The Topmost

“The eyes believe themselves, the ears believe other people.”

Mobile wallpaper will change your destiny

Mobile wallpaper will change your destiny

ମୋବାଇଲ ୱାଲପେପର ବଦଳିବ ଆପଣଙ୍କ ଭାଗ୍ୟ
ବ୍ୟସ୍ତବହୁଳ ଜୀବନରେ ଟିକେ ଫୁରସତ୍‌ ପାଇଲେ, ପ୍ରାୟ ଲୋକ ମୋବାଇଲ୍‌ ଦେଖିଥାନ୍ତି । ଏହିପରିକି ଆଜିର ପିଢ଼ିମାନଙ୍କ ମଧ୍ୟରେ ମୋବାଇଲ୍‌ ଦେଖା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ମୋବାଇଲ୍‌ର ଦୃଶ୍ୟ କିମ୍ବା ସେମାନେ ଦେଖୁଥିବା ଦୃଶ୍ୟ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଏ । ଏହି ଦୃଶ୍ୟ କେବଳ ଜୀବନରେ ନୁହେଁ ଭାଗ୍ୟ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଏ । ଆମେମାନେ ମୋବାଇଲ୍‌ ଖୋଲିବା ମାତ୍ରେ ଆମ ନଜର ପ୍ରଥମେ ୱାଲପେପର୍‌ ଉପରେ ପଡ଼େ । ୱାଲପେପର୍‌ରେ ଥିବା ଛବି ମନର ଚିନ୍ତା ସହିତ ଭାଗ୍ୟକୁ ପ୍ରଭାବିତ କରେ । ଏଣୁ ବାସ୍ତୁ ଅନୁସାରେ, ମୋବାଇଲ୍‌ର ୱାଲପେପର୍‌ ରଖିଲେ, ମନ ଶାନ୍ତ ରହିବା ସହିତ ଜୀବନରେ ଥିବା ଛୋଟ ଓ ବଡ଼ ସମସ୍ୟା ଦୂର ହୁଏ । ବାସ୍ତୁ ଅନୁସାରେ, ଏହିପରି କିଛି ଛବି ରହିଛି, ଯାହା ଭାଗ୍ୟକୁ ସମୂର୍ଣ୍ଣ ବଦଳାଇପାରେ ।

ଧନ ବୃଦ୍ଧି କରିବ ଏହି ୱାଲପେପର୍‌-

  • କ୍ୟାରିଅର୍‌ ଓ ଆର୍ଥିକସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ବ୍ଲେସିଂ ବୁଦ୍ଧ’ଙ୍କ ଛବି ୱାଲପେପର୍‌ରେ ରଖିବା ଉତ୍ତମ ବୋଲି ବାସ୍ତୁ ଦର୍ଶାଇଛି ।
  • ବୃତ୍ତିରେ ଉନ୍ନତି ଆଣିବାକୁ ଚାହୁଁଥିଲେ, ମୋବାଇଲ୍‌ ୱାଲପେପର୍‌ରେ ସବୁଜ ରଙ୍ଗ ଥିବା କିଛି ବସ୍ତୁ ବା ଜିନିଷର ଛବି ରଖନ୍ତୁ । ସବୁଜ ରଙ୍ଗ ସଫଳତାର ସଙ୍କେତ । ଏଣୁ ଏହି ରଙ୍ଗର ଛବି ଥିବା ୱାଲପେପର୍‌ ରଖିଲେ, ଆପଣଙ୍କୁ ସଫଳତା ମିଳିଥାଏ ।
  • ସେହିପରି ଧନ ଓ ସମ୍ପତ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ମାଆ ଲକ୍ଷ୍ମୀଙ୍କର ଛବି ୱାଲ୍‌ପେପର୍‌ରେ ରଖନ୍ତୁ । ମାଆ ଲକ୍ଷ୍ମୀଙ୍କ ଦର୍ଶନ ସବୁ ସମୟରେ କଲେ ଧନର ଦେବୀଙ୍କ କୃପା ନିଶ୍ଚୟେ ଆପଣଙ୍କ ଉପରେ ପଡ଼ିବ ।
    ସଫଳତା ଦେଇଥାଏ ୱାଲପେପର୍‌-
  • ମନରେ ସଫଳତା ପାଇବାର ଆଗ୍ରହକୁ ବୃଦ୍ଧି କରିବାକୁ ଚାହୁଁଥିଲେ କିମ୍ବା ସଫଳତାର ସ୍ୱାଦ ଚାଖିବାକୁ ଇଚ୍ଛା ଥିଲେ,ଏହିପରି ଛବି ଥିବା ୱାଲପେପର୍‌ ରଖନ୍ତୁ, ଯେପରି ଛବିରେ ଜଣେ ବ୍ୟକ୍ତି ସିଡ଼ିର ଉପରକୁ ଚଢ଼ୁଥିବ ।
  • କୁହାଯାଏ ଭାଗ୍ୟର ତାଲା ଖୋଲିବାକୁ ହେଲେ ଚାବିର ଆବଶ୍ୟକତା ପଡ଼େ । ଠିକ୍‌ ସେହିପରି ଚାବିର ଛବି ଥିବା ୱାଲପେପର୍‌ ଭାଗ୍ୟ ବଦଳାଇଥାଏ ବୋଲି ବାସ୍ତୁରେ ରହିଛି ।
  • ସାତୋଟି ଦୌଡ଼ୁଥିବା ଧଳା ଘୋଡ଼ାର ଛବିକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ବାସ୍ତୁରେ ସାତ ଅଙ୍କର ଅର୍ଥ ହେଉଛି ସାର୍ବଭୌମି । ଏହିପରି ଛବି ପ୍ରତ୍ୟେକ ସମୟରେ ଦେଖିଲେ, ମନର ସକରାତ୍ମକ ଭାବ ଜାଗ୍ରତ ହେବା ସହିତ ମନକୁ ସନ୍ତୁଷ୍ଟ ମିଳେ ।
    ପ୍ରେମ ସମ୍ପର୍କର ଉନ୍ନତି ପାଇଁ-
  • ନିଜ ସାଥୀଙ୍କ ସହିତ ସମ୍ପର୍କ ଘନିଷ୍ଠ କରିବାକୁ ଚାହୁଁଥିଲେ, ୱାଲପେପରରେ ରାଧାକୃଷ୍ଣଙ୍କ ଛବି ରଖନ୍ତୁ । ଏହାଛଡ଼ା ବଇଁଶି ଓ ମୟୂରପୂଚ୍ଛର ଛବିକୁ ମଧ୍ୟ ରଖିପାରିବେ ।
  • ବାସ୍ତୁ ଅନୁସାରେ, ସାଥୀଙ୍କ ସହିତ ରୋମାଣ୍ଟିକ୍‌ ହେବାକୁ ଚାହୁଁଥିଲେ, ନାଲି ଗୋଲାପର ଛବି ରଖନ୍ତୁ । ନାଲି ଗୋଲାପକୁ ଦେଖିଲେ ମନରେ ପ୍ରେମ ଭାବ ବୃଦ୍ଧି ପାଏ ଓ ସାଥୀ ସହିତ ମନମାଳିନ୍ୟ ସମସ୍ୟା ଦୂର ହୁଏ ।
    ମନର ଶାନ୍ତି ଚାହୁଁଥିଲେ-
  • ମନର ଶାନ୍ତି ଚାହୁଁଥିଲେ, ବର୍ଷା ପାଣିର ବୁନ୍ଦା ଥିବା ଛବିକୁ ୱାଲପେପରରେ ସଜାଇ ପାରିବେ । ବାସ୍ତୁ ଅନୁସାରେ, ପାଣିର ବୁନ୍ଦା ମନରେ ପ୍ରାକୃତିକ ଶୀତଳତା ଭରିଥାଏ ଓ ମନକୁ ଶାନ୍ତି ଦେଇଥାଏ ।
  • ପ୍ରବାହିତ ହେଉଥିବା ନଦୀ ଓ ଝରଣାର ଛବକୁ ୱାଲପେପରରେ ରଖିଲେ ମନକୁ ଶାନ୍ତି ମିଳେ ।
  • ଏହାଛଡ଼ା କୌଣସି ଯୋଗ ମୁଦ୍ରା କରୁଥିବା ବ୍ୟକ୍ତିଙ୍କ ଛବି ୱାଲପେପରରେ ରଖିଲେ ମଧ୍ୟ ମନକୁ ଶାନ୍ତି ପ୍ରାପ୍ତ ହୁଏ ।

https://thetopmost.in/?p=1355

https://thetopmost.in/?p=1272

https://thetopmost.in/?p=1337