ସର୍ବଦା ପରିଶ୍ରମ କଲେ ହିଁ ପାରିଶ୍ରମିକ ମିଳିଥାଏ। କେତେକ ଯାଗାରେ ଲୋକଙ୍କୁ ପାରିଶ୍ରମିକ ମୂଲ୍ୟରେ ଅଧିକ କାମ କରିବାକୁ ପଡିଥାଏ। ସେହିଭଳି କେଉଁଠି ପାରିଶ୍ରମିକ ବଦଳରେ କାମ କମଥାଏ। ହେଲେ କିଛି ନକରି ପାରିଶ୍ରମିକ ପାଇବା ଆଶ୍ଚର୍ଯ୍ୟ ବିଷୟ। ସିନେମା ଦେଖିବାକୁ କୌଣସି କାର୍ଯ୍ୟାଳୟ ପୁରସ୍କାର ଦେଉଥିବା କଥା ବିଶ୍ୱାସ ଯୋଗ୍ୟ ନୁହେଁ। କଥାଟି ଶୁଣିବାକୁ ସତ ନ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଏକ କମ୍ପାନୀ ଲୋକଙ୍କୁ ଏକ ଭିନ୍ନ ଉପାୟରେ ପଇସା ରୋଜଗାର କରିବାର ସୁଯୋଗ ଦେଉଛି। ଏହି ଉପାୟରେ ଲୋକଙ୍କୁ ଖାଲି ପିଜା ଖାଇବାର ଅଛି ଏବଂ ନେଟ୍ଫ୍ଲିକ୍ସ ଦେଖିବାର ଅଛି। ବୋନସ ଫାଇଣ୍ଡର ନାମକ ଆମେରିକୀୟ କମ୍ପାନୀ ଯାହା ଲିଗାଲ ଗ୍ୟାମ୍ବଲିଙ୍ଗ ସାଇଟକୁ ପରିଚାଳିତ କରିଥାଏ। ବର୍ତ୍ତମାନେ କମ୍ପାନୀକୁ ଜଣେ ପ୍ରଫେସନାଲ ବିଙ୍ଗ ଓାଚର ଦରକାର ଯିଏ ଅଧିକ ସମୟ ନେଟ୍ଫ୍ଲିକ୍ସ ଦେଖିବା ସହ ପିଜା ଖାଇପାରୁଥିବ। ଲକ୍ଡାଉନ ପରେ ଏହିଭଳି ଘୋଷଣା କରିଛି କମ୍ପାନୀ। କମ୍ପାନୀର ଘୋଷଣା ଅନୁସାରେ ୯ ଫେବ୍ରୁଆରୀରେ ପାଳନ ହେବାକୁ ଥିବା ନ୍ୟାସନାଲ ପିଜା ଡେରେ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ନେଟ୍ଫ୍ଲିକ୍ସ ଦେଖିବା ସହ ପିଜା ଖାଇବା ପାଇଁ ୫୦୦ ଡଲାର ପୁରସ୍କାର ଦିଆଯିବ। ଏହି ପୁରସ୍କାର ରାଶି ପାଇବା ପାଇଁ ପ୍ରତିଯୋଗୀଙ୍କୁ ନେଟ୍ଫ୍ଲିକ୍ସରେ ଦେଖିଥିବା ସିରିଜକୁ ସମୀକ୍ଷା କରି ବ୍ୟାକ୍ଷା କରିବାକୁ ହେବ। ଏହାସହ ପିଜାର ସ୍ୱାଦ, ଆକାର ବିଷୟରେ ମଧ୍ୟ ବର୍ଣ୍ଣନା କରିବାକୁ ହେବ। ଯାହାର ଆଧାରରେ ବିଜେତା ଘୋଷଣା କରାଯିବ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..