The Topmost

“The eyes believe themselves, the ears believe other people.”

Shibaji maharaja's guru bhakti

Shibaji maharaja’s guru bhakti

ଗୁରୁ କୃପା
ସମର୍ଥ ଗୁରୁ ରାମଦାସ ଥିଲେ ଜଣେ ଦକ୍ଷ ଗୁରୁ । ତାଙ୍କର ଅନେକ ଶିଷ୍ୟ ଥିଲେ। ମହାରାଜ ଶିବାଜୀ ତାଙ୍କ କଥା ଶୁଣିବାକୁ ପାଇଲେ । ଦିନେ ତାଙ୍କ କୁଡ଼ିଆରେ ଯାଇ ପହଞ୍ଚିଥଲେ । ସେ ତାଙ୍କୁ ସେଠାରେ ଦର୍ଶନ କରି ପ୍ରଣାମ ଜଣାଇଲେ। ଗୁରୁ ତାଙ୍କୁ ଆସିବାର କାରଣ ପଚାରିଲେ । ଆଉ ଶିବାଜୀ କହିଲେ ଆପଣଙ୍କଠାରୁ ଭିକ୍ଷା ଗ୍ରହଣ କରିବାକୁ ଆସିଛି। ଦୟା କରି ମତେ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ । ଗୁରୁ ରାମଦାସ ତାଙ୍କୁ ଭିକ୍ଷା ଦେଇ ପ୍ରସାଦ ରୂପେ ନଡ଼ିଆ, ମୁଠାଏ ବାଲି, ଦୁଇ ମୁଠାଏ ଖଇ ଓ ଚାରି ମୁଠା ପଥର ଦେଲେ । ଶିବାଜୀ ଆନନ୍ଦରେ ପ୍ରସାଦ ଗ୍ରହଣ କଲେ। ଗୁରୁଙ୍କୁ ନମ୍ରତାର ସହିତ ଏସବୁ ଦେବାର ତାପର୍ଯ୍ୟ ଜାଣିବା ପାଇଁ ପଚାରିଲେ । ଗୁରୁ କହିଲେ ନଡ଼ିଆ ଦୃଢ଼ତାର ପ୍ରତୀକ ଏବଂ ସ୍ୱାଦ ମଧ୍ୟ ତୃପ୍ତିକର।
ମାଟି ଜଗତର ପାର୍ଥିବ ଅବସ୍ଥାକୁ ବୁଝାଏ। ଖଇ ଯେପରି ସାମାନ୍ୟ ପବନରେ ଉଡିଯାଏ, ଏ କ୍ଷଣସ୍ଥାୟୀ ଦୁନିଆରେ ଐଶ୍ୱର୍ଯ୍ୟ ଚାଲିଗଲା ପରେ ଦୁଃଖରେ କାଳ କାଟନ୍ତି । ପଥର ହେଉଛି ଦୁର୍ଗ ବିଜୟର ପ୍ରତୀକ। ତାପରେ ଶିବାଜୀ ପ୍ରସାଦର ମହାତ୍ମ୍ୟ ଶୁଣି ଅନେକ କିଛି ଶିକ୍ଷା କଲେ । ଏବଂ ପରେ ସେ ସାଧୁ ଜୀବନ ଯାପନ କରିବାପାଇଁ ଗୁରୁଙ୍କର ଆଶୀର୍ବାଦ ଭିକ୍ଷା କଲେ । ଗୁରୁ ରାମଦାସ କହିଲେ ତୁମେ ରାଜା ପ୍ରଜାଙ୍କୁ ପାଳନ ତଥା ଧର୍ମକୁ ଉଦ୍ଧାର କରିବା ତୁମର କର୍ତ୍ତବ୍ୟ। ସନ୍ନ୍ୟାସୀର ଅର୍ଥ ନୁହେଁ ସଂସାର ତ୍ୟାଗ କରିବା । ପ୍ରକୃତ ସନ୍ନ୍ୟାସୀ ହେଲା ସଂଯମ ସହିତ କାମନା ବାସନା ତ୍ୟାଗ ପୂର୍ବକ ନିଃସ୍ଵାର୍ଥ ଭାବରେ ଦେଶ ତଥା ଧର୍ମ ରକ୍ଷା କରିବା । ଯାଅ ଏବେ ରାଜଧର୍ମ ରକ୍ଷାକର।
ଗୁରୁଙ୍କ କୃପା ଓ ନିଜ ଚେଷ୍ଟାରେ ଶିବାଜୀ ସମାଜର ମଙ୍ଗଳ କାର୍ଯ୍ୟକରି ଗରିବ ଦୁଃଖିଙ୍କ କଥା ବୁଝିଲେ । ଅସହାୟଙ୍କୁ ସାହାଯ୍ୟ କଲେ । ପ୍ରଜାମାନେ ଶିବାଜୀଙ୍କ ଶାସନ କାଳରେ ସୁଖରେ ଦିନ କାଟିଲେ । ତାପରେ ଶିବାଜୀଙ୍କୁ ‘ଛତ୍ରପତି‘ ଆଖ୍ୟା ଦିଆଗଲା।ଏକଦା ଶିବାଜୀଙ୍କୁ ପରୀକ୍ଷା କରିବା ପାଇଁ ଗୁରୁ ଆସି ବଡ଼ ପାଟିରେ ଭିକ୍ଷା ମାଗିଲେ । ଶିବାଜୀ ଗୁରୁଙ୍କ ପାଟି ଶୁଣି ବାହାରକୁ ଆସି ଖଣ୍ଡେ କାଗଜରେ ସମଗ୍ର ସାମ୍ରାଜ୍ୟ ଭିକ୍ଷା ରୂପରେ ଲେଖି ଗୁରୁଙ୍କ କମଣ୍ଡଳୁରେ ରଖିଲେ । ଗୁରୁ ତାଙ୍କୁ ସେ କାଗଜ ଫେରାଇ ଅନ୍ନଭିକ୍ଷା ଚାହିଁଲେ । କିନ୍ତୁ ଶିବାଜୀ ଦାନ ଆଉ ଫେରସ୍ତ ନ ନେଇ ଗୁରୁଙ୍କ ପ୍ରତିନିଧି ଭାବେ ରାଜ୍ୟ ଶାସନ କଲେ । ଗୁରୁ ପ୍ରସନ୍ନ ମନରେ ତାଙ୍କୁ ଆଶିର୍ବାଦ ଦେଇ ଚାଲିଗଲେ।