁ କୋଟି ପର୍ଯ୍ୟନ୍ତ ହୋଇଥାଏ, କି;ୁ ଆପଣ କେବେ ଶୁଣିଛନ୍ତି କି ଏକ ଗିଟାରର ଦାମ କୋଟି କୋଟି ଟଙ୍କା ହୋଇପାରେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ କରାଇପାରେ, କି;ୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଦୁନିଆରେ ଏପରି ଏକ ଗିଟାର ଅଛି, ଯାହାର ମୂଲ୍ୟ ଏତେ ଅଧିକ ଯେ ସେହି ମୂଲ୍ୟରେ ଆପଣ ବିଳାସପୂର୍ଣ୍ଣ ଘରଟିଏ କିଣିପାରିବେ । ଦୁନିଆର ସବୁଠୁ ଦାମୀ ଗିଟାରର ମୂଲ୍ୟ ୪୫ କୋଟିରୁ ଅଧିକ । ଏଭଳି ମୂଲ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦାମୀ ସହରରେ ଅନେକ ବିଳାସପୂର୍ଣ୍ଣ ଫ୍ଲାଟ କିଣାଯାଇପାରିବ । ଆମେରିକୀୟ ଗାୟକ ତଥା ବିଶ୍ୱ ପ୍ରସିଦ୍ଧ ଗିଟାରିଷ୍ଟ କର୍ଟ କୋବେନଙ୍କର ଏହି ଦାମୀ ଗିଟାର । ସେ ଆଉ ଏହି ଦୁନିଆରେ ନାହାଁନ୍ତି । କର୍ଟଙ୍କର ୧୯୯୪ ମସିହାରେ ଦେହାନ୍ତ ହୋଇଥିଲା । ଏହି ଗିଟାରଟି ମାର୍ଟିନ ଡି-୧୮ଇ ଆକୃଷ୍ଟିକ୍‌ ମଡେଲର । ଗତବର୍ଷ ଏହି ଗିଟାରକୁ ନିଲାମ କରାଯାଇଥିଲା, ଯାହା ପରେ ଏହା ଦୁନିଆର ସବୁଠୁ ଦାମୀ ଗିଟାର ଭାବେ ପରିଣତ ହୋଇଛି । ଅଷ୍ଟ୍ରେଲିଆର ରୋଡସ୍‌ ମାଇକ୍ରୋଫୋନ୍‌ କମ୍ପାନୀର ମାଲିକ ପିଟର ଫ୍ରିଡମ୍ୟାନ୍‌ ନିଲାମରେ ଏହି ଗିଟାର କିଣିଛନ୍ତି । କୁହାଯାଉଛି ଯେ କର୍ଟ କୋବେନ ଏହି ଗିଟାରକୁ ମାତ୍ର ୫ ଡଲାରରେ କିଣିଥିଲେ, ଯାହାର ମୂଲ୍ୟ ବର୍ତ୍ତମାନ କୋଟିରେ ପହଞ୍ଚିଛି । ୧୯୯୩ ମସିହାରେ, ସେ ଏହି ଗିଟାର ସହିତ ଏକ ଲାଇଭ୍‌ ପ୍ରୋଗ୍ରାମରେ ଅଭିନୟ କରିଥିଲେ, ଯାହାର ଭିଡିଓ ୟୁଟ୍ୟୁବରେ ଉପଲବ୍ଧ ।

The most Expensive guitar.
The most Expensive guitar. @thetopmost-01

https://thetopmost.in/?p=1374

The most Expensive guitar.
The most Expensive guitar. @thetopmost-01

https://thetopmost.in/?p=1308

https://thetopmost.in/?p=1393

https://thetopmost.in/?page_id=555

https://thetopmost.in/?p=1398