the vast majority of ocean plastic collected by an ngo.

the vast majority of ocean plastic collected by an ngo.

ପ୍ଲାଷ୍ଟିକ୍‌ ଆବର୍ଜନା ସବୁ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ । ସମସ୍ତେ ନିଜନିଜର ସାମର୍ଥ୍ୟ ଅନୁସାରେ କିଭଳି ଏହି ସମସ୍ୟାରୁ ବଞ୍ଚିପାରିବେ ସେ ନେଇ ଉପାୟ କରୁଛନ୍ତି । ତେବେ ଏହାରି ମଧ୍ୟରେ ଆମେରିକାରେ ଏକ ନିଆରା ଉପାୟ ଦେଖିବାକୁ ମିଳିଛି । ଆମେରିକାରେ ବିଭିନ୍ନ ସ୍ଥାନରେ ଜଳପ୍ରାଣୀଙ୍କର ପ୍ରତିକୃତି ଦେଖିବାକୁ ମିଳିଛି । ଏହି ରଙ୍ଗବେରଙ୍ଗ ପ୍ରତିକୃତିକୁ ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ କରାଯାଇଛି । ସେ୍ୱଚ୍ଛାସେବୀଙ୍କ ସହାୟତାରେ ପାସିଫିକ୍‌ ଓସେନ୍‌ରୁ ପ୍ଲାଷ୍ଟିକ ଆବର୍ଜନାକୁ କଢାଯାଇ ସେଗୁଡିକୁ ଏକ ରୂପ ଦିଆଯାଇଛି । ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ବିଭିନ୍ନ ମୂର୍ତ୍ତି । ତେବେ ଏ ସମସ୍ତ କାମ କରିବା ପାଇଁ ‘ୱାସଡ୍‌ ଆସ୍ରୋ’ ନାମରେ ଏକ ପ୍ରୋଜେକଫ ତିଆରି କରାଯାଇଛି । ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରୋଜେକଫ ଅଧିନରେ ପ୍ରାୟ ୩୦୦ ମାଇଲ୍‌ର ସମୁଦ୍ର କୂଳକୁ ସଫା କରାସରିଛି । ଏହି ସଫା କରିବାରେ ପ୍ରାୟ ୬୦,୦୦୦ ପାଉଣ୍ଡ ଆବର୍ଜନା ମିଳିଛି । ମିଳିଥିବା ଏହି ପ୍ଲାଷ୍ଟିକ୍‌କୁ ବ୍ୟବହାର କରି ୮୬ଟି ପ୍ରତିକୃତି ପ୍ରସ୍ତୁତ କରାଯାଇଛି । ଏହି ପ୍ରତିକୃତିରେ ସାର୍କ, ପେଙ୍ଗୁଇନ୍‌, ବ୍ଲì ମାରଲିନ୍‌ ଆଦି ରହିଛନ୍ତି । ଏହି ପ୍ରୋଜେକଫରେ ପ୍ରାୟ ୧୪,୦୦୦ରୁ ଅଧିକ ଭଲୁ୍ୟଣ୍ଟର ସାମିଲ ହୋଇଛନ୍ତି । ସେମାନେ ସମୁଦ୍ରକୂଳ ସଫା କରିବା, ସେଥିରୁ ମିଳୁଥିବା ପ୍ଲାଷ୍ଟିକ ଆବର୍ଜନାକୁ ଅଲଗା କରି ରଖିବା ଆଦି କାମ କରିଥାଆନ୍ତି ।

https://thetopmost.in/?p=1526

https://thetopmost.in/?p=1540

SHARE BY