ସଦାବେଳେ ଇଣ୍ଟରନେଟ୍ରେ ବିଲେଇଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଗୁଡିକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରନ୍ତି। ଏଥିରେ ବିଲେଇଙ୍କୁ ବିଭିନ୍ନ ପ୍ରକାରର ରଙ୍ଗଢଙ୍ଗରେ ଦେଖିବାକୁ ମିଳିଥାଏ। ସେହିଭଳି ଇଣ୍ଟରନେଟ୍ରେ ଏକ ବିଲେଇ ଭାଇରାଲ ହେବାରେ ଲାଗିଛି। ଏଥିରେ ବିଲେଇକୁ ଏକ ଅଲଗା ଅନ୍ଦାଜରେ ଲୋକ ଦେଖିବାକୁ ପାଇଛନ୍ତି। ବିଲେଇଟି ମଣିଷଙ୍କ ଭଳି ସ୍ପାରେ ଆଖି ଉପରେ କାକୁଡି ଥୋଇ ଶୋଇଛି। ଏହାକୁ ଦେଖି ଲୋକମାନେ ବିଲେଇ ଭଳି ନିଜ ଜୀବନକୁ ଉପଭୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭିଡିଓଟି ସବୁ ସୋସିଆଲ ସାଇଟ୍ରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଘରେ ଜଣେ ବ୍ୟକ୍ତିଙ୍କ ସହ ଏକ ବିଲେଇ ଆଖିରେ କାକୁଡି ରଖି ସଙ୍ଗୀତର ମଜା ନେଉଛି। ତେବେ ସେହି ସମୟରେ ଜଣେ ମହିଳା ବିଲେଇର ଆଖିରୁ କାକୁଡି ଖଣ୍ଡ କାଢିଦେଉଛନ୍ତି। ହେଲେ ବିଲେଇ ଏଥିରେ ରାଗି ଯାଉଥିବାର ଭିଡିଓରୁ ଜଣାପଡୁଛି। ତେଣୁ ମହିଳା ଜଣଙ୍କ ପୁଣି ବିଲେଇ ଆଖିରେ ସେହି କାକୁଡିକୁ ରଖିଦଉଛନ୍ତି ଓ ସେ ପୁଣି ଶୋଇପଡି ସଙ୍ଗୀତର ମଜାନେଉଛି। ଲୋକମାନେ ଏହି ଭିଡିଓଟିକୁ ଅନେକ ମାତ୍ରାରେ ଲାଇକ ଓ ସେୟାର କରିଛନ୍ତି।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା