The Topmost

“The eyes believe themselves, the ears believe other people.”

richest beggar

Most richest beggar in the world !

ଧନୀ ଭିକାରି
ଆମ ଦେଶରେ ସବୁସହରରେ ଭିକାରି ବୁଲୁଥାଆନ୍ତି। ତେବେ ସାଧାରଣତଃ ଯାହାର କିଛି ନଥାଏ ସେ ହିଁ ଭିକ ମାଗେ। ତ ଭିକାରି ମାନଙ୍କର କୌଣସି ସମ୍ପତ୍ତି ଥିବା କଥା କେହି କେବେ ଭାବିନଥିବେ। କାରଣ ସେମାନେ ଯାହା ବି ଭିକ୍ଷାରେ ପାଇଥ।।ନ୍ତି ତାକୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବହାର କରନ୍ତି। ହେଲେ ଭାରତରେ ଏଭଳି ଭିକାରି ଅଛନ୍ତି ଯେଉଁମାନେ ଧନୀ ଭିକାରି। ସେମାନଙ୍କର ସମ୍ପତ୍ତି ଜଣେ ସାଧାରଣ ମଧ୍ୟବିତ୍ତ ପରିବାର ଠାରୁ ଢେର ଅଧିକ। ସେହିଭଳି ଜଣେ ଭିକାରି ହେଉଛନ୍ତି ଭରତ ଜୈନ ପରେଲ। ଭରତ ନିଜ ପରିବାର ସହିତ ମୁମ୍ବାଇରେ ରୁହନ୍ତି। ତେବେ ତାଙ୍କ ସମ୍ପତ୍ତିର ହିସାବ ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ତାଙ୍କ ପାଖରେ ଦୁଇଟି ଫ୍ଲାଟ ଅଛି ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା।

ଭିକ ମାଗି ତାଙ୍କର ମାସିକ ରୋଜଗାର ୭୫ହଜାର ବୋଲି ଜଣାପଡିଛି। ତାଙ୍କ ପରେ ଏହି ଧନୀ ଭିକାରି ତାଲିକାରେ ଅଛନ୍ତି କଲିକତାର ଲକ୍ଷ୍ମୀ। ସେ ୧୯୬୪ ମସିହାରୁ କଲିକତାରେ ଭିକ ମାଗୁଛନ୍ତି। ମାସକୁ ପ୍ରାୟ ୩୦ହଜାର ଟଙ୍କା ଭିକ ମାଗି ପାଆନ୍ତି ଲକ୍ଷ୍ମୀ। ତାଙ୍କ ପାଖରେ ମଧ୍ୟ ଲକ୍ଷାଧିକ ଟଙ୍କା ରହିଛି। ସେହିଭଳି ମୁମ୍ବାଇରେ ରହୁଥିବା ଗୀତା ମଧ୍ୟ ପଛରେ ନାହାନ୍ତି। ଗୀତା ମୁମ୍ବାଇର ଚରନୀ ରୋଡରେ ଭିକ ମାଗନ୍ତି। ପ୍ରତିଦିନ ତାଙ୍କର ପାଖାପାଖି ୧୫୦୦ ଟଙ୍କା ରୋଜଗାର ହୋଇଥାଏ। ସେ ନିଜ ଭାଇଙ୍କ ସହ ଏକ ଫ୍ଲାଟରେ ରୁହନ୍ତି। ଯାହା ଆଜି କାଲିର ଯୁବ ପିଢିଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏହି ତାଲିକାରେ ଅଛନ୍ତି ମୁମ୍ବାଇର ଚନ୍ଦ୍ର ପ୍ରକାଶ। ଚନ୍ଦ୍ରପ୍ରକାଶ ତ ଏତେ ଧନୀ ଯେ ତାଙ୍କ ସମ୍ପତ୍ତି ତାଲିକା ପୁଲିସକୁ ଖୋଜି ବାହାର କରିବାକୁ ପଡିଥିଲା।

୨୦୧୯ରେ ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୁଲିସ ତାଙ୍କର ସମ୍ପତ୍ତି ଖୋଜି ବାହାର କରିଥିଲା। ତାଙ୍କ ସମ୍ପତ୍ତିର ଆକଳନ ମିଳିପାରିନଥିଲେ ମଧ୍ୟ ତାଙ୍କର ନିଜର ଏକ ଘର ଥିଲା ବୋଲି ଜଣାପଡିଛି। ସେହିଭଳି ବିହାରର ପପୁ କୁମାର। ପାଟନାରେ ରହୁଥିବା ପପୁ ମଧ୍ୟ ଖୁବ୍ ଧନୀ। ତାଙ୍କର ବ୍ୟାଙ୍କ ବାଲାନ୍ସ ଏକ କୋଟି। ତାଙ୍କ ପରିବାର ମଧ୍ୟ ଭଲ ସୁଖ ସ୍ୱାଛନ୍ଦ ଜୀବନ ବଞ୍ଚୁଛନ୍ତି। ହେଲେ ଏବେ ମଧ୍ୟ ଏହି ଭିକାରି ମାନେ ଲୋକଙ୍କଠାରୁ ପଇସା ମାଗୁଛନ୍ତି। ଲୋକମାନେ ମଧ୍ୟ ତାଙ୍କ ବେଶ ପୋଷାକ ଦେଖି ତାଙ୍କୁ ଭିକ ଦେଉଛନ୍ତି।

https://thetopmost.in/?p=1714

https://thetopmost.in/?p=1677

https://thetopmost.in/?p=1687

SHARE BY