କରୋନା ଦ୍ୱିତୀୟ ଲହରି ଅନେକଙ୍କ ମୁହଁରୁ ହସ ଲିଭାଇଦେଇଛି। ହେଲେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଦିନ ରାତି ପରିଶ୍ରମ କରୁଛନ୍ତି ଲୋକଙ୍କ ମୁହଁରେ ହସ ଫେରେଇବାକୁ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଏକ ଫାର୍ମାସୁଟିକାଲ କମ୍ପାନୀର କର୍ମଚାରୀ ଅଶୋକ କୂର୍ମୀ। ଅଶୋକ ଜୋକର ଗେଟ୍ଅପ୍ରେ ମୁମ୍ବାଇର ସ୍ଲମ ଅଞ୍ଚଳରେ ସାନିଟାଇଜ୍ କାମ କରୁଛନ୍ତି। ସେ ଏରିଆ ସାନିଟାଇଜ୍ କରିବା ସହିତ କରୋନା କୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ଏହା ସହ ସେ ପିଲାଙ୍କୁ ମାଗଣାରେ ମାସ୍କ ବଣ୍ଟନ ମଧ୍ୟ କରୁଛନ୍ତି। ସାମାଜିକ କାର୍ଯ୍ୟ କରିବା ଅଶୋକଙ୍କର ପିଲାଦିନରୁ ଇଚ୍ଛା ବୋଲି ସେ ପ୍ରକାଶ କରିଛନ୍ତି। ମାତ୍ର ୧୪ ବର୍ଷ ଦିନରୁ ସେ ସାମାଜିକ କାମ କରିଆସୁଛନ୍ତି।
ସେ ଏହି ସ୍ଲମ୍ ଏରିଆର ପିଲାଙ୍କ ମନରୁ କରୋନା ପ୍ରତି ଥିବା ଭୟକୁ ଦୂର କରିବା ସହ ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜକୁ ଜୋକର ବେଶରେ ସଜାଇଛନ୍ତି। ଏହାସହ ସେ ପିଲାଙ୍କୁ କରୋନାଠାରୁ କିପରି ବର୍ତ୍ତି ହେବ ସେ ନେଇ ସଚେତନ ମଧ୍ୟ କରୁଛନ୍ତି। ଅଶୋକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜୋକର ବେଶରେ ଛୋଟ ପିଲାଙ୍କୁ ମାସ୍କ ବାଣ୍ଟିବା ସହ କରୋନାକୁ ନେଇ ସଚେତନ କରୁଛନ୍ତି। ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଅଶୋକଙ୍କ ପ୍ରୟାସକୁ ଖୁବ୍ ପସନ୍ଦ କରୁଛନ୍ତି। କରୋନାର ଭୟାବହ ମଧ୍ୟରେ ତାଙ୍କର ଏହି ଉଦ୍ଯୋଗ ପାଇଁ ସମସ୍ତେ ତାଙ୍କୁ ପ୍ରଂଶସା କରିଛନ୍ତି।
More Stories
ପିଲାଙ୍କ ଚିଡଚିଡା ପଣକୁ କମାଉଛି ଓମେଗା-3
ରାତିରେ ନିଦ ନଆସିଲେ କରନ୍ତୁ ଏହି ଉପାୟ
ପିଠି ଯନ୍ତ୍ରଣା ପାଇଁ କରନ୍ତୁ ଏହି ଉପାୟ