ବିଭିନ୍ନ ସ୍ଥାନରେ ଦୈନିକ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ । କେବଳ ଖାଦ୍ୟ ନୁହେଁ ଅନେକ ସ୍ଥାନରେ ଖାଦ୍ୟ ଆବର୍ଜନାର ମଧ୍ୟ ପରିମାଣ ଅଧିକ ଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ସେହି ତାଲିକାରେ ଯୋଡି ହୋଇଛି, ଆମେରିକାର ଆଉ ଏକ ବ୍ୟବସ୍ଥା । ସେଠାରେ ଏକ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ସିଷ୍ଟମ ନିର୍ମାଣ କରାଯାଇଛି, ଯାହା ଖାଦ୍ୟ ଆବର୍ଜନାକୁ ସାରରେ ପରିଣତ କରିପାରୁଛି । ଏହି ସିଷ୍ଟମକୁ ଘରେ ଲଗାଯାଇ ଦିନକୁ ଏହି ସିଷ୍ଟମ ସାହାଯ୍ୟରେ ୧୧୦୦ ପାଉଣ୍ଡ ଖାଦ୍ୟ ଆବର୍ଜନାକୁ ୨୨୦ ପାଉଣ୍ଡ ଖତରେ ପରିଣତ କରୁଛି । ଏହି ସିଷ୍ଟମରେ ଅନେକ ବ୍ୟାକେଫରିଆ ରହିଛନ୍ତି, ଯାହା ଖାଦ୍ୟ ଆବର୍ଜନାକୁ ଭାଙ୍ଗି କମ୍ପୋଷ୍ଟରେ ପରିଣତ କରୁଛି । ଏହି ସିଷ୍ଟମକୁ ସେଠାରେ ବିଭିନ୍ନ ଘର, କାରଖାନା, ବିଭିନ୍ନ ଆର୍ଥିକ ଅନୁଷ୍ଠାନରେ ଲଗାଯାଇଛି, ଯାହା ସେଠାରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଖାଦ୍ୟ ଆର୍ବଜନାକୁ ସାରରେ ପରରିଣତ କରୁଛି । ତେବେ ଏହି ସିଷ୍ଟମ ଲଗାଯିବା ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି ଖାଦ୍ୟ ଆବର୍ଜନା କାରଣରୁ ପରିବେଶ ପ୍ରଦୂଷିତ ନହୋଇ କିଭଳି ଏହାକୁ ମଧ୍ୟ ବ୍ୟବହାରରେ ଲଗାଯାଇପାରିବ । ତେଣୁ ପରିବେଶକୁ ସ୍ୱଚ୍ଛ ରଖିବାରେ ଏହି ସିଷ୍ଟମ ବିଶେଷ ସହାୟକ ହେଉଛି ।
“The eyes believe themselves, the ears believe other people.”
More Stories
ଖାଲି ମିଠା କମେଇଲେ କମିବନି ଡାଇବେଟିସ୍
ଚୁଟକିରେ ଭଲ ହେବ ଆଖି ଧରା
ବୋନ୍ ଟ୍ୟୁମର କଣ