The Topmost

“The eyes believe themselves, the ears believe other people.”

Teach your self to be happy with others happiness.

Portrait of young woman with curly hair in the city

Teach your self to be happy with others happiness.

ଚାଣକ୍ୟ ବାଣୀ, ଅନ୍ୟ ଖୁସିରେ ରୁହନ୍ତୁ ଖୁସି
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରିବା ଦ୍ୱାରା ସମସ୍ତ ବ୍ୟକ୍ତି ନିଜର ସମସ୍ୟା ସମାଧାନ କରିପାରିବେ। ଏକ ସୁଖ ଜୀବନ ବ୍ୟତିତ କରିବା ପାଇଁ ଚାଣକ୍ୟଙ୍କ ନୀତି ଅନୁସରଣ କରିବାର ଆବଶ୍ୟକତା ରହିଛି। ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ଲୋକ ଅନ୍ୟର ଦୁଖ ଦେଖି ସୁଖୀ ହୋଇଥାଏ ସିଏ କେବେ ବି ନିଜ ଜୀବନରେ ସୁଖୀ ହୋଇପାରିନଥାଏ। ଚାଣକ୍ୟ ନିଜ ଶ୍ଲୋକ ମାଧ୍ୟମରେ ଜୀବନର ଅନେକ ଗୁଢ ରହସ୍ୟ ବିଷୟରେ ବୁଝାଇଛନ୍ତି। ସେ କହିଛନ୍ତି ମଣିଷକୁ ସର୍ବଦା ନିଜର ମନ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଏ ନେଇ ଚରକ ସହିଂତାରେ ବର୍ଣ୍ଣନା କରାଯାଇଛି। ଯେଉଁ ବ୍ୟକ୍ତିଙ୍କର ମନ ସ୍ଥିର ରହିଥାଏ ସିଏ ଅନ୍ୟର ଦୁଖକୁ ବୁଝିପାରିଥାଏ। ସେ ନିଜ ଜୀବନରେ ଅନ୍ୟଙ୍କୁ ସାହାଯ୍ୟ କରି ଆନନ୍ଦ ପାଇଥାଏ। ତେଣୁ ଜୀବନରେ ସୁଖ ପାଇଁ ପ୍ରଥମେ ନିଜ ମନକୁ ଶାନ୍ତ ରଖନ୍ତୁ। ଯେଉଁ ବ୍ୟକ୍ତିଙ୍କର ମନ ସ୍ଥିର ନଥାଏ ସେମାନେ କେବେ ବି ଅନ୍ୟ ଖୁସିରେ ସୁଖି ହୋଇପାରନ୍ତି ନାହିଁ। ତେବେ ଏଭଳି ବ୍ୟକ୍ତି କେଉଁ ସ୍ଥାନରେ ବି ସୁଖି ରହିପାରିବେ ନାହିଁ। ସେ ଯଦି ବଣକୁ ବି ପଳାଇବେ ତାହେଲେ ମଧ୍ୟ ଦୁଖରେ ରହିବେ। ଯେତେ ଲୋକଙ୍କ ପାଖରେ ଥିଲେ ମଧ୍ୟ ଏମାନେ ସର୍ବଦା ନିଜକୁ ନିସଙ୍ଗ ଭାବିବେ। ତେଣୁ ସର୍ବଦା ଅନ୍ୟ ଦୁଃଖରେ ଦୁଖି ହୋଇ ସୁଖରେ ଖୁସି ହୁଅନ୍ତୁ। ଜୀବନ ସହଜ ହୋଇଯିବ।

Teach your self to be happy with others happiness. @thetopmost-01

https://thetopmost.in/?p=1735

https://thetopmost.in/?p=1714