The Topmost

“The eyes believe themselves, the ears believe other people.”

MAHESH BABU

South star mahes babu said ‘no’ to bollywood

ଉତ୍ତର ଭାରତରେ ଦକ୍ଷିଣ ଫିଲ୍ମକୁ ନେଇ ଲଗାତାର କ୍ରେଜ୍‌ ବଢିବାରେ ଲାଗିଛି । ଅନେକ ସାଉଥ୍‌ ଷ୍ଟାର ହିନ୍ଦୀ ବେଲଫରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି । ସେହିପରି ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ମଧ୍ୟ ଉତ୍ତର ଭାରତରେ ବେଶ୍‌ ପସନ୍ଦ କରାଯାଉଛି । ହିନ୍ଦୀ ଦର୍ଶକମାନେ ଏହି ସାଉଥ ଷ୍ଟାରଙ୍କୁ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି । ହେଲେ ନିକଟରେ ମହେଶ ବାବୁ ସ୍ପଷ୍ଟ ଭାବେ ବଲିଉଡ୍‌ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି । ଅଭିନେତା ମହେଶ ବାବୁ ଖୁବଶୀଘ୍ର ଅପକମିଂ ଫିଲ୍ମ ‘ସରକାରୁ ୱାରି ପାତା’ରେ ନଜର ଆସିବେ । କିଛି ଦିନ ତଳେ ଏହି ଫିଲ୍ମର ପ୍ରମୋଶନ ପାଇଁ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ସେଠାରେ ମହେଶ ବାବୁଙ୍କୁ ବଲିଉଡ୍‌ରେ ତାଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତର ଦେଇ ସେ କହିଛନ୍ତି ଯେ ତାଙ୍କର କୌଣସି ହିନ୍ଦୀ ଫିଲ୍ମରେ କାମ କରିବାର ଉଦ୍ଦେଶ୍ୟ ନାହିଁ । ଏହାସହ ଆହୁରି ମଧ୍ୟ କହିଛନ୍ତି, ‘ହିନ୍ଦୀ ଫିଲ୍ମରେ କାମ କରିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ, କାରଣ ତେଲୁଗୁ ଫିଲ୍ମକୁ ସମଗ୍ର ଦେଶରେ ଦେଖାଯାଉଛି ।

THhttps://thetopmost.in/?p=1272

https://thetopmost.in/?p=1268

https://thetopmost.in/?p=1265

https://thetopmost.in/?page_id=598

ତେଣୁ ଖାସ୍‌ କରି ହିନ୍ଦୀ ଫିଲ୍ମରେ କାମ କରିବା ଜରୁରୀ ନୁହେଁ । ତେଲୁଗୁରେ ଫିଲ୍ମ କରିବାକୁ ସେ ସମ୍ପୂର୍ଣ୍ମ ଭାବେ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।’ ଅନ୍ୟପକ୍ଷରେ ଏସ୍‌ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ତାଙ୍କର ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବାକୁ ଯାଉଛି । ଗତ କିଛି ବର୍ଷ ଧରି ମହେଶ ବାବୁଙ୍କ ଷ୍ଟାରଡମ୍‌କୁ ଦେଖି ବଲିଉଡ୍‌ରୁ ଅନେକ ଅଫର୍‌ ମିଳୁଛି, କିନ୍ତୁ ସେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଫିଲ୍ମ ପାଇଁ ରାଜି ହୋଇନାହାନ୍ତି । ମହେଶଙ୍କ ନୂଆ ଫିଲ୍ମ ‘ସରକାରୁ ୱାରି ପାତା’ ୧୨ ମେରେ ରିଲିଜ୍‌ ହେବ ।