ଆର୍ଟିକିଲ୍ ଲେଖି ଗିରଫ ହେଲେ କାଶ୍ମୀର ୟୁନିଭର୍ସିଟିର ଛାତ୍ର
ଜମ୍ମୁ କାଶ୍ମୀର: ଅପ୍ରେଲ ୧୮: ଜମ୍ମୁ କାଶ୍ମୀର ଇନଭେଷ୍ଟିଗେଶନ୍ ଏଜେନ୍ସି ଦ୍ୱାରା ଆରେଷ୍ଟ ହୋଇଛନ୍ତି ଜଣେ କାଶ୍ମୀର ୟୁନିଭର୍ସିଟିର ଛାତ୍ର । ଏଜେନ୍ସିର କହିବା କଥା ଯେ ୨୦୧୧ରେ ଏହି ଛାତ୍ର ଜଣକ ଏକ ଆର୍ଟିକିଲ୍ ପବ୍ଲିଶ୍ କରିଥିଲେ । ଯାହାର ନାଁ ଥିଲା ଦ କାଶ୍ମୀର ୱାଲା । ତେବେ ତାଙ୍କୁ ଗିରଫ କରିବା ପାଇଁ ଏସଆଇଏ ଦ କାଶ୍ମୀର ୱାଲା ଏଡିଟର୍ ଫହାଦ୍ ଶାହାଙ୍କ ଘର ଶ୍ରୀନଗରର ରାଜବାଘ୍ ଓ ଶୋରାରେ ରେଡ୍ କରିଥିଲା । ଜମ୍ମୁ କାଶ୍ମୀର ଇନଭେଷ୍ଟିଗେଶନ୍ ଏଜେନ୍ସି ସେଠାରେ ପଢୁଥିବା ଅନ୍ୟ ଏକ ସ୍କଲାର୍ ଅବଦୁଲ୍ ଆଲା ଫାଜିଲଙ୍କ ଘରେ ମଧ୍ୟ ରେଡ୍ କରିଛି । ତେବେ ଏସଆଇଏ ର ଏପରି ଭାବରେ ଦୁଇଙ୍କୁ ଗିରଫ କରିବାର କାରଣ ଦର୍ଶାଇ ଏସଆଇଏ ର ଜଣେ ଅଫିସର କହିଛନ୍ତି ଯେ ନଭେମ୍ବର ୬, ୨୦୧୧ରେ ଲିଖିତ ଏକ ମାଗାଜିନ୍ ଦ ସେକଲ୍ସ ଅଫ୍ ସ୍ଲେଭେରୀ ୱିଲ୍ ବ୍ରେକ୍ ରେ ଥିବା ଆର୍ଟିକିଲ୍ ଦ କାଶ୍ମୀର ୱାଲା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପନ୍ନ ମାଗାଜିନ୍ । ତେବେ ଏହାକୁ ଲେଖିଥିବା ଲେଖକ ଓ ଏହାକୁ ପବ୍ଲିଶ୍ ଅନୁମତି ଦେଇଥିବା ଏହି ମାଗାଜିନର ଏଡିଟର୍ ଦେଶ ବିରୋଧି କାମ କରିବାରେ ନିଜର ସମର୍ଥନ ଦର୍ଶାଇଛନ୍ତି । ଏହି ଆର୍ଟିକିଲ୍ ଦ୍ୱାରା ଦେଶରେ ଜାଣିଶୁଣି ଦଙ୍ଗା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ବଢେଇବା ପାଇଁ ଲେଖାଯାଇଛି । ଏହା ଉଦ୍ଦେଶ୍ୟମୂଳକ ଭାବରେ ଲୋକଙ୍କ ମନରେ ହିଂସା ବୃଦ୍ଧି କରିବାର କାରଣ ସଦୃଶ । ତେବେ ଏହି ପରି କିଛି ଅଭିଯୋଗ ଲଗାଇ ଜମ୍ମୁ କାଶ୍ମୀର ଇନଭେଷ୍ଟିଗେଶନ୍ ଏଜେନ୍ସି କାଶ୍ମୀର ୟୁନିଭର୍ସିଟିର ଛାତ୍ରଫହାଦ୍ ଶାହାଙ୍କୁ ଗିରଫ୍ କରିଛି ।
6 thoughts on “A phd scholar arrest after written an article about ‘the kashmir wala’.”