The Topmost

“The eyes believe themselves, the ears believe other people.”

Forget thing's is good for brain.

Forget thing’s is good for brain.

ଭୁଲିଯିବା ବି ଜରୁରୀ
ପ୍ରାୟତଃ କୌଣସି ସ୍ଥାନରେ ଆମେ ଚାବି କିମ୍ବା କୌଣସି କାଗଜ ରଖି ଭୁଲିଯାଉ । ଏପରିକି ବେଳେବେଳେ ଇଲେକଫ୍ରି, ପାଣି ଇତ୍ୟାଦିର ବିଲ୍‌ ପୈଠ କରିବାକୁ ମନେପଡ଼େ ନାହିଁ । ଏହାକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଯୁବାବସ୍ଥାରେ ଭୁଲିଯିବାକୁ ଏକ ରୋଗ କିମ୍ବା ସମସ୍ୟା ବୋଲି ଭାବ;ୁ ନାହିଁ, ଏହା ମଧ୍ୟ ଶିକ୍ଷା ଗ୍ରହଣ କରିବାର ଏକ ପ୍ରକ୍ରିୟା । ଏହା ମସ୍ତିଷ୍କକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବାରେ ସାହାଯ୍ୟ କରେ । ଡବଲିନର ଟ୍ରିନିଟି କଲେଜ ଏବଂ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ ଅନୁସାରେ, ଭୁଲିଯିବାର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତି ଭୁଲିଯାଉଥିବା ଜିନିଷଗୁଡ଼ିକ ଆଉ ସ୍ମରଣ କରିପାରିବ ନାହିଁ । କେବଳ ମସ୍ତିଷ୍କ ସେହି ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ଅନୁସନ୍ଧାନକାରୀମାନେ ଦାବି କରନ୍ତି ଯେ କେଉଁ ଜିନିଷ ଏବଂ କଥାଗୁଡ଼ିକୁ ମନେ ରଖିବାକୁ ହେବ ଏବଂ କାହାକୁ ପାସୋରି ହେବ, ତାହା ମସ୍ତିଷ୍କ ହିଁ ନିର୍ଣ୍ଣୟ କରେ । କିଛି ସ୍ମୃତି ସ୍ଥାୟୀ ଭାବେ ନୁ୍ୟରନ୍ସରେ ଗଚ୍ଛିତ ହୋଇ ରହିଥାଏ, ଯାହା ଦ୍ୱାରା ଜଣେ ବ୍ୟକ୍ତି ସେହି ଜିନିଷଗୁଡ଼ିକୁ କେବେବି ଭୁଲିପାରେ ନାହିଁ ।

ଏଥିସହ କେଉଁ ଜିନିଷ ବା ସ୍ମୃତି ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ମସ୍ତିଷ୍କ ସ୍ଥିର କରେ ଏବଂ ସେହି ଅନୁଯାୟୀ ସ୍ମୃତିଗୁଡ଼ିକୁ ସଂରକ୍ଷଣ ଏବଂ ଅପସାରଣ କରିବା ପାଇଁ ଏହା କାର୍ଯ୍ୟ ଜାରି ରଖେ । ଜଣେ ମନୁଷ୍ୟ ଜୀବନସାରା ଅସଂଖ୍ୟ ସ୍ମୃତି ସୃଷ୍ଟି କରେ, କି;ୁ ସେଗୁଡ଼ିକୁ ମଧ୍ୟରୁ କେବଳ ଅଳ୍ପ କିଛିକୁ ମନେ ରଖିପାରେ । କୁହାଯାଏ ଯେ ସମୟ ସହିତ ସ୍ମୃତି କ୍ଷୀଣ ହୋଇଯାଏ, କି;ୁ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର କାରଣ ହେଉଛି ମସ୍ତିଷ୍କ ସଂରକ୍ଷଣ କରିବାର ପ୍ରକ୍ରିୟା । ଟ୍ରିନିଟି କଲେଜରେ ସ୍ନାୟୁବିଜ୍ଞାନୀ ଟୋମାସ୍‌ ରିଆନ୍‌ ଏବଂ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ପଲ୍‌ ଫ୍ରାଙ୍କଲ୍ୟାଣ୍ଡ କହିଛନ୍ତି ଯେ ଆଲଜିମର୍‌ ରୋଗୀଙ୍କ ମାମଲାରେ ଏହା ଭିନ୍ନ । ସାଧାରଣ ଲୋକଙ୍କ ପାଇଁ ଭୁଲିଯିବା ଲାଭଦାୟକ ପ୍ରମାଣିତ ହୋଇଛି । ଏହି ବ୍ୟବହାର ବ୍ୟକ୍ତିକୁ ଅଧିକ ନମନୀୟ ଏବଂ ଉନ୍ନତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ । ତେବେ ବୈଜ୍ଞାନିକ କହିଛନ୍ତି ଯେ ଏହି ଅଧ୍ୟୟନର ଫଳାଫଳ ବର୍ତ୍ତମାନ ଆଲଜିମର ରୋଗୀଙ୍କ ସ୍ମୃତିକୁ ପୁନରୁଦ୍ଧାର କରିବା ସମ୍ଭବପର ।

Forget thing's is good for brain.
Forget thing’s is good for brain. @thetopmost-01

https://thetopmost.in/?p=1341

https://thetopmost.in/?p=1362

https://thetopmost.in/?p=1359

https://thetopmost.in/?p=1374