The Topmost

“The eyes believe themselves, the ears believe other people.”

digital business card

ମାଇକ୍ରୋଚିପ୍‌ ମାନିକୁ୍ୟର

ଯଦି ଆପଣ ବାହାରକୁ ସପିଂ ପାଇଁ ଯାଇଛନ୍ତି କିନ୍ତୁ କ୍ରେଡିଡ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ନେଇକି ଯାଇନାହାନ୍ତି । ତାହେଲେ କଣ କରିବେ । ନିଶ୍ଚିତ ଭାବେ ଆପଣଙ୍କୁ ଫେରିବାକୁ ପଡ଼ିବ । ହେଲେ ଦୁବାଇର ମହିଳାମାନଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ । କାରଣ ସେମାନେ ସେମାନଙ୍କ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ନିଜ ଆଙ୍ଗୁଠି ନଖରେ ନେଇକି ଚାଲନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ବିଜ୍ଞାନର ଚମତ୍କାର । ଦୁବାଇରେ ଆଜିକାଲି ଏହି ମାଇକ୍ରୋଚିପ୍‌ ମାନିକୁ୍ୟରର କ୍ରେଜ୍‌ ଚାଲିଛି । ଏହି କୌଶଳ ଅନୁଯାୟୀ ଗ୍ରାହକଙ୍କ ନଖ ଉପରେ ଏକ ଛୋଟ ମାଇକ୍ରୋଚିପ୍‌ ଲଗାଯାଏ । ଏହାପରେ ଆପଣଙ୍କ ନଖ ଏକ ମୋବାଇଲ୍‌ ବିଜନେସ୍‌ କାର୍ଡରେ ପରିଣତ ହୋଇଯାଏ ।

ଏହି ସେବା ଅଫର୍‌ ଦୁବାଇର ଲାନୋର ବିୟୁଟି ଲଙ୍ଗ୍‌ ପକ୍ଷରୁ ପ୍ରଦାନ କରାଯାଉଛି । ଏହି ମାନିକୁ୍ୟର ଅଧୀନରେ ଦୁବାଇର ଏକ ସେଲୁନକୁ ଯିବାକୁ ପଡ଼ିବ ଏବଂ ଏହି ଚିପ୍‌ ସିଧାସଳଖ ଆପଣଙ୍କ ନଖରେ ଲଗାଇବାକୁ ପଡ଼ିବ । ବିଶେଷ କଥା ହେଉଛି ଏଥିପାଇଁ କୌଣସି ଛୁଞ୍ଚି କିମ୍ବା ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ ବରଂ ଏହାକୁ ଆରାମରେ ନଖ ଉପରେ ରଖାଯାଇପାରୁଛି ଏବଂ ଏହାର ସୁରକ୍ଷା ପାଇଁ ଏକ ବିଶେଷ କୋଟିଂ ଦିଆଯାଉଛି । ସୋସିଆଲ ମିଡିଆ ପ୍ରୋଫାଇଲଠାରୁ ବିଜନେସ୍‌ କାର୍ଡର ସମସ୍ତ ତଥ୍ୟ ଏହି ଛୋଟ ଚିପ୍‌ରେ ରଖାଯାଉଛି । ଯାହାକୁ ଆପଣ ଯେତେବେଳେ ବି ନିଜ ଇଚ୍ଛା ମୁତାବକ ସ୍କାନ୍‌ କରି ଡିକୋଡ୍‌ କରିପାରିବେ । ଲାନୋର ବିୟୁଟି ଲଙ୍ଗ୍‌ ଅନୁଯାୟୀ ଏହା ହେଉଛି ସ୍ୱଳ୍ପ ପରିସରର ୱାୟରଲେସ୍‌ ଟେକ୍ନଲୋଜି ଯାହା ସ୍ମାର୍ଟଫୋନ୍‌ ଏବଂ ପେମେଣ୍ଟ୍‌ କାର୍ଡକୁ ବି ଆହୁରି ଅଧିକ ସ୍ମାର୍ଟ କରିଥାଏ । ଏହି ମାନିକୁ୍ୟରକୁ କରିବା ପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।

Microchip Manicure @thetopmost-01
Microchip Manicure @thetopmost-01

https://thetopmost.in/?p=1714

https://thetopmost.in/?p=1671

https://thetopmost.in/?p=1640

https://thetopmost.in/?p=1668