The Topmost

“The eyes believe themselves, the ears believe other people.”

will smith

Hollywood star will smith is at iscon temple .

ଫିରଙ୍ଗି ହଲିଉଡ୍‌ ଷ୍ଟାରଙ୍କ ଭାରତ ଓ ସଂସ୍କୃତି ପ୍ରୀତି
ମଣିଷ ସାଧାରଣତଃ ଏକ ସାମାଜିକ ପ୍ରାଣି । ସେ ସବୁବେଳେ ନିଜ ସହିତ ଅନ୍ୟମାନଙ୍କ ଭାବନା ଓ ବ୍ୟବହାରକୁ ସମ୍ମାନ କରେ । ଅନ୍ୟମାନଙ୍କ ଧର୍ମ ବିଷୟରେ ମଧ୍ୟ କେବେ କେବେ ଲୋକ ଆଗ୍ରହ ପ୍ରକାଶ କରିଥାନ୍ତି । ଅନ୍ୟମାନଙ୍କ ଧର୍ମ ଓ ସମ୍ପ୍ରଦାୟିକତା ଭାବନା ପ୍ରତି ବିଶେଷ ଔଚି ଆଣିଥାନ୍ତି । ସେଥିପାଇଁ କେତେକ ଲୋକ ନିଜ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ ମଧ୍ୟ କରନ୍ତି । ତେବେ ନିକଟରେ କେତେକ ବିଦେଶୀ ମଧ୍ୟ ଆମ ହିନ୍ଦୁ ସନାତନ ଧର୍ମର ବିଶାଳତା ଓ ଶିକ୍ଷା ଉପରେ ମୁଗଧ ହୋଇ ଇସ୍କନ୍‌ ଓ ପ୍ରଭୁ ଜଗନ୍ନାଥଙ୍କ ଧାମକୁ ଆସିଥାନ୍ତି । ତେବେ ବର୍ତ୍ତମାନ ଖାଲି ସାଧାରଣ ବିଦେଶୀ ନୁହେଁ ବରଂ ହଲିଉଡ୍‌ ଆକଫର ଆକେଫ୍ରସ୍‌ ମଧ୍ୟ ଏଥି ପ୍ରତି ଆକୃଷ୍ଟ ହେଉଥିବା ନଜର ଆସିଛନ୍ତି । ତେବେ ଆମ ଭାରତୀୟ ପରମ୍ପରା ଉପରେ ଆକୃଷ୍ଟ ହୋଇ ୱିଲ୍‌ ସ୍ମିଥ୍‌ ମଧ୍ୟ ଭାରତ ଭ୍ରମଣରେ ଆସିଥିଲେ । ଭ୍ରମଣ ସହିତ ସେ ଭାରତୀୟ ଇସ୍କନ୍‌ ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି ।

robert douni junior
robert douni junior @thetopmost-01
kety perry
kety perry @thetopmost-01
julia
julia @thetopmost-01

ନିକଟରେ ସେ ଅସ୍କର ଆୱାର୍ଡ ବେଳେ ହୋଷ୍ଟଙ୍କୁ ଚାପୁଡା ମାରିବା ଘଟଣା ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଖାଲି ଏତିକି ନୁହେଁ ଏହି ମାଡ ମରା ଘଟଣା ତାଙ୍କ ପାଇଁ ବହୁ କଣ୍ଟ୍ରୋବର୍ସି ମଧ୍ୟ ଆଣି ଦେଇଛି । ଯାହା ତାଙ୍କ ପାଇଁ ବହୁତ ଖରାପ ଥିଲା । ତେବେ ମନକୁ ସାମାନ୍ୟ ଶାନ୍ତି ଦେବା ପାଇଁ ସେ ନିଜ କର୍ମମୟ ଜୀବନରୁ ସାମାନ୍ୟ ବ୍ରେକ୍‌ ନେଇଥିଲେ । ୱିଲଙ୍କର ପୂର୍ବରୁ ହିଁ ଭାରତୀୟ ଧର୍ମ ଉପରେ ବିଶ୍ୱାସ ଥିଲା । ଏବଂ ମନର ଶାନ୍ତି ପାଇଁ ସେ ସିଧା ଭାରତକୁ ଆସି ଇସ୍କନରେ ଧ୍ୟାନ କରିଛନ୍ତି ।

ଖାଲି ସ୍ମିଥ୍‌ କାହିଁକି ଏପରି ଅନେକ ହଲିଉଡ୍‌ ଆକଫର ଆକେଫ୍ରସ୍‌ ଅଛନ୍ତି ଯେଉଁମାନେ ଭାରତ ଭ୍ରମଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜୁଲିଆ ରୋବର୍ଟ, କେଟି ପେରୀ, କ୍ଲାଡିଆ ସିଏସଲା, ରସେଲ୍‌ ବ୍ରେଣ୍ଡ୍‌, ଜେକି ହଙ୍ଗ୍‌, ରବର୍ଟ ଡାଉନି ଜୁନିଅ ଓ ଦ ବିଟଲ୍ସ ଗୃପ୍‌ ମଧ୍ୟ ପୂର୍ବରୁ ଭାରତ ଭ୍ରମଣ ସହିତ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଛନ୍ତି ।

https://thetopmost.in/?p=1668

https://thetopmost.in/?p=1640

https://thetopmost.in/?p=1588

https://thetopmost.in/?p=1671