Fashionable salwar suit

Fashionable salwar suit

ଟ୍ରେଣ୍ଡିଂ ସଲୱାର ସୁଟ୍‌
ଭାରତୀୟ ମହିଳାଙ୍କ ମଧ୍ୟରେ ସଲୱାର ସୁଟ୍‌କୁ ନେଇ କ୍ରେଜ୍‌ କେବେ ବି କମ୍‌ ହୋଇନଥାଏ । ଯେକୌଣସି ପର୍ବ କିମ୍ବା ଉତ୍ସବ ହେଉ, ସୁନ୍ଦର ସୁନ୍ଦର ସଲୱାର ସୁଟ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆଜିକାଲି ମାର୍କେଟରେ ମଧ୍ୟ ଭିନ୍ନ ଭିନ୍ନ ଡିଜାଇନ ଏବଂ ସେଲିବ୍ରେଟି ଷ୍ଟାଇଲର ସଲୱାର ସୁଟ୍‌ ମିଳୁଛି ।
କୁର୍ତ୍ତୀ ସହ ପ୍ୟାଣ୍ଟ୍‌ ଷ୍ଟାଇଲ୍‌: ପୁରୁଣା ଷ୍ଟାଇଲର ସଲୱାର ସୁଟ୍‌ ପିନ୍ଧି ଆପଣ ବୋର୍‌ ହେଉଥିଲେ, ଏଥିରେ କିଛି ଟ୍ୱିଷ୍ଟ ଆଡ୍‌ କରନ୍ତୁ । ଏଥିପାଇଁ ଶର୍ଟ ଅନରାକଲୀ କୁର୍ତ୍ତୀ ସହ ପ୍ୟାଣ୍ଟ୍‌ ଷ୍ଟାଇଲର ପଜାମା ପିନ୍ଧନ୍ତୁ । ଆପଣ ଚାହିଁଲେ ଏଥିରେ ଷ୍ଟ୍ରେଟ୍‌, ଏ-ଲାଇନ୍‌, ସ୍ଲିଟ୍‌ ଷ୍ଟାଇଲ୍‌ କୁର୍ତ୍ତୀ ପିନ୍ଧିପାରିବେ ।

ଶରାରା କୁର୍ତ୍ତୀ: ଏହି ଟ୍ରାଡିସନାଲ ଆଉଟଫିଟ୍‌ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇନଥାଏ । ଏହି ଆଉଟଫିଟ୍‌ରେ ନୂଆ ନୂଆ ପରୀକ୍ଷଣ ମଧ୍ୟ କରାଯାଉଛି । ଆପଣଙ୍କୁ ବଜାରରେ ଅନେକ ଭେରାଇଟିର ଶରାରା କୁର୍ତ୍ତୀ ମିଳିଯିବ । ନଚେତ୍‌ ସିମ୍ପଲ୍‌ ଷ୍ଟ୍ରାପ୍‌ ଲୁକ୍‌ ଶରାରା ଚୟନ କରିପାରିବେ ।

ପ୍ଲାଜୋ ସଲୱାର ସୁଟ୍‌: ଭିନ୍ନ ଲୁକ୍‌ ଚାହୁଁଥିଲେ, ଲଙ୍ଗ୍‌ କୁର୍ତ୍ତୀ ସହ ମ୍ୟାଚିଂ ପ୍ଲାଜୋ ପିନ୍ଧିପାରିବେ । ଯେକୌଣସି ଉତ୍ସବ ଅବସରରେ ଏହାକୁ କ୍ୟାରି କରିପାରିବେ । ପ୍ଲାଜୋ ସହ ଶର୍ଟ କୁର୍ତ୍ତୀ କିମ୍ବା ଅନାରକଲୀ କୁର୍ତ୍ତୀ ମଧ୍ୟ ପିନ୍ଧିପାରିବେ ।

କୁର୍ତ୍ତୀ ସହ ସ୍କର୍ଟ ଷ୍ଟାଇଲ୍‌: କୁର୍ତ୍ତୀକୁ ଲେହେଙ୍ଗା ଷ୍ଟାଇଲ୍‌ରେ ମଧ୍ୟ ପିନ୍ଧିପାରିବେ । ଏଥିପାଇଁ ଆପଣଙ୍କୁ କେବଳ କୁର୍ତ୍ତୀ ସହ ମ୍ୟାଚିଂ ସ୍କର୍ଟକୁ ଚୟନ କରିବାକୁ ପଡ଼ିବ । ସମର ସିଜନ ପାଇଁ ଏହି ଆଉଟଫିଟ୍‌ ପରଫେକଫ । ଏପରି ଷ୍ଟାଇୱକୁ ଦିନବେଳା ଯେକୌଣସି ପାର୍ଟି କିମ୍ବା ଫଙ୍କସନ୍‌ରେ ପିନ୍ଧିପାରିବେ ।

ଲଙ୍ଗ୍‌ ଅନାରକଲୀ ସୁଟ୍‌: ଏହି ସୁଟ୍‌ ଆଜିକାଲି ଟ୍ରେଣ୍ଡ୍‌ରେ ରହିଛି । ପର୍ବପର୍ବାଣୀ ହେଉକି ବିବାହବ୍ରତ ସବୁଠି ଯୁବତୀମାନେ ଅନାରକଲୀ ସୁଟ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏପରିକି ସିମ୍ପଲ୍‌ ଅନାରକଲୀ ସୁଟ୍‌ରେ ହେଭି ଡିଜାଇନ ହୋଇଥିବା ଓଢଣୀକୁ ଷ୍ଟାଇଲ କରି ପକାଉଛନ୍ତି ।

ୱାନ୍‌ ସୋଲïର କପ୍ତାନ ସହ ପ୍ଲାଜୋ: ଟ୍ରାଡିସନାଲରେ ଗ୍ଲାମର୍‌ ଲୁକ୍‌ ଚାହୁଁଥିଲେ ଏପରି ଡିଜାଇନ ସଲୱାର ସୁଟ୍‌କୁ ବାଛିପାରିବେ । କପ୍ତାନକୁ ପ୍ୟାଣ୍ଟ୍‌, ଜିନ୍ସ, ଲେଗିନ୍ସ ସହ କ୍ୟାରି କରିପାରିବେ । ପ୍ଲାଜୋ ସହ ଏହା ଭିନ୍ନ ଲୁକ୍‌ ଦେଇଥାଏ ।
ଫ୍ରକ୍‌ ଷ୍ଟାଇଲ୍‌ ସଲୱାର ସୁଟ୍‌: ଫ୍ରକ୍‌ ଷ୍ଟାଇଲ୍‌ କୁର୍ତ୍ତୀ ପ୍ରଥମରୁ ହିଁ ଟ୍ରେଣ୍ଡ୍‌ରେ ରହିଛି । ଧୋତୀ ପ୍ୟାଣ୍ଟ୍‌ ସହ ଶର୍ଟ କୁର୍ତ୍ତୀ ପିନ୍ଧନ୍ତୁ । ଦେଖିବେ ଏହା ଆପଣଙ୍କୁ ସର୍ବଦା ଆକର୍ଷଣୀୟ ଲୁକ୍‌ ପ୍ରଦାନ କରିବ ।

Fashionable salwar suit
Fashionable salwar suit @thetopmost-01

ବ୍ଲେଜର ସଲୱାର ସୁଟ୍‌: ସଲୱାରକୁ େୱଷ୍ଟର୍ନ ଟଚ୍‌ ଦେବାକୁ ଚାହୁଁଥିଲେ, ଏହାସହ ଆପଣ ବ୍ଲେଜର ପିନ୍ଧିପାରିବେ । ନଚେତ୍‌ ସଲୱାର ସୁଟ୍‌ ସହ କେପ୍‌ କ୍ୟାରି କରିପାରିବେ ।

https://thetopmost.in/?p=1362

https://thetopmost.in/?p=1359

https://thetopmost.in/?p=1322

https://thetopmost.in/?p=1272

SHARE BY