The Topmost

“The eyes believe themselves, the ears believe other people.”

no one can feed peagion on this country

ବିଶ୍ୱର ଅଜବ ଜାଗାରେ ରହିଛି ଅଜବ ନିୟମ: ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ

ବିଶ୍ୱରେ ବିଭିନ୍ନ ସଂସ୍କୃତି ସହିତ ପରମ୍ପରା ରହିଥିବାବେଳେ ସମସ୍ତ ଦେଶର ନିଜସ୍ୱ ଆଇନ୍‌ ମଧ୍ୟ ରହିଛି । ତେବେ ଏଭଳି ଅନେକ ଦେଶ ରହିଛି ଯେଉଁଠି ଥିବା ଅଜବ ନିୟମ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି କେତେକ ଅଜବ ନିୟମ ବିଷୟରେ ଆସନ୍ତୁ ଜାଣିବା ।
କୁକୁର ପାଇଁ ଡିଏନ୍‌ଏ ଟେଷ୍ଟ- ଇଟାଲିରେ ଥିବା କାପ୍ରି ଆଇଲାଣ୍ଡକୁ ସଫା ରଖିବା ପାଇଁ ଏଠାରେ ଏକ ଅଜବ ନିୟମ ରହିଛି । ଏଠାରେ କୁକୁର ଧରି ବାହାରକୁ ଆସିବା ବେଳେ ସମସ୍ତଙ୍କୁ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ । ଯଦି କୁକୁର କିଛି ଅସନା କରିଥାଏ, ତେବେ ମାଲିକ ତାହା ସଫା କରିବାକୁ ବାଧ୍ୟ । ଯଦି କେହି ବ୍ୟକ୍ତି ଏହା କରିବାକୁ ଭୁଲି ଯାଇଥାଆନ୍ତି । ତେବେ କୁକୁରର ମଳରୁ ଏହାର ଡିଏନ୍‌ଏ ଟେଷc କରାଯାଇ କୁକୁର ମାଲିକଙ୍କୁ ୨,୪୦୦ ଡଲାର ପର୍ଯ୍ୟନ୍ତ ଫାଇନ୍‌ କାରାଯିବାର ଅଜବ ନିୟମ ରହିଛି ।

dogs dna-testing
dogs dna-testing @the topmost

http://thetopmost.in/?p=648
ଚୁଇଙ୍ଗମ୍‌ ଖାଇବା ମନା- ଚୁଇଙ୍ଗମ୍‌ ଖାଇବା ସମସ୍ତଙ୍କର ପସନ୍ଦ ହୋଇଥାଏ । ବିଶେଷ କରି ବୁଲିବା ସମୟରେ ସମସ୍ତେ ଚୁଇଙ୍ଗମ୍‌ ଖାଇଥାଆନ୍ତି । ହେଲେ ସିଙ୍ଗାପୁରରେ ଚୁଇଙ୍ଗମ୍‌ ଖାଇବା ମନା । ଏଠାରେ ଚୁଇଙ୍ଗମକୁ ୧୯୯୨ରୁ ମନା ହେବାର ଅଜବ ନିୟମ କରାଯାଇଛି । ଚୁଇଙ୍ଗମ୍‌ ଚୋବାଇଲେ ସିଙ୍ଗାପୁରରେ ଜେଲ୍‌ ମଧ୍ୟ ଯିବାକୁ ହୋଇଥାଏ । କେବଳ ଜେଲ ନୁହେଁ ଏହି ଅପରାଧ ପାଇଁ ଜରିମାନା ମଧ୍ୟ ରହିଛି । ଏହା ପଛରେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପରିବେଶ ପ୍ରଦୂଷଣକୁ ଦାୟୀ କରାଯାଇଛି । ତେବେ ୨୦୦୪ରେ ଏଥିରେ କିଛି କୋହଳ ହୋଇଥିଲା । କେବଳ ଡାକ୍ତର ପରାମର୍ଶିତ ଚୁଇଙ୍ଗମକୁ ବିକ୍ରି କରାଯାଉଛି ।

No-Chewing-Gum
No-Chewing-Gum @thetopmost-01

http://thetopmost.in/?p=641
କେମୁ୍ୟଫ୍ଲେଗ୍‌ ପ୍ରିଣ୍ଟକୁ ନା- ଆଫ୍ରିକାରେ କେମୁ୍ୟଫ୍ଲେଗ୍‌ ପ୍ରିଣ୍ଟ ବ୍ୟବହାର ଉପରେ ଶକ୍ତ ମନା ଥିବାର ଅଜବ ପରମ୍ପରା ରହିଛି । କେବଳ ସେନା ବିଭାଗରେ କାର୍ଯ୍ୟରତ ଲୋକ ଏହାକୁ ବ୍ୟବହାର କରିପାରିବେ । ଆଫ୍ରିକାର କିଛି ଦେଶରେ ଏହା ଉପରେ ରୋକ ଲଗାଯାଇଛି । ତେଣୁ ଆଫ୍ରିକା ଯିବା ସମୟରେ ଏଭଳି ପ୍ରିଣ୍ଟ ଠାରୁ ଦୂରରେ ରୁହନ୍ତୁ ।

fg
no print @thetopmost-01

http://thetopmost.in/?p=637

no selfy with budhha
no selfy with budhha @thetopmost-01

http://thetopmost.in/?p=630

ପାରାକୁ ଦେଇପାରିବେନି ଖାଦ୍ୟ- ଇଟାଲିର ମିଲନ’ସ୍‌ ଡୁମୋ ଓ ସିଏନା କ୍ୟାଥେଡ୍ରାଲ୍‌ରେ ପାରା ପର୍ଯ୍ୟଟକଙ୍କ ପାଇଁ ଅସୁବିଧାର କାରଣ ସାଜିଥିଲେ । ତେବେ ଏଭଳି ଅସୁବିଧାକୁ ଦୂରେଇବା ପାଇଁ ୨୦୦୮ରେ ଏଠାରେ ଏକ ଅଜବ ନିୟମ ଲାଗୁ କରାଯାଇଥିଲା ।ଅଜବ ନିୟମ ଅନୁସାରେ ସରକାର ଏଠାରେ ପାରାଙ୍କୁ ଖାଇବାକୁ ଦବା ଉପରେ ରୋକ ଲଗାଇଛନ୍ତି । ଏଠାରେ ଯଦି କିଏ ବି ପାରାଙ୍କୁ ଖାଇବାକୁ ଦେଇଥାଏ ତେବେ ତାଙ୍କୁ ୭୦୦ ୟୁରୋ ପର୍ଯ୍ୟନ୍ତ ଜରିମାନା ଦେବାକୁ ହୋଇଥାଏ । ତେବେ ଆପଣ ମଧ୍ୟ ସାବଧାନ ରୁହନ୍ତୁ । ଯଦି କେଉଁ ନୂଆ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ସେଠିକରା ସବୁ ଅଜବ ନିୟମ ଓ ଅଜବ ପରମ୍ପରାକୁ ଜାଣି ନିଅନ୍ତୁ । ନଚେତ ଆପଣଙ୍କୁ ଗଣିବାକୁ ପଡିପାରେ ମୋଟା ଅଙ୍କର ତଣ୍ଡ ।

noone can feed peagion
noone can feed peagion @thetopmost-01

http://thetopmost.in/?p=623

http://thetopmost.in/?p=517

http://thetopmost.in/?p=440