The Topmost

“The eyes believe themselves, the ears believe other people.”

Shilpa setti's new cop look is in trend

Shilpa setti’s new cop look is in trend .

କପ୍‌ ୟୁନିଭର୍ସରେ ଶିଳ୍ପା ସାମିଲ
ହିନ୍ଦୀ ସିନେମା ଏବଂ େୱବସିରିଜ୍‌ ଦୁନିଆରେ ବର୍ତ୍ତମାନ ମହିଳାଙ୍କ ପାଇଁ ସର୍ବୋତ୍ତମ ସମୟ ଚାଲିଛି । ଖାସ୍‌ କରି ଓଟିଟି ଦୁନିଆରେ ମହିଳାଙ୍କ ପାଇଁ ଭଲ ଓ ଦମଦାର କାହାଣୀ ଲେଖାଯାଉଛି । ଏଥିସହ ଆଉ କେବଳ ନାମ ମାତ୍ର ପାଇଁ ମହିଳା କଳାକାରଙ୍କୁ ସାମିଲ କରାଯାଉନାହିଁ, ନାରୀ କେନ୍ଦ୍ରିକ ଶୋ’ ହିଟ୍‌ ହେବାରେ ଲାଗିଛି । ଏପରି କ୍ଷେତ୍ରରେ ଓଟିଟି ଡେବୁ୍ୟ କରିବାକୁ ଯାଉଥିବା ପ୍ରସିଦ୍ଧ ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ‘ଇଣ୍ଡିଆନ ପୋଲିସ୍‌ ଫୋର୍ସ’ ନାମକ ଏକ ଶୋ’ ନେଇ ଆସୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ଜଣେ ବରିଷ୍ଠ ଅଭିନେତ୍ରୀ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ରୋହିତ ସେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଶିଳ୍ପା ସେଟ୍ଟୀ ନଜର ଆସିବେ । ତେବେ ରୋହିତ ସେଟ୍ଟୀ ପ୍ରଥମ ଥର ପାଇଁ ତାଙ୍କ ଟିମ୍‌ରେ ଜଣେ ମହିଳା ପୋଲିସକୁ ସାମିଲ କରିଛନ୍ତି । ଏଥିସହ ଏହି ସିରିଜ୍‌ର ଶିଳ୍ପାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ଜବରଦସ୍ତ ପୋଲିସ୍‌ ଲୁକ୍‌ ଦେଖିବାକୁ ମିଳିଛି । ଏହାକୁ ନେଇ ଶିଳ୍ପା ସୋସିଆଲ ମିଡିଆରେ ତାଙ୍କୁ ଖୁସି ପ୍ରକାଶ କରିଛନ୍ତି । ଏହି ସିରିଜ୍‌ର କାମ ଆରମ୍ଭ ହୋଇଯାଇଛି ଏବଂ ଶିଳ୍ପାଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଅଭିନୟ କରୁଛନ୍ତି । ଅଜୟ ଦେବଗନ, ରଣବୀର ସିଂହ ଏବଂ ଅକ୍ଷୟ କୁମାର ପରେ ସିଦ୍ଧାର୍ଥ ମଲହୋତ୍ରା ରୋହିତଙ୍କ କପ୍‌ ୟୁନିଭର୍ସର ଅଂଶ ହୋଇଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ଅଭିନେତ୍ରୀ ଶିଳ୍ପାଙ୍କ ପାଇଁ ଖାସ୍‌ ହେବାକୁ ଯାଉଛି । କାରଣ ଏବର୍ଷ ତାଙ୍କର ଦୁଇ ଦୁଇଟି ଫିଲ୍ମ ତଥା ‘ସୁଖୀ’ ଏବଂ ‘ନିMମା’ ମୁକ୍ତିଲାଭ କରିବ ।

https://thetopmost.in/?p=1583

https://thetopmost.in/?p=1547

https://thetopmost.in/?p=1588