ପ୍ରତିବର୍ଷ ଏପ୍ରିଲ୍ ୧୦କୁ ବିଶ୍ୱ ହୋମିଅପାଥି ଦିବସ ଭାବେ ପାଳନ କରାଯାଇଥାଏ । ହୋମିଅପାଥିର ଜନକ ଡ. ସାମୁଏଲ୍ ହନେମାନ୍ନଙ୍କ ଜନ୍ମ ଦିନକୁ ହୋମିଅପାଥି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପଦ୍ଧତିର ପାଶ୍ୱର୍ପ୍ରତିକ୍ରିୟା କମ ଥିବାରୁ ଏହାର ଚାହିଦା ଲୋକଙ୍କ ଭିତରେ ରହିଥାଏ । ହୋମିଅପାଥି ଗ୍ରୀକ ଶବ୍ଦ ହୋମିଓରୁ ଆସିଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାରର ବ୍ୟବହାର ନଥାଏ । ହୋମିଓପାଥିର ପ୍ରଚାର ୧୯ଶ ଶତାବ୍ଦିରେ ଆରମ୍ଭ ହୋଇଥିଲା । ଏହି ସମୟରେ ହୋମିଓପାଥି ଲୋକଲୋଚନକୁ ଆସିଥିଲା ।
ତେବେ ଏହାର ଆରମ୍ଭ ପଞ୍ଚମ ଶତାବ୍ଦୀ ବିସିରେ ହୋଇଥିଲା । ଏହି ଦିବସରେ ଲୋକଙ୍କୁ ହୋମିଓପାଥି ଔଷଧ ପଦ୍ଧତି ସମ୍ବନ୍ଧରେ ସଚେତନ କରାଯାଇଥାଏ ।
10 thoughts on “world celebrating the homeopathy day”