ଚାକିରୀ ଛାଡି ବନିଲେ ବିଜନେସ୍ ମ୍ୟାନ୍
ଜଣେ ଯେତେବେଳେ କୌଣସି ସ୍ଥାୟୀ ଚାକିରି କରିଥାଏ ତାହାକୁ ଛାଡି ବ୍ୟବସାୟ କରିବା ପାଇଁ ସେତିକି ସାହସ ଓ ନିଷ୍ଠା ଦରକାର ହୋଇଥାଏ । ତେବେ ସେହିଭଳି ଅଦମ୍ୟ ସାହାସର ଉଦାହରଣ ଦେଇଛନ୍ତି ଦେବାଶିଷ ମଜୁମଦାର । ଏକ ପ୍ରତିଷ୍ଠିତ ବ୍ୟାଙ୍କରେ ମାସିକ ଏକ ଲକ୍ଷରୁ ଅଧିକ ଟଙ୍କାରେ ଚାକିରି କରୁଥିଲେ ଦେବାଶିଷ । ହେଲେ ତାଙ୍କର ବ୍ୟବସାୟ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେବେ ଚାକିରି କରିବା ସମୟରେ ସେ ପ୍ରଥମେ ନିଜର ଆଇସ୍କ୍ରିମ୍ ବ୍ୟବସାୟ ଆରମ୍ଭ କରିଥିଲେ, ହେଲେ ଏହା ବେଶି ଦିନ ଚାଲିନଥିଲା । ଅଧାରୁ ବନ୍ଦ ହୋଇଯାଇଥିଲା । ଯାହା ଦେବାଶିଷଙ୍କୁ ନିରାଶ କରିଥିଲା । ସେ ସମସ୍ତ ଆଶା ଛାଡିଦେଇଥିଲେ । ହେଲେ ପରିବାରର ସହଯୋଗ ଓ ପ୍ରେରଣା ତାଙ୍କୁ ପୁଣି ଆଉଥରେ କିଛି ନୂଆ କରିବାର ସାହସ ଦେଇଥିଲା । ପୁଣିଥରେ ଏକ ନୂଆ ଉପାୟ ନେଇ ବ୍ୟବସାୟକୁ ଫେରିଥିଲେ ଦେବାଶିଷ । ସେ ଏଥର ମୋମୋକୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଠିକ୍ କରିଥିଲେ । ଥରେ ଗୌହାଟିରେ ଖାଇଥିବା ମୋମୋ ତାଙ୍କର ପସନ୍ଦ ଆସିନଥିଲା । ତେଣୁ ଲୋକଙ୍କୁ ମୋମୋର ଅସଲ ସ୍ୱାଦ ଦେବାକୁ ସେ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ଏକ ଘରୋଇ ଋଣଦାତାଙ୍କ ଠାରୁ ଋଣ ନେଇ ଚାକିରିରୁ ଇସ୍ତଫା ଦେଇ ନିଜର ନୂଆ ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ତାଙ୍କୁ ପ୍ରଥମ ତିନି ବର୍ଷ ବେଶ୍ ସଂର୍ଘଷ କରିବାକୁ ପଡିଥିଲା । ପ୍ରଥମରୁ ବ୍ୟବସାୟ ଚାଲିବା ପାଇଁ ସମୟ ଲାଗିଥିଲା । ସେ ନିଜ ଋଣଦାତାଙ୍କର ଋଣ ମାସିକ ଦେବା ପରିବର୍ତ୍ତେ ଦୈନିକ ଦେଉଥିଲେ । ତେବେ ଏଥିନିମନ୍ତେ ଋଣଦାତାଙ୍କୁ ରାଜି କରାଇବା ତାଙ୍କ ପାଇଁ ବେଶି କଷ୍ଟ ଦାୟକ ଥିଲା । ତେବେ ତିନିବର୍ଷର ପରିଶ୍ରମ ପରେ ତାଙ୍କୁ ଧୀରେଧୀରେ ସଫଳତା ମିଳିବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାଙ୍କର ସମୁଦାୟ ୫୫ଟି ମୋମୋ ଆଉଟଲେଟ୍ ରହିଛି, ଯେଉଁଠାରେ ସ୍ୱାଦିଷ୍ଟ ମୋମୋ ମିଳୁଛି । ତାଙ୍କର ବର୍ତ୍ତମାନ ବାର୍ଷିକ ଆୟ ୧୮କୋଟିରେ ପହଞ୍ଚିଛି । ଦେଶର ବିଭିନ୍ନ ସହର ଯଥା ଆସାମ, ଅରୁଣାଞ୍ଚଳ ପ୍ରଦେଶ, ବିହାର, ଓଡିଶା, ୟୁପି, ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ‘ମୋମୋମିଆ’ ନାମରେ ଆଉଟଲେଟ୍ ରହିଛି । ଏହି ଆଉଟଲେଟ ତାଙ୍କ ସଫଳତାର ସାକ୍ଷୀ ପାଲଟିଛନ୍ତି ।
2 thoughts on “A doctor leave his job for to run a momo business.”