The Topmost

“The eyes believe themselves, the ears believe other people.”

Powerful south movie's powerful income in box office.

Powerful south movie’s powerful income in box office.

ପାୱାରଫୁଲ୍‌ ଫିଲ୍ମ, ପାୱାରଫୁଲ୍‌ ଇନକମ୍‌
କରୋନା କଟକଣା ହେତୁ ଦୀର୍ଘ ଦୁଇ ବର୍ଷ ଧରି ସମଗ୍ର ମନୋରଞ୍ଜନ ଜଗତ ଫିକା ପଡ଼ିଲା । ବଲିଉଡ୍‌ର କେତେକ ବଡ଼ ବଡ଼ ଷ୍ଟାର ଏବଂ ପ୍ରଯୋଜକ ସିନେମାହଲ୍‌ ଖୋଲିବାକୁ ପ୍ରତୀକ୍ଷା ନକରି ଓଟିଟିରେ ଫିଲ୍ମକୁ ରିଲିଜ୍‌ କରିବାକୁ ଲାଗିଲେ । ଆଉ କେତେଜଣ କଟକଣା କୋହଳକୁ ପ୍ରତୀକ୍ଷା କଲେ । ଏପରିକି ଲଗାତାର ଦେଢ ବର୍ଷ ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଚାଲିଥିଲେ । ବକ୍ସ ଅଫିସ ହିଟ୍‌ ଏବଂ ସୁପର୍‌ ଇନକମ୍‌ ପାଇଁ ବଡ଼ ପରଦାରେ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଲେ । ବିଶ୍ୱାସ ଥିଲା ଗୋଟିଏ ଫିଲ୍ମରେ ହିଁ ସମସ୍ତ କ୍ଷତିକୁ ଭରଣ କରିବେ । କିନ୍ତୁ ବଲିଉଡ୍‌ର ଏସମସ୍ତ ଆଶା ଭରସାକୁ ଧୂଳିସାତ୍‌ କରିଛି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ । ଆଞ୍ଚଳିକ ଫିଲ୍ମ ଭାବି ବେଖାତିର୍‌ କରୁଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଏକ ସବକ୍‌ ଶିଖାଇଛି ସାଉଥ୍‌ ଇଣ୍ଡଷ୍ଟ୍ରୀ । ମାତ୍ର ୪ ମାସ ମଧ୍ୟରେ ସମଗ୍ର ଭାରତରେ ସାଉଥ୍‌ ଫିଲ୍ମ ଦବଦବା ଦେଖାଇଛି । କେବଳ ହିନ୍ଦୀ ସିନେପ୍ରେମୀ ନୁହେଁ ବରଂ ଅଣସିନେପ୍ରେମୀଙ୍କୁ ମଧ୍ୟ ଫିଲ୍ମ ଦେଖିବାକୁ ଆକର୍ଷିତ କରିଛି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସମସ୍ତ ଦର୍ଶକଙ୍କ ହୃଦୟ ଜିତିଥିବା ଦକ୍ଷିଣୀ ଫିଲ୍ମ ବକ୍ସଅଫିସରେ ବାହୁବଳୀ ଇନକମ୍‌ ସହ ରେକର୍ଡ କରିବାରେ ସକ୍ଷମ ହୋଇଛି ।

୨୦୨୧ ବର୍ଷ ଶେଷ ଆଡ଼କୁ କରୋନା କଟକଣା କୋହଳର ସୀମିତ ସିଟ୍‌ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନଭେମ୍ବର ଦୀପାବଳି ଅବସରରେ ସାରା ଦେଶର ସିନେମାଘରେ ମୁକ୍ତିଲାଭ କଲେ । ଫିଲ୍ମଟି ୨ ଶହ କୋଟିର ବ୍ୟବସାୟ ସହ ପୁରା ବଲିଉଡ୍‌କୁ ପୁଣି ଥରେ ଆତ୍ମବିଶ୍ୱାସ ଦେଲା । ଠିକ୍‌ ମାସକ ପରେ ବହୁପ୍ରତିକ୍ଷୀତ ହଲିଉଡ୍‌ ପିଲ୍ମ ‘ସ୍ପାଇଡରମ୍ୟାନ: ନୋ େୱ ହୋମ୍‌’ର ଆଡଭାନ୍ସ ବୁକିଂରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଲା । ଏହାର ଗୋଟିଏ ସପ୍ତାହ ପରେ ପ୍ରଦର୍ଶିତ ହେବାକୁ ଥିବା ହିନ୍ଦୀ ଫିଲ୍ମ ‘୮୩’ର ଆଗୁଆ ସମୀକ୍ଷା କରାଯାଇଥିଲା ଯେ ଏହା ବକ୍ସଅଫିସରେ ଦମଦାର ବ୍ୟବସାୟ କରିବ । ‘ସ୍ପାଇଡରମ୍ୟାନ: ନୋ େୱ ହୋମ୍‌’ ଏବଂ ‘୮୩’ ଉପରେ ହେଉଥିବା ଚର୍ଚ୍ଚା ମଧ୍ୟରେ ଡିସେମ୍ବରରେ ଶେଷ ଆଡ଼କୁ ତେଲୁଗୁ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ସିନେମାଘରେ ପ୍ରଦର୍ଶିତ ହେଲା ।

ଏଥିରେ ସାଉଥ୍‌ ସୁପରଷ୍ଟାର ଅଲ୍ଲì ଅର୍ଜୁନ, ରଶ୍ମିକା ମନ୍ଦାନା ପରି ଚର୍ଚ୍ଚିତ ତାରକା ଅଭିନୟ କରିଥିଲେ । ଏହାକୁ ହିନ୍ଦୀରେ ଡବ୍‌ କରାଯାଇ ରିଲିଜ୍‌ କରାଗଲା, ଯାହା ହିନ୍ଦୀ ବକ୍ସଅଫିସରେ ସୁପରହିଟ୍‌ ହେବାକୁ ଲାଗିଲା । ଏହାପୂର୍ବରୁ ‘ବାହୁବଳୀ: ଦ ବିଗିନିଙ୍ଗ୍‌’ (୨୦୧୫) ଏବଂ ଏହାର ସ୍ୱିକେଲ୍‌ ‘ବାହୁବଳୀ: ଦ କନକ୍ଲìଜନ୍‌’ (୨୦୧୭) କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଧୁମ ମଚାଇଲା । ସେତେବେଳେ ଏହାର ଶ୍ରେୟ କେବଳ ନିର୍ଦ୍ଦେଶକ ରାଜମୌଲୀଙ୍କୁ ଦେଇ ବଲିଉଡ୍‌ ଅଣଦେଖା କରିଥିଲା । କିନ୍ତୁ ଅଲ୍ଲì ଅର୍ଜୁନଙ୍କ ପୁଷ୍ପା ଏସମସ୍ତ ଭ୍ରମକୁ ଦୂରେଇ ଦେଇଛି । ବଡ଼ ବ୍ୟାନରରେ ନିର୍ମିତ ହୋଇଥିବା ‘୮୩’ ଫିଲ୍ମକୁ ହଟାଇ ‘ପୁଷ୍ପା’କୁ ସ୍କ୍ରିନିଂ କରାଯିବା ପାଇଁ ପ୍ରମୁଖ ସହରରେ ଦାବି କରାଗଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସୁପରହିଟ୍‌ ହେବାର ସ୍ୱପ୍ନ ରଖିଥିବା ‘୮୩’ ଅଧିକ ସମୟ ପରଦାରେ ତିଷ୍ଠି ହୋଇରହିପାରିଲା ନାହିଁ । ‘ପୁଷ୍ପା’ର ରେକର୍ଡ ଜାରି ରହିଥିବା ବେଳେ ଗତ ୩ ମାସରେ ରିଲିଜ୍‌ ହୋଇଥିବା କେତେକ ହିନ୍ଦୀ ଫିଲ୍ମ କଳ୍ପନାତୀତ ଦର୍ଶକୀୟ ଆଦୃତି ପାଇବାରେ ବିଫଳ ହୋଇଥିଲା । ଏପରିକି ଆଲିୟା ଭଟ୍ଟଙ୍କ ‘ଗଙ୍ଗୁବାଈ କାଠିଆୱାଡି’, ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’, ଅମିତାଭ ବଚ୍ଚନଙ୍କ ‘ଝୁଣ୍ଡ୍‌’ ପରି ଫିଲ୍ମ ବି ୧୦୦କୋଟି କ୍ଲବରେ ସାମିଲ ହେବାରେ ବିଫଳତା ପାଇଛି ।
ଏତିକିରେ ଥମିନଥିଲା ସାଉଥ୍‌ ଫିଲ୍ମର ଜଲୱା । ପ୍ରସିଦ୍ଧ ବାହୁବଳୀ ନିର୍ଦ୍ଦେଶକ ରାଜମୌଲୀ ଏବଂ ସାଉଥ୍‌ର ପ୍ରମୁଖ ସୁପରଷ୍ଟାର ଜୁନିଅର୍‌ ଏନଟିଆର୍‌ ଏବଂ ରାମଚରଣଙ୍କ ଅଭିନୀତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ୨୫ ମାର୍ଚ୍ଚରେ ସମଗ୍ର ଦେଶରେ ମୁକ୍ତିଲାଭ କଲା । ସବୁଠୁ ବଡ଼ କଥା ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମର ଟ୍ରେଲର୍‌ ଏବଂ ଆଡଭାନ୍ସ ବୁକିଂ ମାମଲାରେ ‘ବାହୁବଳୀ’ ଫିଲ୍ମକୁ ଟMର ଦେଇଥିଲା । ଡାନ୍ସ, ଆକ୍ସନ, ଦମଦାର ଡାଏଲଗ୍‌ରେ ଭରପୂର ପ୍ୟାନ ଇଣ୍ଡିଆ ଫିଲ୍ମଟି ମୁକ୍ତିଲାଭର ପ୍ରଥମ ଦିନରେ ୨୫୦ରୁ ଅଧିକ କୋଟି ବ୍ୟବସାୟ କରି ରେକର୍ଡ କଲା । ୬ହଜାର ସ୍କ୍ରିନରେ ଫିଲ୍ମଟି ପ୍ରଦର୍ଶିତ ହୋଇଥିଲା । ଆକଳନ ହୋଇନଥିବା ରେକର୍ଡ ଏବଂ ବ୍ୟବସାୟ କରିଚାଲିଲା ଫିଲ୍ମ । ହିନ୍ଦୀ ବେଲଫ ଦର୍ଶକଙ୍କ ହୃଦୟରେ ‘ନାଟୋ ନାଟୋ’ ଗୀତ ଘର କରିନେଲା । ଏପର୍ଯ୍ୟନ୍ତ ଫିଲ୍ମଟି ବିଶ୍ୱବ୍ୟାପୀ ହଜାରେ କୋଟିରୁ ଅଧିକ ରୋଜଗାର କରିଛି । ହେଲେ ଏହାକୁ ସିନେ ଜଗତରେ ଏକ ନୂଆ ଇତିହାସ ଭାବୁଥିବା ଦର୍ଶକଙ୍କ ପାଇଁ ପୁଣି ଏକ ଝଟକା ଦେଲା ସାଉଥ୍‌ର ଆଉ ଏକ ଫିଲ୍ମ ‘କେଜଏଫ୍‌ର ଚାପଫର-୨’ ।


୨୦୧୮ରେ କନ୍ନଡର ରକିଂ ଷ୍ଟାର ୟଶ୍‌ଙ୍କ ‘କେଜିଏଫ୍‌’ ହିନ୍ଦୀ ଦର୍ଶକଙ୍କୁ ସାଉଁଟିବାରେ ସଫଳ ହୋଇଥିଲା । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ୟଶ୍‌ଙ୍କ ଆକଫିଂ ଓ ଡାଏଲଗ୍‌ ‘କେଜିଏଫ୍‌ ଚାପଫର ୨’ ପାଇଁ ମଧ୍ୟ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଦେଇଥିଲା । ତେଣୁ ଦୀର୍ଘ ୪ ବର୍ଷର ପ୍ରତୀକ୍ଷା ପରେ ପୁଣି ଥରେ ରକି ଭାଇଙ୍କୁ ପରଦାରେ ଦେଖିବାର ଉତ୍କଣ୍ଠା ଆଡଭାନ୍ସ ବୁକିଂ ମାମଲାରେ ପ୍ରଥମ ରେକର୍ଡ କଲା । ଏପରିକି ରିଲିଜ୍‌ର ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଦେଶର ସବୁ ହଲ୍‌ ହାଉସଫୁଲ୍‌ ହୋଇଗଲା । ତାହାର ୧୫ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଆର୍‌ଆର୍‌ଆର୍‌କୁ ପଛରେ ପକାଇ ୧୪ ଏପ୍ରିଲରେ ୧୦ ହଜାର ସ୍କ୍ରିନ୍‌ରେ ହିଟ୍‌ କଲା ‘କେଜିଏଫ୍‌-୨’ । ପ୍ରଥମ ଦିନରେ ହିଁ ପାୱାରଫୁଲ୍‌ ଇନକମ୍‌ । କେବଳ ହିନ୍ଦୀ ସଂସ୍କରଣରେ ୫୫କୋଟିରୁ ଅଧିକ ବ୍ୟବସାୟ । ଏପର୍ଯ୍ୟନ୍ତ କୌଣସି ବି ହିନ୍ଦୀ ସିନେମା ଏତେ ଇନକମ କରିବାରେ ସଫଳ ହୋଇନଥିଲା । ଯାହା ବଲିଉଡ୍‌କୁ ଏକ ଝଟକା ପରି ଅନୁଭୂତ ହୋଇଛି । ଏହାପୂର୍ବରୁ ପ୍ରଥମ ଦିନରେ ହ୍ରିତିକ ରୋଶନଙ୍କ ‘ୱାର୍‌’ ଫିଲ୍ମ ୫୧ କୋଟି ଏବଂ ଆମିର ଖାନଙ୍କ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ୫୦ କୋଟି ବ୍ୟବସାୟ କରିଥିଲା । ପ୍ରଥମ ଦିନର ରେକର୍ଡ ଇନକମ୍‌ ପରେ ୟଶ୍‌ଙ୍କ ଡାଏଲଗ୍‌ ଓ ଅନ୍ଦାଜ, ସଞ୍ଜୟ ଦତ୍ତଙ୍କ ଅଧୀରା ଲୁକ୍‌ ଏବଂ ରବିନା ଟଣ୍ଡନଙ୍କ ସ୍କ୍ରିନ ପ୍ରେଜେନ୍ସ ଆହୁରି ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା । ତେଣୁ ଟିକେଟ୍‌ର ଦାମ ବୃଦ୍ଧି ସହ ମାତ୍ର ୧୫ ଦିନରେ ହିଁ ୱାଲï ୱାଇଡ୍‌ ୯୫୮କୋଟିରୁ ଅଧିକ ବିଜନେସ୍‌ କରିସାରିଛି । ଏପରିକି ଖୁବଶୀଘ୍ର ସଲମାନଙ୍କ ‘ଟାଇଗର ଜିନ୍ଦା ହୈ’, ଆମିରଙ୍କ ‘ପିକେ’ ଏବଂ ରଣବୀର କପୁରଙ୍କ ‘ସଞ୍ଜୁ’ର ଲାଇଫଟାଇମ ବିଜନେସ୍‌କୁ ପଛରେ ପକାଇ ହିନ୍ଦୀରେ ସର୍ବାଧିକ ଇନକମ୍‌ କରିଥିବା ଫିଲ୍ମ ପାଲଟିଛି । ମାତ୍ର ୧୦୦ କୋଟି ବଜେଟ୍‌ରେ ନିର୍ମିତ ‘କେଜିଏଫ୍‌-୨’ ହିଟ୍‌ ଫିଲ୍ମ ‘ପୁଷ୍ପା’, ସୁପରହିଟ୍‌ ‘ଆର୍‌ଆର୍‌ଆର୍‌’ରେ ବ୍ରେକ୍‌ ଲଗାଇ ସୁପରଡୁପର ବ୍ଲକବଷ୍ଟର ହିଟ୍‌ ହୋଇ ନୂଆ ଇତିହାସ ରଚିଛି । କେବଳ ସେତିକି ନୁହେଁ ଅଭିନେତା ୟଶ୍‌ଙ୍କୁ ୮୦-୯୦ ଦଶକର ମହାନାୟକ ଅମିତାଭ ବଚ୍ଚନଙ୍କ ଆଙ୍ଗ୍ରି ୟଙ୍ଗ୍‌ ମ୍ୟାନ ସହ ତୁଳନା କରାଯାଉଛି ।


ବହୁ ବର୍ଷ ଧରି ଭାରତୀୟ ସିନେମା ଦୁନିଆରେ ହିନ୍ଦୀ ଫିଲ୍ମ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏପରିକି ରଜନୀକାନ୍ତ, କମଲ ହାସନ, ଚିରଞ୍ଜିବୀ ମଧ୍ୟ ହିନ୍ଦୀ ଫିଲ୍ମର ମହାନ କଳାକାରଙ୍କ ଆଗରେ ଫିକା ପଡ଼ିଥିଲେ । ହେଲେ ଧୀରେଧୀରେ ସିନେପ୍ରେମୀଙ୍କ ଚାହିଦା ଭିନ୍ନ ହେବାରେ ଲାଗିଛି । କେତେକ ସିନେସମୀକ୍ଷକଙ୍କ କହିବା ଅନୁଯାୟୀ ହିନ୍ଦୀ ଫିଲ୍ମ ଆଉ ପାରିବାରିକ ଫିଲ୍ମ ହୋଇ ରହିନାହିଁ । କିନ୍ତୁ ସାଉଥ ଫିଲ୍ମ ସଂସ୍କୃତି ଓ ନିଜ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଯାହା ଏକ ଭିନ୍ନ ସ୍ୱାଦ ଆଣିଛି । ସେହିପରି କାହାଣୀରେ ନୂତନ୍ୱତ ଦେଖିବାକୁ ଚାହାନ୍ତି ଦର୍ଶକ । କିନ୍ତୁ ବଲିଉଡ୍‌ରେ ରିମେକ୍‌କୁ ହିଁ ପ୍ରାଧାନ୍ୟ ଦେଉଛନ୍ତି, ଯାହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉନାହିଁ ।

Powerful south movie’s powerful income in box office. @thetopmost-01
Powerful south movie's powerful income in box office.
Powerful south movie’s powerful income in box office. @thetopmost-01

https://thetopmost.in/?p=1758

https://thetopmost.in/?p=1738

https://thetopmost.in/?p=1687

https://thetopmost.in/?p=1779