କମଳାରୁ ବିଜୁଳି
ପାଣି, କୋଇଲା, ବାୟୁ ଆଦିରୁ ବିଜୁଳି ପ୍ରସ୍ତୁତ କଥା ସମସ୍ତେ ଶୁଣିଥିବେ। ହେଲେ କମଳାରୁ ବିଜୁଳି ! କମଳା ଭଳି ଏକ ଫଳରୁ ବିଜୁଳି ଉତ୍ପନ୍ନ କଥା କେହି କେବେ ଭାବିନଥିବେ। ହେଲେ କଥାଟି ସତ। ବିଜ୍ଞାନରେ ସବୁ ସମ୍ଭବ। କମଳାରୁ ପ୍ରସ୍ତୁତ ହେଉଛି ବିଜୁଳି। ସ୍ପେନରେ ରହିଛି ଏକ ସହର ଯେଉଁଠାରେ କମଳାର ଉତ୍ପାଦନ ଢେର ଅଧିକ। ସେଠାରେ ଉତ୍ପାଦିତ କମଳାରୁ ବିଜୁଳି ଉତ୍ପାଦନ କରାଯାଉଛି। ସ୍ପେନର ସେଭିଲ୍ ସହର ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ଭଲ ଗୁଣବତ୍ତାଥିବା କମଳା ପାଇଁ ପରିଚିତ। ଏଠିକାର କମଳା ତାଜା, ସୁଗନ୍ଧ ଯୁକ୍ତ। ଯାହା ବିଭିନ୍ନ ଦେଶରେ ବ୍ୟବହାର କରାଯାଏ। ସେଭିଲ୍ ସହରର ମୁନସିପାଲ ଓାଟର କମ୍ପାନୀ ଏମାସେସ ଖରାପ କମଳାରୁ ବିଜୁଳି ପ୍ରସ୍ତୁତ ହୋଇପାରିବ ବୋଲି ଦାବି କରିଛି। କମ୍ପାନୀର ତଥ୍ୟ ଅନୁସାରେ ସେମାନେ ପ୍ରଥମେ ଖରାପ କମଳାରୁ ରସ ବାହାର କରି ତାର ଚୋପାକୁ କମ୍ପୋଷ୍ଟରେ ପରିଣତ କରିବେ। ଏହି କମ୍ପୋଷ୍ଟକୁ କ୍ଷେତରେ ବ୍ୟବହାର କରିହେବ। କମଳାରୁ ବାହାରିଥିବା ଜୁସ୍କୁ ଇଡିଏଆର୍ କୋପେରୋ େଓଷ୍ଟଓାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟକୁ ପଠାଯିବ। ଏଠାରେ ସେହି ରସକୁ ଜୈବିକ ଇନ୍ଧନରେ ପରିଣତ କରାଯାଇ ଏଥିରୁ ବିଜୁଳି ପ୍ରସ୍ତୁତ କରାଯିବ। କମଳା ଜୁସ୍ରୁ ୧୫୦୦କିଲୋଓାଟ୍ ବିଜୁଳି ମିଳିପାରିବ ବୋଲି କମ୍ପାନୀ ଦାବି କରିଛି। ଏହି ପରିମାଣ ବିଜୁଳିରେ ୧୫୦ଟି ଘର ବିଜୁଳି ଜାଳିପାରିବେ। ତେବେ ଏହି ପ୍ରକଳ୍ପରେ ସେଭିଲ୍ ପ୍ରଶାସନକୁ ୨୨.୧୨ଲକ୍ଷ ଟଙ୍କାର ନିବେଶ କରିବାକୁ ପଡିବ। କମ୍ପାନୀ ପକ୍ଷରୁ ଉଦାହରଣ ପାଇଁ ଅଳ୍ପ ପରିମାଣର ଖରାପ କମଳାରୁ ବିଜୁଳି ବାହାର କରି ଦେଖାଯାଇଛି। ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୦୫୦ ଭିତରେ ପୂରା ଦେଶରେ ବିଜୁଳି ଉତ୍ପାଦନକୁ ରିନୁଓାଲ ଏନର୍ଜିରେ ବଦଳାଇବାର ଲକ୍ଷ ରଖାଯାଇଛି।
9 thoughts on “Electricity invented from orange flacks.”