ବିଭିନ୍ନ ସମୟରେ ଭିନ୍ନଭିନ୍ନ ଗବେଷଣାକୁ ନେଇ ଚୀନ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ଚୀନ ନିର୍ମାଣ କରିଥିବା ବିଶ୍ୱର ସବୁଠାରୁ ଉଚ୍ଚତମ ପାଣିପାଗ କେନ୍ଦ୍ରକୁ ନେଇ ସବୁଠି ଚର୍ଚ୍ଚା । ଏହି କେନ୍ଦ୍ରଟି ସମୁଦ୍ର ପତନଠାରୁ ପାଖାପାଖି ୮,୮୩୦ ମିଟର ଉଚ୍ଚରେ ରହିଛି । ବୈଜ୍ଞାନିଙ୍କ ଗବେଷଣା ଅନୁଯାୟୀ ଏହି ଷ୍ଟେସନ ଏତେ ଉଚ୍ଚରେ ମଧ୍ୟ ସଠିକ ଭାବେ ପରିଚାଳିତ ହେଉଛି । ଏହି କେନ୍ଦ୍ରଟି ସୌରପ୍ୟାନେଲ୍ରେ ପରିଚାଳିତ ହେଉଥିବା ବେଳେ ଏହାକୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରିବା ପାଇଁ ଡିଜାଇନ କରାଯାଇଛି । ଏହା ଅତିକମରେ ୨ବର୍ଷ ପର୍ଯ୍ୟନ୍ତ ଯେ କୌଣସି ବି ପାଣିପାଗରେ କାମ କରିପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି କେନ୍ଦ୍ରଟିରେ ଡାଟା ଟ୍ରନ୍ସମିସନ ପାଇଁ ସାଟେଲାଇଟ୍ କମୁ୍ୟନିକେସନ ସିଷ୍ଟମ ରହିଛି । ଏଥିରେ ଥିବା ରେଡିଓ ଷ୍ଟେସନ ପ୍ରତି ୧୨ମିନିଟ୍ରେ ଟ୍ରାନ୍ସମିସନ କରିବାରେ ସକ୍ଷମ । ଏହି କେନ୍ଦ୍ରଟି ପୂର୍ବରୁ ବ୍ରିଟିଶ ଓ ୟୁଏସ୍ ବୈଜ୍ଞାନିକମାନେ କରିଥିବା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି । ଏତେ ଉଚ୍ଚରେ ବରଫ ଭିତରେ କଣ ହେଉଛି ଜାଣିବା ପାଇଁ ଚୀନ ଏହି କେନ୍ଦ୍ର ସ୍ଥାପନ କରିଛି,ଯାହା ଅନେକ ନୂଆ ତଥ୍ୟ ପ୍ରଦାନ କରିବ ବୋଲି ଚୀନର ବୈଜ୍ଞାନିକମାନେ ଆଶା କରିଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ