Reduce meat use can decrease weather problem

Reduce meat use can decrease weather problem.

ମାଂସ ଖାଇବା କମିଲେ କମିବ ଜଳବାୟୁ ସମସ୍ୟା
ମାଂସ ଖାଇବା କମାଇଲେ କମିବ ଜଳବାୟୁ ପରିବର୍ତ୍ତନର ସମସ୍ୟା । ଏଭଳି ଏକ ଗୁରୁତର ତଥ୍ୟ ଜର୍ମାନର ବୋନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦେଇଛନ୍ତି । ତେବେ ସେମାନେ ପୁରା ମାଂସ ବର୍ଜନ ପାଇଁ ନୁହେଁ ବରଂ ବିଶ୍ୱସ୍ତରରେ ୭୫ ପ୍ରତିଶତ ମାଂସ ଖାଇବା କମାଇବାକୁ ନିବେଦନ କରିଛନ୍ତି । ମାଂସ ଉଦ୍ୟୋଗର ପାଣିପାଗ ଉପରେ ଢେର ଅଧିକା ପ୍ରଭାବ ରହିଛି ବୋଲି ସେମାନେ କହିଛନ୍ତି । ସେହିଭଳି ମାଂସର ଚାହିଦା ମଧ୍ୟ ଦିନକୁ ଦିନ ବଢୁଛି । ତେବେ ଲୋକଙ୍କର ମାଂସ ଖାଇବା ଏଭଳି ବଢିଲେ ଆଗକୁ କେତେକ ଇକୋ ସିଷ୍ଟମ ନଷ୍ଟ ହେବାର ସମ୍ଭାବନା ରହିଛି । ଗବେଷକ ଦଳର ମତ ଅନୁସାରେ ସମସ୍ତଙ୍କୁ ବର୍ଷକୁ ୨୦ କିଗ୍ରାରୁ କମ ମାଂସ ଖାଇବାର ଅଛି । ମାଂସ ଚାହିଦାରେ ବୃଦ୍ଧି ବିଭିନ୍ନ ସମସ୍ୟା ଯେପରି କି ଜଙ୍ଗଲକ୍ଷୟ ଓ ଜୈବ ବିବିଧତା ଉପରେ ପ୍ରଭାବ ପକାଇବ ବୋଲି ଏହି ଗବେଷଣାରୁ ଜଣାପଡିଛି ।

https://thetopmost.in/?p=1583

https://thetopmost.in/?p=1629

SHARE BY