The Topmost

“The eyes believe themselves, the ears believe other people.”

huma qureshi chef look

Huma qureshi chef look is trending in social media .

ବ୍ୟଞ୍ଜନ ପରଷିବେ ହୁମା
ପରଦାରେ ସ୍ୱତନ୍ତ୍ର, ଭିନ୍ନ ଓ ନିଆରା ଚରିତ୍ରକୁ ନିଖୁଣ ଭାବେ ଉପସ୍ଥାପନ କରିବାର କଳା କେବଳ ଓଟିଟି ମହାରାଣୀ ହୁମା କୁ୍ୟରେସୀଙ୍କ ପାଖରେ ଅଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଅଭିନେତ୍ରୀ ହୁମା ଗୋଟେ ପରେ ଗୋଟେ ହିଟ୍‌ ଶୋ’ ଦେଇ ସମସ୍ତଙ୍କୁ ଆଚମ୍ବିତ କରିବାରେ ଲାଗିଛନ୍ତି । ତାଙ୍କର ଶେଷ ଓଟିଟି ଆଉଟିଂ ‘ମିଥ୍ୟା’ ଏବଂ ବ୍ଲକବଷ୍ଟର ତାମିଲ ଫିଲ୍ମ ‘ଭାଲିମାଇ’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଆଉ ଏବେ ଅଭିନେତ୍ରୀ ହୁମା ପ୍ରସିଦ୍ଧ ବ୍ୟଞ୍ଜନ ଲେଖିକା ତଥା ରୋଷେୟା ତରଲା ଦଲାଲଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଘୋଷଣା ପାଇଁ ଏକ ପୋଷ୍ଟର ରିଲିଜ୍‌ କରାଯାଇଛି । ସବୁଠୁ ବଡ଼ କଥା ହେଉଛି ହୁମାଙ୍କ ତରାଲ ଦଲାଲ ଲୁକ୍‌ ବେଶ୍‌ ଚମତ୍କାର ହୋଇଛି । ଏଥିରେ ହୁମାଙ୍କୁ ଚିହ୍ନିବା ସହଜ ହେଉନାହିଁ । ଶାଢିଠାରୁ ଆରମ୍ଭ କରି କେଶସଜ୍ଜା ଏବଂ ଦାନ୍ତ ସହ ମେକଅପ୍‌କୁ ଦେଖିଲେ ହୁମା ଅବିକଳ ତରାଲ ଦଲାଲଙ୍କ ପରି ଦୃଶ୍ୟମାନ ହେଉଛନ୍ତି । ଫ୍ୟାଶନ ଜଗତରେ ଷ୍ଟାଇଲ ଷ୍ଟେଟମେଣ୍ଟ ଦେଉଥିବା ହୁମା ଏହି ପୋଷ୍ଟରରେ ଭିନ୍ନ ଅବତାରରେ ନଜର ଆସୁଛନ୍ତି, ଯାହା ଦର୍ଶକଙ୍କ ମନକୁ ଖୁବ ପସନ୍ଦ ଆସିଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ପିୟୁଷ ଗୁପ୍ତା । ଫିଲ୍ମ ସମ୍ପର୍କରେ ଅଧିକ କିଛି ସୂଚନା ମିଳିନଥିଲେ ବି ହୁମାଙ୍କ ଲୁକ୍‌ ସିନେପ୍ରେମୀଙ୍କ ଉତ୍ସାହକୁ ବଢାଇଛି ।

https://thetopmost.in/?p=1576

https://thetopmost.in/?p=1547

https://thetopmost.in/?p=1588

https://thetopmost.in/?p=1583