The Topmost

“The eyes believe themselves, the ears believe other people.”

Scientist develop speech synthesizer for speechless person

Scientist develop speech synthesizer for speechless person.

ବାକ୍ ଅକ୍ଷମଙ୍କ ପାଇଁ ସ୍ପିଚ୍ ସିନ୍ଥେସାଇଜର
କୌଣସି ଦୁର୍ଘଟଣା ହେଉ କିମ୍ବା କିଛି ବି କାରଣରୁ ହେଉ କଥା କହିପାରୁନଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କଲୋମ୍ବିଆ ବିଶ୍ୱ ବିଦ୍ୟାଳୟର ନ୍ୟୁରୋ ଇଞ୍ଜିନିୟର ମାନେ ଏକ ପ୍ରଣାଳୀ ବିକଶିତ କରିଛନ୍ତି ଯାହା ଏଭଳି ଦିବ୍ୟାଙ୍ଗଙ୍କୁ ସହଯୋଗ କରିବ। ଏହି ପ୍ରଣାଳୀରେ ମସ୍ତିଷ୍କରେ କରାଯାଉଥିବା ଚିନ୍ତାକୁ ଭାଷା ରୂପରେ ରୂପାନ୍ତର କରିହେବ। ଏଥିରେ ସ୍ପିଚ୍ ସିନ୍ଥେସାଇଜର ଓ କୁତ୍ରିମ ବୁଦ୍ଧିମତାକୁ ବ୍ୟବହାର କରି ମସ୍ତିଷ୍କରେ ଭବା ଯାଇଥିବା ଭାବନାକୁ ପଢି ହେବ। ଗବେଷଣାର ପ୍ରମୁଖ ବୈଜ୍ଞାନକ ଡ. ନୀମା ମେସଗରାନୀଙ୍କ ମତ ଅନୁସାରେ ଏହା ବ୍ରେନ୍ ଷ୍ଟ୍ରୋକ ରୋଗୀ, ଫିଡ୍ସ ମାରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବ। ଏହା ସେମାନଙ୍କ ପାଇଁ ପାଟିର କାମ କରିବ। ଆମେ ଯେତେବେଳେ କିଛି କହିବା ପାଇଁ ମନରେ ଭାବିଥାଉ ସେହି ସମୟରେ ମସ୍ତିଷ୍କରେ ଏକ ବିଶେଷ ପ୍ୟାଟନ୍ର ନିର୍ମାଣ ହୋଇଥାଏ। ଏହାସହ ଯେବେ ବି ଆମେ କୌଣସି ବ୍ୟକ୍ତିଙ୍କୁ କଥା ହେବାର ଶୁଣିଥାଉ ସେତେବେଳେ ମଧ୍ୟ ଆମ ମସ୍ତିଷ୍କରେ ଏଭଳି ସଙ୍କେତର ସୃଷ୍ଟି ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି।

ବୈଜ୍ଞାନିକମାନେ ଏହି ସଙ୍କେତକୁ ଡି କୋର୍ଡ କରିବାକୁ ବା ବୁଝିବାକୁ ଚେଷ୍ଟା କରୁଛନ୍ତି। ତେବେ ସେମାନେ ବୋକୋଡର ନାମକ ଏକ ଉପକରଣ ବ୍ୟବହାର କରି ମସ୍ତିଷ୍କର କଥାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ଏହି ଉପକରଣ ଲୋକଙ୍କ ରେକର୍ଡ କରାଯାଇଥିବା କଥାବାର୍ତ୍ତାକୁ ଶୁଣି କଥାକୁହା ଭାଷାରେ ବିଶ୍ଲେଷଣ କରିପାରିବ। ତେବେ ଏହାକୁ ନେଇ ଅନେକ ପରୀକ୍ଷା କରାଯାଇଛି ଯାହା ସଫଳ ମଧ୍ୟ ହୋଇଛି। ଏହି ପ୍ରକିୟାକୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏଥିରେ ବାରକୋଡର ନ୍ୟୁରଲ ପ୍ୟାଟନ୍କୁ ରୋବୋଟିକ୍ ଧ୍ୱନିରେ ରୂପାନ୍ତର କରିବାରେ ସକ୍ଷମ ହୋଇଥିଲା। ତେବେ ଏହାର ଆହୁରି ପରୀକ୍ଷା ବାକି ଅଛି। ଏହାର ସଫଳତା ପରେ ବିଜ୍ଞାନକୁ ଏକ ରାହା ମିଳିବ। କୋମା କିମ୍ବା କୌଣସି ଦେହ ଖରାପ କାରଣରୁ କଥା କହିପାରୁନଥିବା ବ୍ୟକ୍ତିଙ୍କ ମନ କଥା ମଧ୍ୟ ଜାଣିହେବ।

https://thetopmost.in/?p=1731

https://thetopmost.in/?p=1640

https://thetopmost.in/?p=1735

https://thetopmost.in/?p=1738