ଆଖି ନଥାଇ ବି ଦେଖିପାରିବେ
ନିଜ ଆଖିରେ ଦେଖି ନପାରିବା ଅନେକ କଷ୍ଟଦେଇଥାଏ। ତେବେ ନିକଟରେ ଏକ ଅଗ୍ରଣୀ କମ୍ପାନୀ ଏଭଳି ଉପକରଣ ବାହାର କରିଛି ଯାହା ଦେଖିପାରୁନଥିବା ଲୋକଙ୍କର ଦେଖିବାରେ ସହାୟକ ହେବ। ହଲିଉଡ୍ ସିନେମା ଷ୍ଟାର ଟ୍ରେକ୍ର ଭିଜନ ହେଡଗ୍ୟାରର ଥିଓରିକୁ ଆଧାର କରି ଏଭଳି ଉପକରଣ ପ୍ରସ୍ତୁତ କରାଯାଇଛି। ଏହି ଉପକରଣ ଏକ ଛୋଟ କ୍ୟାମେରା ପ୍ରୋସେସର ଯାହା ଭିଡିଓ କ୍ୟାମେରା ସହିତ ସଲଗ୍ନ ଅଛି। ଏହାକୁ ପିନ୍ଧିବା ବାକ୍ତିଙ୍କର ରେଟିନା ପଛରେ ଏକ ଲାଇଟ୍ ଆକ୍ଟିବେଟେଡ୍ କମ୍ପ୍ୟୁଟର ଚିପ୍ ଲଗାଯିବ। ଏହି ଡିଭାଇସ୍ ଏଆଇ ଦ୍ୱାରା ସଞ୍ଚାଳିତ ଆଲ୍ଗୋରିଦମ୍ ମାଧ୍ୟମରେ ପାକେଟ କମ୍ପ୍ୟୁଟରର ସାହାଯ୍ୟରେ କାମ କରିବ। ଏହି ଛୋଟିଆ ପ୍ରୋସେସରଟି ସମସ୍ତ ଜିନିଷ ବିଷୟରେ ସୂଚନାକୁ ଇନ୍ଫ୍ରାରେଡ୍ ଛବିରେ ପରିବର୍ତ୍ତନ କରିଥାଏ। ଏହାକୁ ପରିବର୍ତ୍ତିତ କରିବା ପରେ ଆଖିରେ ପ୍ରବାହିତ କରିଥାଏ, ଯାହାଫଳରେ ବ୍ୟକ୍ତି ଜଣଙ୍କ ସେହି ଜିନିଷଟିକୁ ଦେଖିବାରେ ସକ୍ଷମ ହୋଇଥାଏ। ଗବେଷକ ମାନେ ଏହି ଉପକରଣର ନାଁ ଭିଜନ ବାୟୋନିକ ଦେଇଛନ୍ତି। ଚଷମା ଭଳି ଏହି ଉପକରଣଟି ଗୋଟିଓ ଭିଡିଓ କ୍ୟାମେରା ସାଙ୍ଗରେ ଫିଟ୍ କରାଯାଇଛି। ଏହା ଆଗକୁ ସମସ୍ତ ଆଖି ନଥିବା ଲୋକଙ୍କ ପାଇଁ ସହାୟକ ହେବ ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି।
“The eyes believe themselves, the ears believe other people.”
https://www.mozillka.org/