The Topmost

“The eyes believe themselves, the ears believe other people.”

Comoros_beach

ପର୍ଯ୍ୟଟକ ନଥିବା ପର୍ଯ୍ୟଟନସ୍ଥଳୀ

ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠିକି ଯିବାକୁ ସମସ୍ତେ ଭଲ ପାଆନ୍ତି । ହେଲେ ବିଶ୍ୱରେ ଏଭଳି ମଧ୍ୟ କେତେକ ଦେଶ ଅଛି ଯାହାର ପ୍ରାକୃତିକ ପରିବେଶ ବହୁତ ସୁନ୍ଦର କି;ୁ ସେଠାକୁ ପର୍ଯ୍ୟଟକ ଯାଆନ୍ତି ନାହିଁ । ବହୁତ କମ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ଯାହାର କାରଣ ଅସ୍ପଷ୍ଟ । ସେହିଭଳି କିଛି ଦେଶ ବିଷୟରେ
ତୁବାଲୁ : ଦକ୍ଷିଣ ପ୍ରଶାନ୍ତ କ୍ଷେତ୍ରରେ ରହିଛି ତୁବାଲୁ ଦେଶ । ଏଥିରେ ପ୍ରାୟ ୧୦୦ରୁ ଅଧିକ ଛୋଟବଡ ଦ୍ୱୀପ ରହିଛି । ଏଠାକୁ ଯିବା ପାଇଁ ସମସ୍ତ ସୁବିଧା ମଧ୍ୟ ରହିଛି । ହେଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ । ପ୍ରତି ବର୍ଷ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ଦୁଇ ହଜାର ଭିତରେ ।
କୀରାବିତ : ସେଣ୍ଟ୍ରାଲ ପ୍ୟାସିଫିକ୍‌ରେ ଥିବା ଏହି ଦେଶରେ ଅନେକ ଦ୍ୱୀପ ରହିଛି । ଯାହା ଏହାର ପରିବେଶକୁ ଖୁବ ସୁନ୍ଦର କରିଥାଏ । ଏଠିକାର ପରିବେଶ ଭଳି ଏଠିକାର ବାସିନ୍ଦା ମଧ୍ୟ ଖୁବ ଭଲ । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର ସେମାନେ ଖୁବ ଧ୍ୟାନ ରଖନ୍ତି । ହେଲେ ଏଠାକୁ ପ୍ରତିବର୍ଷ ବହୁତ କମ ସଂଖ୍ୟାାରେ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଯାହା ଏଠିକାର ଅଧିବାସୀଙ୍କୁ ନିରାଶ କରିଥାଏ । ଏଠାରେ ପ୍ରତିବର୍ଷ ମାତ୍ର ୬ହଜାର ଲୋକ ବୁଲିବାକୁ ଆସନ୍ତି ।
ନିଏଉ : ପୋଲିନୋଶିଏନ୍‌ ଆଇଲ୍ୟାଣ୍ଡର ଶାନ୍ତ ଲହରି ଓ ନରମ ବାଲି ଭିତରେ ଅବସ୍ଥିତ ନିଏଉ । ଏହି ସ୍ଥାନର ଅନ୍ୟଏକ ଆକର୍ଷଣ ହେଲା ହେ୍ୱଲମାଛ ଏଠିକାର ସମୁଦ୍ର କୂଳରେ ଅଣ୍ଡା ଦେଇଥାଏ । ଏଠାରେ ହିଁ ଛୁଆ ମାନେ କିଛି ଦିନ ରୁହନ୍ତି । ହେଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ନଥାଏ । ଏଠାକୁ ବର୍ଷକୁ ମାତ୍ର ୧୦ ହଜାର ପର୍ଯ୍ୟଟକ ଛୁଟି କାଟିବାକୁ ଆସନ୍ତି ।
ସୋଲୋମନ ଆଇଲାଣ୍ଡ : ସ୍କୁବା ଡାଇଭିଂ ନିମନ୍ତେ ବେଶ୍‌ ଉପଯୋଗୀ ଯାଗା ହେଲା ସୋଲୋମନ ଆଇଲାଣ୍ଡ । ଏହା ସ୍କୁବା ଡାଇଭିଂ କରିବାକୁ ଏକ ପ୍ରକୃତ ପରିବେଶ ଯୋଗାଇଥାଏ । ଏଠାରେ ଏତେ ସୁବିଧା ଅଛି, କି;ୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିନଥାଏ । ଏଠାକୁ ବର୍ଷକୁ ମାତ୍ର ୨୬ ହଜାର ଲୋକ ଛୁଟି କାଟିବାକୁ ଆସିଥାଆନ୍ତି ।
କୋମୋରୋସ : ମାଡାଗସ୍କର ଓ ମୋଜାବିସ୍କର ମଝିରେ ଅବସ୍ଥିତ ଏହି କୋମୋରୋସ । ଏଠିକାର ସମୁଦ୍ରର ପାଣି ବେଶ୍‌ ସଫା । ଏଠିକାର ପରିବେଶ ବେସ୍‌ ସୁନ୍ଦର । ଏହାର ପାଣି ପବନ ସବୁଥିରେ ଏକ ନିଆରା ସୌନ୍ଦର୍ଯ୍ୟ ଭରିରହିଛି । ହେଲେ ଏଠାକୁ ବର୍ଷକୁ ମାତ୍ର ୨୮ ହଜାର ଲୋକ ବୁଲିବାକୁ ଆସନ୍ତି ।

https://thetopmost.in/?p=1747

https://thetopmost.in/?p=318

https://thetopmost.in/?p=2158

https://thetopmost.in/?p=1770

https://thetopmost.in/?p=1674