The Topmost

“The eyes believe themselves, the ears believe other people.”

antactica

ଆଣ୍ଟାର୍କଟିକାରେ ୮୫ ହଜାର ଭୂକମ୍ପ ରେକର୍ଡ

୨୦୨୦ ମସିହାରେ ଆଣ୍ଟାର୍କଟିକାରେ ୪ ମାସ ମଧ୍ୟରେ ପ୍ରାୟ ୮୫ ହଜାର ଭୂକମ୍ପ ହୋଇଛି । ଜିଏଫଜେଡ୍‌ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସ ଦ୍ୱାରା ଏକ ନୂତନ ଅନୁସନ୍ଧାନରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଆଣ୍ଟାର୍କଟିକାର ପାଣି ତଳେ ଏକ ନିଷ୍କ୍ରିୟ ଆଗ୍ନେୟଗିରି ସକ୍ରିୟ ହୋଇଯାଇଛି, ଯେଉଁଥିପାଇଁ ସେଠାରେ ଲଗାତାର ଭୂମିକମ୍ପ ହେଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଭୂମିକମ୍ପ ଅଗଷ୍ଟ ୨୦୨୦ରେ ଆରମ୍ଭ ହୋଇ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିମଧ୍ୟରୁ ଦୁଇଟି ବଡ଼ ଭୂକମ୍ପର ତିବ୍ରତା ୫.୯ ଏବଂ ୬ ଥିଲା । ଏହି ଭୂକମ୍ପ ଯୋଗୁଁ ଆଣ୍ଟାର୍କଟିକାରେଅବସ୍ଥିତ କିଙ୍ଗ୍‌ ଜର୍ଜ ଦ୍ୱୀପ ନିଜ ସ୍ଥାନରୁ ୪.୩ ଇଞ୍ଚ ଖସି ଯାଇଛି । ତେବେ ଏହା ହେଉଛି ଆଣ୍ଟାର୍କଟିକାରେ ରେକର୍ଡ ହୋଇଥିବା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଭୂକମ୍ପ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପୃଥିବୀର ଅନେକ ସ୍ଥାନରେ ଏହିପରି ବିପର୍ଯ୍ୟୟ ଦେଖିବାକୁ ମିଳିଛି, କି;ୁ ଆଣ୍ଟାର୍କଟିକାରେ ପ୍ରଥମ ଥର ପାଇଁ ଏପରି ମାମଲା ସାମ୍ନାକୁ ଆସିଛି । ଏହି ଭୂମିକମ୍ପଗୁଡ଼ିକର କେନ୍ଦ୍ରସ୍ଥଳ ଓର୍କା ସିମାଉଣ୍ଟ୍‌ ଆଗ୍ନେୟଗିରି । ଏହି ଆଗ୍ନେୟଗିରି ବ୍ରାନ୍ସଫିଲï ଜଳପ୍ରଣାଳୀର ସମୁଦ୍ରପତ୍ତନ ଠାରୁ ୯୦୦ ମିଟର ଉଚ୍ଚରେ ରହିଛି । ଏହା ଆଣ୍ଟାର୍କଟିକାର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ । ପୋଲାର ସାଇନ୍ସ ପତ୍ରିକାରେ ପ୍ରକାଶିତ ୨୦୧୮ ଅନୁସନ୍ଧାନ ଅନୁଯାୟୀ, ଫିନିକ୍ସ ଟେକେଫାନିକ୍‌ ପ୍ଲେଟ୍‌ ଆଣ୍ଟାର୍କଟିକ୍‌ ମହାଦ୍ୱୀପର ଟେକେଫାନିକ୍‌ ପ୍ଲେଟ୍‌ ତଳେ ଭାସୁଛି । ଏହି କାରଣରୁ ଏହି ଅଞ୍ଚଳରେ ଫଲଫ ଜୋନ୍‌ ଗଠିତ ହେଉଛି ଏବଂ କିଛି ଅଂଶରେ ଫାଟ ସୃଷ୍ଟି କରି ପ୍ରସାରିତ ହେବାରେ ଲାଗିଛି ।

https://thetopmost.in/?p=1747

https://thetopmost.in/?p=1714

https://thetopmost.in/?p=1671

https://thetopmost.in/?p=1786